ଭାଇରାଲ ଫିଭର ପାଇଁ ରାମବାଣ ଏହି ଘରୋଇ ଉପଚାର

ପାଗ ବଦଳିବା ଦ୍ବାରା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ । ଏହାର ଖାସ ପ୍ରଭାବ ଆମ ଶରୀରର ଇମ୍ଯୁନିଟି ସିଷ୍ଟମ ଉପରେ ପଡ଼ିଥାଏ । ଯାହା ଫଳରେ ଥଣ୍ଡା, କାଶ ସହ ହୋଇଥାଏ ଭାଇରାଲ ଫିବର। ବଦଳୁଥିବା ପାଗର ପରିଣାମ ସ୍ବରୂପ ପ୍ରାୟ ସମସ୍ତଙ୍କୁ ହୋଇଥାଏ ଭାଇରାଲ ଫିଭର। ତେବେ ଯଦି ଆପଣ ଏହାକୁ ଅଣଦେଖା କରୁଛନ୍ତି ତେବେ ଆପଣଙ୍କ ଶରୀରର ଅଧିକ ଅସୁସ୍ଥ ହେବାର ସମ୍ଭାବନା ରହିଥାଏ। ତେବେ ଆଜି ଆମେ କିପରି ଘରୋଇ ଉପଚାର ଆପଣାଇ ଏଥିରୁ ନିଜକୁ ଦୂରେଇ ରଖିବେ ତାହା ବିଷୟରେ କହିବାକୁ ଯାଉଛୁ।

ଆସନ୍ତୁ ପ୍ରଥମେ ଜାଣିବା ଭାଇରାଲ ଫିଭରର ଲକ୍ଷଣ ବିଷୟରେ..

ଏହି ଜ୍ବରରେ ସବୁଠାରୁ ପ୍ରଥମେ ତଣ୍ଟି ଖରାପ ହୋଇଥାଏ। ଏହାପରେ ଦେହ ଦରଜ ହେବା ସହ ଥକା ଅନୁଭବ କରିଥାନ୍ତି। ଥଣ୍ଡା, କାଶ ହେବା ସହ ଜ୍ବର ହୋଇଥାଏ। ନାକ ଏବଂ ଆଖିରୁ ପାଣି ବାହାରିବା ସହ ଭୋକ ଲାଗିନଥାଏ।

fever

କଣ ରହିଛି ଘରୋଇ ଉପଚାର

-ହଳଦୀ ଏବଂ ସୁଣ୍ଠିରେ ରହିଥିବା ଆଣ୍ଟିସେପଟିକ୍ ଗୁଣ ଜ୍ବର ପାଇଁ ବହୁ ଲାଭକାରୀ। ଗୋଟିଏ ଗିଲାସ ପାଣିରେ ଗୋଲମରିଚ ଗୁଣ୍ଡ, ଏକ ଚଉଠ ଚାମୁଚ୍ ହଳଦୀ, ସୁଣ୍ଠି ଏବଂ ଚିନିକୁ ମିଶାଇ ଫୁଟାନ୍ତୁ। ଏହାପରେ ସେହି ପାଣିକୁ ଦିନକୁ ଦୁଇଥର ପିଅନ୍ତୁ। ଦେଖିବେ ଆରାମ ଲାଗିବା ସହ ଜ୍ବର ଠିକ୍ ହୋଇଯିବ।

-ଭାଇରାଲ ଫିଭରକୁ ଶୀଘ୍ର ଠିକ କରିବା ପାଇଁ ଗୋଟିଏ ଲବଙ୍ଗକୁ ଗୁଣ୍ଡ କରି ୫ଟି ତୁଲସୀ ପତ୍ର ସହ ପାଣିରେ ପକାଇ ଫୁଟାନ୍ତୁ। ଏହାକୁ ୨ ଘଣ୍ଟା ବ୍ଯବଧାନରେ ପିଅନ୍ତୁ। ଏଥିସହ ଆପଣ ଧନିଆର ଚା ପ୍ରସ୍ତୁତ କରି ମଧ୍ୟ ପିଇପାରିବେ।

turmeric-ll

-ଜ୍ବରରୁ ତୁରନ୍ତ ଉପଶମ ପାଇଁ ଆପଣ ମେଥିର ପାଣି ସକାଳୁ ସକାଳୁ ପିଇବା ସହ ଲେମ୍ବୁ ଏବଂ ମହୁର ମଧ୍ୟ ସେବନ କରିପାରିବେ। ଏହା ଦ୍ବାରା ତଣ୍ଟି ଶୀଘ୍ର ଠିକ୍ ହେବା ସହ ଆରାମ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.