ଲାଇଫ୍ ଷ୍ଟାଇଲ୍

ଇମ୍ୟୁନିଟି ବଢାଇବା ପାଇଁ ଏହିସବୁ ଘରୋଇ ଉପାୟ ହୋଇପାରେ ହାନିକାରକ, ଜାଣନ୍ତୁ କେତେ ମାତ୍ରାରେ ସେବନ କରିବା ଉଚିତ

କରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଇମ୍ୟୁନିଟି ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ଘରୋଇ ଉପାୟ ମଧ୍ୟ ଆପଣାଛନ୍ତି। ଏବେ ବଜାରରେ ହର୍ବାଲ ସପ୍ଲିମେଣ୍ଟସ ବୃଦ୍ଧି ପାଇବାରେ ଲାଗିଛି। ଇମ୍ୟୁନିଟି ବୁଷ୍ଟର ନାମରେ ଦୋକାନରେ ବିଭିନ୍ନ ପ୍ରକାରର ଜୁସ ଏବଂ ଔଷଧ ମଧ୍ୟ ବିକ୍ରି ହେଉଛି। ଲୋକମାନେ ବିନା ଡାକ୍ତର ପରାମର୍ଶରେ ନିଜେ ନିଜେ ଭିଟାମିନ ଔଷଧ ଖାଇବାରେ ଲାଗିପଡିଛନ୍ତି। କିଛି ଲୋକ ନିଜ ମନମୁତାବକ ରୋଷେଇ ଘରେ ଥିବା ମସଲାରୁ ନିର୍ମିତ କାଢା ପିଇବାରେ ଲାଗିପଡିଛନ୍ତି। କିନ୍ତୁ ଏହି କାଢାରେ ପକାଉଥିବା ଜିନିଷର ମାତ୍ରା କେତେ ରହିବା କଥା ସେକଥା ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା, କେତେ ମାତ୍ରାରେ ଖାଇବା ଉଚିତ ତାହା ଜାଣିବା ନିତାନ୍ତ ଆବଶ୍ୟକ।

ହଳଦୀ: ହଳଦୀରେ ଥିବା କରକ୍ୟୁମିନରେ ଆଣ୍ଟି ଭାଇରଲ ଏବଂ ଆଣ୍ଟି ଇମ୍ପ୍ଲାମେଣ୍ଟାରୀ ଗୁଣ ମିଳିଥାଏ। ପାଉଡର ତୁଳନାରେ କଞ୍ଚା ହଳଦୀ ଅଧିକ ଫାଇଦାଯୁକ୍ତ ହୋଇଥାଏ। ହଳଦୀକୁ ଗୋଲମରିଚ ସହିତ ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ। ଆପଣ ଏହି ମିଶ୍ରଣକୁ ନେଇ ଦିନକୁ ତିନି ଗ୍ରାମ ଅର୍ଥାତ୍‌ ଅଧା ଚାମଚରୁ ଅଧିକ ଖାଇବା ଅନୁଚିତ। ଯଦି ଆପଣଙ୍କ ପେଟରେ ଯନ୍ତ୍ରଣା କିମ୍ବା ଫୁଲିଥାଏ, ତେବେ ଏହାକୁ ଖାଇବା ବନ୍ଦ କରିଦିଅନ୍ତୁ।

ଅଦା: ଅଦା ପେଟରେ ଥିବା ବ୍ୟାକ୍ଟେରିଆକୁ ସ୍ଥିର କରି ପାଚନ ତନ୍ତ୍ରକୁ ସୁସ୍ଥ କରିଥାଏ। ଶୁଖିଲା ଅଦା ଫୁସଫୁସକୁ ସଫା କରିବାର କାମ କରିଥାଏ। ଯଦି ଆପଣଙ୍କର ଗ୍ୟାସ୍‌ଜନିତ ସମସ୍ୟା ଦେଖିବାକୁ ମିଳିଥାଏ, ତେବେ ଅଦା ଓ ଲେମ୍ବୁ ଖାଆନ୍ତୁ ନାହିଁ। ପ୍ରତିଦିନ ଦୁଇ ଚାମଚରୁ ଅଧିକ ରସ ଖାଆନ୍ତୁ ନାହିଁ।

ଗୋଲମରିଚ : ଗୋଲମରିଚରେ ପିପେରାଇନ ଫୁସଫୁସକୁ ସଫା କରିଥାଏ ଏବଂ ଟି କୋଷିକାକୁ ସୁଧାର ଆଣିଥାଏ। ଯାହା ସଂକ୍ରମଣ ରୋକିଥାଏ। ତେଣୁ ଦିନକୁ ମାତ୍ର ଚାରି ଗ୍ରାମରୁ ଅଧିକ ଗୋଲମରିଚ ସେବନ କରନ୍ତୁ ନାହିଁ।

ରସୁଣ : ରସୁଣରେ ଏଲିସିନ, ଡିସ୍ଲଫେଟ ଏବଂ ଥାୟୋସଲେଫେଟ ରହିଥାଏ। ଯାହା ପାଚନ ତନ୍ତ୍ର ସହିତ ଫୁସଫୁସକୁ ସୁସ୍ଥ ରଖିଥାଏ। ରସୁଣକୁ ମାଛ ସହିତ ଖାଇବା ବହୁତ ଫାଇଦାଯୁକ୍ତ ହୋଇଥାଏ। କିନ୍ତୁ ଦିନକୁ ସାତ ଗ୍ରାମରୁ ଅଧିକ ରସୁଣ ଖାଇବା ଉଚିତ ନୁହେଁ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago