ଥାଇରଏଡ ସମସ୍ୟାକୁ ଦୂର କରିବା ପାଇଁ ଅପଣାନ୍ତୁ ଏହି ଘରୋଇ ଉପାୟ, ଶୀଘ୍ର ମିଳିବ ଆରାମ

ଥାଇରଏଡ ଗ୍ରନ୍ଥି ଶରୀରର ମେଟାବୋଲିକ ପ୍ରୋସେସକୁ ନିୟନ୍ତ୍ରିତ ରଖିଥାଏ। ଥର୍ମୋରିଗ୍ୟୁଲେସନ, ହର୍ମୋନାଲ ପ୍ରି୍ରକ୍ରିୟା ଓ ଓଜନ ନିୟନ୍ତ୍ରଣ କରିବା ଏହି ଗ୍ରନ୍ଥିର ମୁଖ୍ୟ କାର୍ଯ୍ୟ। ଆଜିକାଲି ଥାଇରଏଡ ଏକ ସାଧାରଣ ସମସ୍ୟା ହୋଇଗଲାଣି। ପ୍ରାୟ ସମସ୍ତଙ୍କ ମଧ୍ୟରେ ଏବେ ଏହି ରୋଗ ଦେଖିବାକୁ ମିଳୁଛି । ଭାରତରେ ଲକ୍ଷ ଲକ୍ଷ ଲୋକ ଏହି ରୋଗର ଶିିକାର ହେଉଛନ୍ତି। ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ସହଜ ଘରୋଇ ଉପାୟ ରହିଛି, ଚାଲନ୍ତୁ ଜାଣିବା।

ନଡ଼ିଆ ତେଲ:

ନଡ଼ିଆ ତେଲରେ ଫାଟି ଏସିଡ ରହିଛି। ଯାହା ଥାଇରଏଡ ଗ୍ରନ୍ଥିକୁ କାର୍ଯ୍ୟ କରିବାରେ ସାହାଯ୍ୟ କରେ। ଏହା ଓଜନ କମ କରିବାରେ ସହାୟକ ହୁଏ। ମେଟାବୋଲିଜିମ ବଢ଼ିବା ସହ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିଥାଏ।

Apple Cider Vinegarଆପଲ ସାଇଡର ଭିନେଗାର:

ଏହା ଆମ ଶରୀରରେ ଥିବା ହର୍ମୋନକୁ ନିୟନ୍ତ୍ରଣ ରଖିଥାଏ। ବିଷାକ୍ତ ପଦାର୍ଥ ବାହାର କରିବା ସହ ପୋଷକ ତତ୍ତ୍ୱକୁ ଅବଶୋଷଣ କରିବାରେ ସହାୟକ ହୋଇଥାଏ। ଏହାକୁ ଆପଣ ମହୁ ଓ ପାଣି ସହ ମିଶାଇ ପିଇ ପାରିବେ ।

ଅଦା:

ଅଦାରେ ପୋଟାସିୟମ ଓ ମାଗ୍ନେସିୟମ ଭଳି ଖଣିଜ ଦ୍ରବ୍ୟ ଭରପୂର ମାତ୍ରାରେ ରହିଛି। ଏହା ଇନଫ୍ଲେମେସନରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏହା ଥାଇରଏଡ ସମସ୍ୟାକୁ ଦୂର କରିଥାଏ। ଏହାକୁ ଚା’ରେ ମିଶାଇ ଆପଣ ପିିଇପାରିବେ।

health1278
pc: pixabay

ଭିଟାମିନ ବି:

ଭିଟାମିନ ବି ଥାଇରଏଡ ସମସ୍ୟା ସହ ଳଢ଼ିବା ପାଇଁ ସାହାଯ୍ୟ କରିଥାଏ। ଗ୍ରନ୍ଥି ଠିକ ରୂପେ କାମ କରିବା ପାଇଁ ଭିଟାମିନର ଆବଶ୍ୟକତା ରହିଛି। ଭିଟାମିନ ବି ୧୨ ହାଇପୋଥି-ରୋଇଡିଜମ୍‌ରେ ପୀଡ଼ିତ ଥିବା ଲୋକଙ୍କୁ ଅନେକ ମାତ୍ରାରେ ସାହାଯ୍ୟ କରିଥାଏ। ଅଣ୍ଡା, ମାଛ, ଫଳ, କ୍ଷୀର ଓ ଅଖରୋଟ ଆଦିରେ ଭିଟାମିନ ବି ପ୍ରଚୁର ମାତ୍ରାରେ ରହିଥାଏ।

ବାଦାମ:

ଥାଇରଏଡ ପାଇଁ ବାଦାମ ସବୁଠୁ ଉପଯୁକ୍ତ । ଏଥିରେ ପ୍ରୋଟିନ , ଫାଇବର ଓ ଖଣିଜ ଦ୍ରବ୍ୟ ଅନେକ ମାତ୍ରାରେ ରହିଥାଏ। ବାଦାମରେ ସେଲେନିୟମ ରହିଥାଏ ଯାହା ଥାଇରଏଡ ପାଇଁ ବେଶ ଉପଯୋଗୀ।

health1278098

କ୍ଷୀର:

କ୍ଷୀର, ପନୀର ଓ ଦହୀ ଆଦି ଥାଇରଏଡ ସମସ୍ୟା ପାଇଁ ଅନେକ ଉପଯୋଗୀ ଅଟେ। ଏଥିରେ ଥିବା ଆୟୋଡିନ ଥାଇରଏଡ ଗ୍ରନ୍ଥିକୁ ଠିକ୍‌ ରୂପେ କାମ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଭିଟାମିନର ସ୍ତରକୁ ବଢ଼ାଇଥାଏ।

ନିୟମିତ ବ୍ୟାୟାମ:

ଥାଇରଏଡ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ନିୟମିତ ବ୍ୟାୟାମ କରନ୍ତୁ। ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀରରେ ହର୍ମୋନର ସ୍ତର ନିୟନ୍ତ୍ରଣ ରୁହେ। ଓଜନ କମାଇବା ସହ ଏହା ଶରୀରକୁ ସୁସ୍ଥ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.