ଆପଣଙ୍କ ଛାତିରେ ଜମା ହୋଇଥିବା କଫ ଯୋଗୁ କଷ୍ଟ ପାଉଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ନୁସ୍କା

ବଦଳୁଥିବା ପାଣିପାଗ ଯୋଗୁ ଏବେ ଘରେ ଘରେ କାଶ,ସର୍ଦ୍ଦି ଓ ଥଣ୍ଡା ଜର ଦେଖିବାକୁ ମିଳୁଛି । ସବୁଠାରୁ ଅସୁବିଧା ସୃଷ୍ଟି କରିଥାଏ କଫ । ଛାତିରେ କଫ ଜମା ହୋଇ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିଥାଏ । ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ ବିଭିନ୍ନ ପ୍ରକାର ମେଡିସିନ ସହାୟତା ନେଇଥାଉ । ତେବେ ଏହିସବୁ ମେଡିସିନ ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ତଣେ ମେଡିସିନ ବଦଳରେ ଏହି ଘରୋଇ ନୁସ୍କା ସାହାଯ୍ୟରେ ଭଲ କରି ପାରିବେ ଛାତିରେ ଜମା ହୋଇଥିବା କଫ । ଏହି ଘରୋଇ ନୁସ୍କା ଆପଣଙ୍କ ଶରୀର ଉପରେ ହାନିକାରକ ପ୍ରଭାବ ପକାଇ ନଥାଏ ।

ଛାତିରେ ଜମା ହୋଇଥିବା କଫ ବାହାର କରିବାର ଘରୋଇ ନୁସ୍କା

କଳା ମରିଚ ଓ ମହୁ :

ଛାତିରେ ଜମା ହୋଇଥିବା କଫକୁ ବାହାର କରିବା ପାଇଁ କଳା ମରିଚ ଓ ମହୁ ସେବନ ବହୁତ ଲାଭକାରୀ ହୋଇଥାଏ । ଏହା କଫ ବାହାର କରିବା ସହ ଗଳା ଖରାପ ଓ ସର୍ଦ୍ଦିରେ ମଧ୍ୟ କାମ କରିଥାଏ ।

ତୁଳସି ଓ ଅଦାର ଚା’ :

ଛାତିରେ ଜମା କଫ ବାହାର କରିବା ପାଇଁ ତୁଳସି ଓ ଅଦାର ଚାହା ସେବନ ବହୁତ ସହାୟକ ହୋଇଥାଏ । କାରଣ ତୁଳସି ଓ ଅଦାରେ ଉଭୟ ଆଣ୍ଟି ଇନଫ୍ଲାମାଟୋରୀ, ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫୁଙ୍ଗାଲ ଗୁଣ ଭରପୁର ରହିଥାଏ । ଏହି ଚା’ ପିଇବା ଦ୍ୱାରା ଛାତିର କଫ ବାହାରି ଯାଇଥାଏ।

ପୋଦିନା ତେଲ :

ଛାତିରେ ଜମା କଫ ବାହାର କରିବା ପାଇଁ ପୋଦିନା ତେଲର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ । ପୋଦିନା ତେଲ ଛାତିରେ ଜମା ହୋଇଥିବା କଫ ବାହାର କରିଥାଏ । ତେଣୁ ଗରମ ପାଣିରେ ପୋଦିନା ତେଲର କିଛି ବୁନ୍ଦା ପକାଇ ଏହାର ବାମ୍ଫ ନିଅନ୍ତୁ । ଛାତିରେ ଜମା କଫ ବାହାର କରିଦେବାରେ ସାହାଯ୍ୟ କରିବ ।

You might also like