ଚୁଟକିରେ ମାଢ଼ି ଏବଂ ଦାନ୍ତର ଯନ୍ତ୍ରଣା କମାଇବ ଏହି ଘରୋଇ ଉପଚାର !

ମାଢ଼ିରେ ଫୁଲିବା ବା ଯନ୍ତ୍ରଣା ଅନୁଭୁତ ହେବା ଏକ ସାଧାରଣ ସମସ୍ୟା। ଏହା ବହୁ ସାଧାରଣ ହେବା ସହ ବହୁ କଷ୍ଟଦାୟକ ମଧ୍ୟ ହୋଇଥାଏ। ଯନ୍ତ୍ରଣା କାରଣରୁ ଦାନ୍ତ ଘସିବା କଣ କିଛି ଖାଇବା ମଧ୍ୟ କଷ୍ଟଦାୟକ ହୋଇଥାଏ। ଅନେକ ସମୟରେ ମାଢ଼ି ଏପରି ଫୁଲି ଯାଇଥାଏ ଯେ, ଏଥିରୁ ରକ୍ତ ବାହାରିବା ମଧ୍ୟ ଆରମ୍ଭ ହୋଇଥାଏ। ମୁହଁ ଜନିତ ରୋଗ ‘ଗିଙ୍ଗିଭିଟିଜ୍’ ପୋଷକର ଅଭାବରୁ ହୋଇଥାଏ ଏହା ଛଡ଼ା ମୁହଁରେ ଅନେକ ସମୟରେ ସଂକ୍ରମଣ ଆଦି କାରଣରୁ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ ସାଧାରଣତଃ ଉପାୟଶୂନ୍ୟ ହୋଇ ଲୋକ ସାଧାରଣତଃ ଲୋକ ଦାନ୍ତ ଚିକିତ୍ସକଙ୍କ ଦ୍ବାରସ୍ଥ ହୋଇଥାନ୍ତି। କିନ୍ତୁ ଏହି ସମୟରେ କିଛି ସାଧାରଣ ଘରୋଇ ଉପଚାର କରି ଆପଣ ଚୁଟକିରେ ଏହି ଯନ୍ତ୍ରଣାର ଉପଶମ କରିପାରିବେ।

ଲୁଣ ପାଣିରେ କୁଳୁକୁଜା :

ମାଢ଼ିକୁ ଯନ୍ତ୍ରଣା ମୁକ୍ତ ରଖିବା ପାଇଁ ଦୈନିକ ଲୁଣ ପାଣି କୁଳୁକୁଜା କରନ୍ତୁ। ଏହା କରିବା ଦ୍ବାରା ଦାନ୍ତ ସମ୍ବନ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିସହ ମୁହଁରେ ହୋଇଥିବା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ ।

ଲବଙ୍ଗ :

ଦାନ୍ତ ଏବଂ ମାଢ଼ି ଜନିତ ଯନ୍ତ୍ରଣାରୁ ରକ୍ଷା ପାଇବାର ସବଠାରୁ ସହଜ ଉପାୟ ହେଉଛି ଲବଙ୍ଗ। ଲବଙ୍ଗରେ ଥିବା ଅର୍ୟୁବେଦିକ ଗୁଣ ମାଢ଼ିକୁ ଶକ୍ତ ରଖିଥାଏ। ଯେତେବେଳେ ମଧ୍ୟ ମାଢ଼ି ଫୁଲିଥାଏ ସେତେବେଳେ ଲବଙ୍ଗ ତେଲ ବହୁ ଲାଭକାରୀ ହୋଇଥାଏ ।

 

ଲେମ୍ବୁ ପାଣି :

ମାଢ଼ି ଏବଂ ଦାନ୍ତକୁ ବ୍ୟାକ୍ଟେରିଆ ମୁକ୍ତ ରଖିବା ପାଇଁ ଲେମ୍ବୁ ପାଣି ବହୁ ଲାଭକାରୀ । ଏଣୁ ପ୍ରତିଦିନ ଲେମ୍ବୁପାଣିରେ କୁଳୁକୁଜା କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା କମ ହୋଇଥାଏ ।

ଏଥିସହ ଅଦା , ଆଲୋଭେରା ଏବଂ ସୋରିଷ ତେଲ ମଧ୍ୟ ଦାନ୍ତ ଏବଂ ମାଢ଼ି ଯନ୍ତଣା ପାଇଁ ବହୁ ଉପଯୋଗୀ । ଏହା ଦ୍ବାରା ପାଟି ମଧ୍ୟରେ ସଂକ୍ରମଣ କମ ହେବା ସହ ମାଢ଼ି ଫୁଲିବା କମ ହୋଇଥାଏ । ଦୈନିକ ଏହି ଘରୋଇ ଉପଚାର କରିବା ଦ୍ବାରା ପାଟି ସମ୍ବନ୍ଧିୟ ସମସ୍ତ ସମସ୍ୟାରୁ ରକ୍ଷା ମିଳିଥାଏ ।

Leave A Reply

Your email address will not be published.