ଦାନ୍ତ ବ୍ରସ କରିବା ସମୟରେ କଣ ଆପଣଙ୍କ ମାଢିରୁ ବି ରକ୍ତ ବାହାରୁଛି କି ? ତେବେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

କିଛି ଲୋକ ବ୍ରଶ କରୁଥିବା ସମୟରେ ସେମାନଙ୍କ ମାଢ଼ିରୁ ରକ୍ତ ବାହାରିଥାଏ । ଡାକ୍ତରଙ୍କ ଅନୁଯାୟୀ ମାଢି ଦୁର୍ବଳ ଥିଲେ ହିଁ ଏପରି ସମସ୍ୟା ଉପୁଜିଥାଏ । ଏହି ସମସ୍ୟା ନିୟମିତ ଭାବେ ଲାଗିରହିଲେ ବ୍ୟକ୍ତି ନା କିଛି ଭଲରେ ଖାଇପାରନ୍ତି ନା କିଛି ଥଣ୍ଡା କିମ୍ବା ଗରମ ପାନୀୟ ଆଦି ପିଇପାରନ୍ତି । ହଟାତ ଥଣ୍ଡା କିମ୍ବା ଗରମ ବାଜିଲେ ଏମାନଙ୍କ ଦାନ୍ତରେ ଏକ ପ୍ରକାର ଶିରସିରାପଣ ଅନୁଭବ ହୋଇଥାଏ । କେତେଜଣଙ୍କର ତ କୌଣସି ଶକ୍ତ ଫଳ ଖାଉଥିବା ସମୟରେ ଫଳରେ ରକ୍ତ ଲାଗିଯାଏ । ଏପରି ଲକ୍ଷଣ ମାନ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ତେବେ ପ୍ରଥମେ ଜାଣି ରଖନ୍ତୁ ମାଢ଼ିରୁ ରକ୍ତ ବାହାରିବାର ପ୍ରମୁଖ କାରଣ ବିଷୟରେ:

bleeding gums

– ଶରୀରରେ ଭିଟାମିନ-ସିର ଅଭାବ ହେଲେ

– ଖୁବ ଜୋରରେ ବ୍ରସ କଲେ କିମ୍ଵା ଟାଣ ବ୍ରସର ବ୍ୟବହାର କରୁଥିଲେ ।

– ରାତିରେ ଶୋଇବା ପୂର୍ବରୁ ମିଠା ଖାଉଥିଲେ ବା ଦାନ୍ତ ସଫା କରି ନ ଶୋଉଥିଲେ ।

– ପୂର୍ବଜ ମାନଙ୍କର ଏହି ସମସ୍ୟା ଥିଲେ ।

– ଅତ୍ୟଧିକ ଚକୋଲେଟ କିମ୍ଵା ଆଇସକ୍ରିମ ଖାଉଥିଲେ ।

bleeding gums

କେମିତି କରିବେ ଏହାର ଉପଚାର:

-ଯଦି ଆପଣଙ୍କ ମାଢ଼ିରୁ ପ୍ରତିଦିନ କିଛି କିଛି ରକ୍ତ ବାହାରୁ ଥାଏ ତେବେ ଏକ ଗ୍ଲାସ ପାଣିରେ ଫାଳେ ଲେମ୍ବୁ ଚିପୁଡ଼ିକି ପିଅନ୍ତୁ । ଶରୀରର ଭିଟାମିନ-ସି ଆବଶ୍ୟକତା ପୂରଣ ହେବା ସହ ମାଢ଼ିରୁ ରକ୍ତ ବାହାରିବା ବି କମିଯିବ ।

– ସପ୍ତାହକୁ ଥରେ ବା ଦୁଇଥର ସୈନ୍ଧର୍ବ ଲବଣରେ ଦାନ୍ତ ମାଲିସ କରିବା ଉଚିତ । ଏମିତି କଲେ ମାଢି ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

– ଏହା ବାଦ ସନ୍ତରା, ଅଙ୍ଗୁର, କିବି , କଦଳୀ ଭଳି ଫଳ ବି ନିୟମିତ ଖାଇବା ଉଚିତ ।

bleeding gums

-ଯଥା ସମ୍ଭବ ଆୟୁର୍ବେଦୀୟ ଟୁଥପେଷ୍ଟର ବ୍ୟବହାର କରିବା ଉଚିତ । ଯେଉଁଥିରେ ଲବଙ୍ଗ, ଲୁଣ, ହଳଦୀ ଆଦିର ଔଷଧୀୟ ଗୁଣ ମହଜୂତ ଥିବ ।

– ମାଢି ଜନିତ ସମସ୍ୟା ପାଇଁ ରାସବେରି ଫଳ ସର୍ବୋତ୍ତମ । ପ୍ରତିଦିନ ୧୦ ରୁ ୧୨ ଟି ଫଳ ଖାଇବା ଉଚିତ ।

ଏସବୁ ବ୍ୟତୀତ ଆପଣ ନଡ଼ିଆ କିମ୍ଵା ପଇଡ଼ ପାଣି, ଧୀରେ ଧୀରେ ବ୍ରସ କରିବା, ମିଠା ଜିନିଷରୁ ଦୁରେଇ ରହିବା ପରି ଉପାୟ ମାନ ବି ଆପଣେଇବା ଉଚିତ । ଛୋଟ ପିଲାଙ୍କୁ ପ୍ରତିଦିନ କିଛି କିଛି ଦହି ଖାଇବାକୁ ଦିଅନ୍ତୁ । ଫଳରେ ସେମାନଙ୍କ ମାଢି ପ୍ରାକୃତିକ ଭାବେ ମଜବୂତ ହେବ ।