କଣ ଆପଣଙ୍କର ମଧ୍ୟ ଯାତ୍ରା କରିବା ସମୟରେ ବାନ୍ତି ହେଉଛି କି ? ତେବେ ଜାଣିରଖନ୍ତୁ ଏହାକୁ ରୋକିବାର ସହଜ ଏବଂ ସରଳ ଉପାୟ

ବୁଲିବା ପାଇଁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। କିନ୍ତୁ କିଛି ଲୋକଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ଭଳି ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ନିଜର ଏହି ସମସ୍ୟା କାରଣରୁ ବସ କିମ୍ବା ଗାଡିରେ ଯାତ୍ରା କରିବାକୁ ଡରିଥାନ୍ତି।

ଯଦି ଆପଣଙ୍କୁ ମଧ୍ୟ ଯାତ୍ରାରେ ଏହି ସବୁ ସମସ୍ୟାର ସାମ୍ନା କରିବାକୁ ପଡୁଛି, ତେବେ ଆଜି ଆମେ ଆପଣଙ୍କୁ ଏମିତି ଉପାୟ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଯାତ୍ରା କାରଣରୁ ହେଉଥିବା ସମସ୍ତ ସମସ୍ୟା ଠାରୁ ମୁକ୍ତି ପାଇ ପାରିବେ।

ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ପର୍କରେ ଯାହାକୁ ଆପଣେଇ ଯାତ୍ରା ସମୟରେ ହେଉଥିବା ସମସ୍ତ ସମସ୍ୟାକୁ ଦୂରେଇ ପାରିବେ।

ଅଦାରେ ଉପଲବ୍ଧ ଥିବା ଏଣ୍ଟିମେଣ୍ଟିକ ଗୁଣ ବାନ୍ତି ଏବଂ ମୁଣ୍ଟ ବୁଲାଇବା ଭଳି ସମସ୍ୟା ଠାରୁ ଆରାମ ଦେଇଥାଏ। ଯାତ୍ରା ସମୟରେ ଯେତେବେଳେ ବାନ୍ତି ଲାଗିବ ସେତେବେଳେ ଅଦାର ଏକ ଛୋଟ ଖଣ୍ଡ ପାଟିରେ ରଖନ୍ତୁ। ଏମିତି କରିବା ଦ୍ବାରା କିଛି ସମୟ ପରେ ବାନ୍ତିର ଭୟ କମିଯାଇଥାଏ।

ଯାତ୍ରା କାରଣରୁ ଆପଣଙ୍କୁ ଅସ୍ତବ୍ୟସ୍ତ ଲାଗିଲେ ତୁରନ୍ତ ପାଟିରେ ଲବଙ୍ଗ ପକାନ୍ତୁ। ଏହା ଧ୍ୟାନ ରଖନ୍ତୁଯେ ଏହାକୁ ଯେପରି ଚୋବାଇବେ ନାହିଁ କେବଳ ମୁହଁରେ ରଖନ୍ତୁ। କିଛି ସମୟ ପରେ ଆପଣଙ୍କ ମନ ଠିକ୍ ହୋଇଯିବ।

ଯେତେବେଳେ ବସ କିମ୍ବା ଗାଡିରେ ଯାତ୍ରା କରିବେ ତେବେ ଆପଣଙ୍କ ସାଥିରେ ପୁଦିନା ନିଶ୍ଚୟ ରଖନ୍ତୁ। ପୁଦିନା ମାଂସପେଶୀକୁ ଆରାମ ଦେଇଥାଏ। ପୁଦିନାକୁ ଶୁଙ୍ଘିବା ଦ୍ବାରା ମୁଣ୍ଡ ବୁଲାଇବା ଏବଂ ଯାତ୍ରା କାଳରେ ଶରୀର ଅସୁସ୍ଥ ଲାଗିବା ଠିକ ହୋଇଯାଇଥାଏ। ଆପଣ ଚାହିଁଲେ ପୁଦିନାର ଚାହା ତିଆରି କରି ପିଇ ପାରିବେ।

ଲେମ୍ବୁ ବାନ୍ତି ଏବଂ ଅସ୍ତବ୍ୟସ୍ତ ଭଳି ସମସ୍ୟା ଠାରୁ ମୁକ୍ତି ଦେଇଥାଏ। ଗୋଟେ କପ ଗରମ ପାଣିରେ ଲେମ୍ବୁର ରସ ଏବଂ ଲୁଣ ମିଶାଇ ପିଅନ୍ତୁ। ଏହି ପାଣିକୁ ପିଇବା ଦ୍ବାରା ହେବାକୁ ଥିବା ସବୁ ଚିନ୍ତାରୁ ମୁକ୍ତି ମିଳିଥାଏ।

ଏହ ସହ ପଢ଼ନ୍ତୁ : କୌଣସି ଚମତ୍କାରଠୁ କମ୍ ନୁହେଁ ସକାଳେ ଖାଲି ପେଟରେ ଲେମ୍ବୁ ପାଣି ପିଇବା , ଜାଣନ୍ତୁ କି ଲାଭ ମିଳେ

ଯାତ୍ରା କରିବା ସମୟରେ ବହି କିମ୍ବା ମୋବାଇଲ ଠାରୁ ଦୁରେଇ ରୁହନ୍ତୁ କାରଣ ଏପରି କରିବା ଦ୍ବାରା ମୁଣ୍ଡ ବୁଲାଇଥାଏ ଏବଂ ଅସ୍ତବ୍ୟସ୍ତ ଲାଗିଥାଏ।

ଯଦି ଆପଣଙ୍କୁ ପିଆଜର ବାସ୍ନାରେ କିଛି ଅସୁବିଧା ନଥାଏ,ତେବେ ଯାତ୍ରା କରିବାର ଏକ ଘଣ୍ଟା ପୂର୍ବରୁ ପିଆଜ ରସରେ ଏକ ଚାମଚ ଅଦାର ରସକୁ ମିଶାଇ ପିଅନ୍ତୁ। ଏହାକୁ ପିଇଲେ ଯାତ୍ରା କାରଣରୁ ହେଉଥିବା ବାନ୍ତି ଆସିବ ନାହିଁ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

10 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

25 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

35 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

46 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago