ଚୁଟକିରେ ଲଭବାଇଟ୍ ହେବ ଗାୟବ, ଅପଣାନ୍ତୁ ଏହି ଉପାୟ

ଲଭବାଇଟ ନାମ ଶୁଣିବା ମାତ୍ରେ ଆପଣ ଜାଣିଯାଇଥିବେ ଆମେ କାହା ବିଷୟରେ କଥା କହୁଛୁ। ଏହି ଦାଗ ସେତେବେଳେ ଶରୀରରେ ହୋଇଥାଏ ଯେତେବେଳେ ଜଣେ କିଏ ଶରୀରର କୌଣସି ଅଙ୍ଗରେ ଜୋରରେ କାମୁଡ଼ିଥାଏ ବା ଚୁମ୍ବନ ଦେଇଥାଏ। ଅନେକ ସମୟରେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହା ସାଧାରଣତଃ ଲୁଚି ନଥାଏ। ଯାହା ଫଳରେ ଲୋକଲଜ୍ୟାର ସମ୍ନା ହେବାକୁ ପଡ଼ିଥାଏ। କିନ୍ତୁ ଏହାକୁ ଲୁଚାଇବା ଛଡ଼ା କିଛି ଘରୋଇ ଉପଚାର ଦ୍ବାରା ଏଥିରୁ ରକ୍ଷା ପାଇପାରିବେ। ଆସନ୍ତୁ ଜାଣିବା ଲଭବାଇଟକୁ ଚୁଟକିରେ ଦୂର କରିବାର ଉପାୟ।

ନିଶ୍ଚିତ ପଢ଼ନ୍ତୁ: ଚମକ ତ୍ବଚା ପାଇବା ପାଇଁ ଲେମ୍ବୁର ଏହି ୫ଟି ଟିପ୍ସକୁ ବ୍ୟବହାର କରନ୍ତୁ

ଟୁଥପେଷ୍ଟ ଏବଂ ଆଲକୋହଲ :

ଲଭବାଇଟର ଦାଗକୁ ଦୂର କରିବା ପାଇଁ ସେଠାରେ ହାଲୁକା ଟୁଥପେଷ୍ଟ ଲଗାନ୍ତୁ । ୧୦ ମିନିଟ ପରେ ତାହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ପରେ ସେଠାରେ ଗୋଟିଏ ତୁଳାରେ ଆଲକୋହଲ ଲଗାଇ ସେହି ସ୍ଥାନକୁ ସଫା କରନ୍ତୁ । ଦେଖିବେ ଦାଗ ତୁରନ୍ତ ଗାୟବ ହୋଇଯିବ।

ଥଣ୍ଡା ଚାମୁଚ୍ :

ଲଭବାଇଟ ଦାଗରୁ ସଂପୂର୍ଣ୍ଣ ଛୁଟକାର ପାଇବା ପାଇଁ ଏକ ଥଣ୍ଡା ଚାମୁଚକୁ ନେଇ ଦାଗ ସ୍ଥାନରେ ରଗଡ଼ନ୍ତୁ । କମସେ କମ୍ ୧୫-୨୦ ମିନିଟ ପର୍ୟ୍ୟନ୍ତ ଏପରି କରନ୍ତୁ ଦେଖିବେ ଦାଗ ଦେଖାଯିବନି।

spoon

କଦଳୀର ଚୋପା :

ଲଭବାଇଟ ବା ଶରୀରରେ କୌଣସି ପ୍ରକାର ଦାଗକୁ ଦୂର କରିବାର ସବୁଠାରୁ ସହଜ ଉପାୟ ହେଉଛି କଦଳୀ ଚୋପା। ଦାଗ ସ୍ଥାନରେ ୧୫-୨୦ ମିନିଟ କଦଳୀ ଚୋପା ଘଷନ୍ତୁ ପରେ ତାହାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଦାଗ ଖୁବ ଶୀଘ୍ର ଗାୟବ ହୋଇଯିବ।

ସପୁରୀର ରସ :

ସପୁରୀ ରସ ଲଭବାଇଟର ଦାଗ ଦୂର କରିବା ସହ ସେହି ସ୍ଥାନକୁ ଥଣ୍ଡା ଅନୁଭୂତ କରାଇଥାଏ। ଏଥିପାଇଁ ଆପଣ ସପୁରୀର ଛୋଟ ଖଣ୍ଡ ନେଇ ଦାଗ ହେବା ସ୍ଥାନରେ ଘଷନ୍ତୁ ପରେ ସେହି ସ୍ଥାନକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଦେଖି ଲଭବାଇଟରୁ ହେଉଥିବା ଯନ୍ତ୍ରଣାରୁ ରକ୍ଷା ମିଳିବା ସହ ଦାଗ ମଧ୍ୟ ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.