ଏହି ସବୁ ଖାଦ୍ୟ ଖାଇ ବଢ଼ାନ୍ତୁ ନିଜର ସ୍ମରଣ ଶକ୍ତି
![](https://knewsodisha.com/wp-content/uploads/2021/03/food-2.jpg)
ଶରୀରକୁ ସୁସ୍ଥ ରଖିବା ପାଇଁ ଆଜିକାଲି ଲୋକେ ଅନେକ ପ୍ରକାରର ଉପାୟ ଆପଣାଉଛନ୍ତି । ବ୍ୟାୟାମ କରିବା ସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦେଉଛନ୍ତି। ଏହାକୁ ନେଇ ଏକ ରିପୋର୍ଟ ସମ୍ନାକୁ ଆସିଛି। ଲଗାତାର କାନ ଧରି ବସ-ଉଠ୍ ହେବା ଦ୍ୱାରା ଶରୀର ଉପରେ ଭଲ ପ୍ରଭାବ ପଡିଥାଏ। ଏହାଦ୍ୱାରା କାନରୁ ମସ୍ତିଷ୍କକୁ ଏନର୍ଜି ପ୍ରବାହିତ ହୋଇଥାଏ। ଯାହାଫଳରେ ମସ୍ତିଷ୍କ ତେଜ ହୋଇଥାଏ। ଏକାଗ୍ରତା କ୍ଷମତା ବଢ଼ିଥାଏ। ବିଦେଶରେ ଏଥିପାଇଁ ଯୋଗାଭ୍ୟାସ ଉପରେ ଗୁରୁତ୍ୱ ଦିଆଯାଇଥାଏ। “ସୁପର ବ୍ରେନ ଯୋଗ” ନାମରେ ଏହାକୁ ଅଭ୍ୟାସ କରାଯାଏ।
ଅନେକ ସମୟରେ ପିଲାଙ୍କ ସହ ବଡ ଲୋକମାନଙ୍କର ମଧ୍ୟ କିଛି କଥା ମନେ ରହିନ ଥାଏ। ସ୍ମରଣ ଶକ୍ତି କ୍ଷମତା ହ୍ରାସ ପାଇଥାଏ, ଯଦ୍ଦ୍ଵାରା ଅନେକ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ଅନେକ ପ୍ରାକୃତିକ ତଥା ଘରୋଇ ଉପାୟ ରହିଛି। ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ।
ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଥିବା ଘରୋଇ ଉପାୟ:-
– ଅଧିକ ପରିମାଣର ସବୁଜ ପନିପରିବା ସେବନ କରିବା ଉଚିତ
– ଫାଷ୍ଟଫୁଡ ଏବଂ ତୈଳଜନିତ ଖାଦ୍ୟରୁ ନିଜକୁ ଦୂରେଇ ରଖିବା
– ସକାଳ ୪ରୁ ୮ ଏବଂ ରାତି ୮ ରୁ ୧୨ ମଧ୍ୟରେ ପାଠ ପଢ଼ିବା ଉଚିତ
– ରାତିରେ ଅଳ୍ପ ଖାଦ୍ୟ ଖାଇବା
– କ୍ଷୀର , ବାଦାମ , ଅଖରୋଟ ସହ ବ୍ରାହ୍ମୀ ସେବନ କରିବା
– ଦୁଗ୍ଧ କିମ୍ବା ଦହି ସହ କଦଳୀ ଏବଂ ଖଜୁରୀ ଖାଇବା