କେଶ କୁଣ୍ଡେଇ ହେବା ସମସ୍ୟାକୁ ଚୁଟକିରେ ଦୂର କରନ୍ତୁ, ଜାଣନ୍ତୁ ଏହାର ଉପାୟ

ଶୀତ ଋତୁରେ ଶରୀର ଉପରେ ବିଶେଷ ପ୍ରଭାବ ପଡିଥାଏ। ଏହା ଚର୍ମକୁ ଶୁଷ୍କା କରିଦିଏ ଏବଂ ରୁକ୍ଷ କରିଦିଏ। ଏହା ସହିତ ସବୁଠୁ ବଡ ସମସ୍ୟା ହୋଇପଡେ କେଶରେ ରୂପୀ ସମସ୍ୟା। ଏହି କାରଣରୁ ସବୁବେଳେ କେଶ କୁଣ୍ଡେଇ ହୋଇଥାଏ। ଯେଉଁ କାରଣରୁ ଆପଣ ଅନେକ ଯାଗଗାରେ ଲଜ୍ଜିତ ହୋଇଥାନ୍ତି। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ତେବେ ଆମେ ଆଜି ଆପଣଙ୍କର ଏହି ସମସ୍ୟା ଦୂର କରିବା ପାଇଁ ଏକ ସହଜ ଏବଂ ସରଳ ଉପାୟ ନେଇ ଆସିଛୁ, ଯାହାଦ୍ବାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।

ଏହି ଉପାୟ ଆପଣାନ୍ତୁ :

Lemon Juice-ମୁଣ୍ଡ କୁଣ୍ଡେଇହେବାରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ସବୁଠାରୁ ଭଲ ଉପାୟ ଅଟେ। ଏହା ପାଇଁ ଆପଣଙ୍କୁ ଏକ ଛୋଟ ଚାମଚ ଲେମ୍ବୁ ରସକୁ ଏକ କପ୍ ପାଣିରେ ମିଶାଇ କେଶରେ ୧୦ରୁ୧୫ ମିନିଟ ପର‌୍ୟ୍ୟନ୍ତ ଲଗାଇ ରଖନ୍ତୁ। ଏହାପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ।

ଏହା ସହ ପଢ଼ନ୍ତୁ : ଶୀତ ଦିନ ଯୋଗୁଁ କେଶ ଅଧିକ ଝଡୁଛି କି ? ମୁକ୍ତି ପାଇଁ ଆପଣାନ୍ତୁ ଏହି ୪ ପ୍ରାକୃତିକ ଉପାୟ

-ଏକ ଚାମଚ ଅରଣ୍ଡି ତେଲରେ ଗୋଟେ ଚାମଚ ନଡିଆ ତେଲ ଏବଂ ଗୋଟେ ଚାମଚ ସୋରିଷ ତେଲକୁ ମିଶାଇ କେଶରେ ମସାଜ କରନ୍ତୁ। ଏହାପରେ ଏହାକୁ ଲଗାଇ ରାତିସାରା ଛାଡି ଦିଅନ୍ତୁ। ସକାଳେ ଏହାକୁ ପାଣିରେ ଧୋଇ ଦିଅନ୍ତୁ।

fenugreek seeds-ମେଥୀ ଦାନା ଏବଂ ରାଇକୁ ମଧ୍ୟ ବ୍ୟବହାର କରିପାରିବେ । ଏହା ପାଇଁ ଆପଣଙ୍କୁ ମେଥୀ ଦାନା ଏବଂ ରାଇର ପେଷ୍ଟ ପ୍ରସ୍ତୁତ କରି ୨୦ ମିନିଟ ପାଇଁ କେଶରେ ଲଗାନ୍ତୁ। ଏହାପରେ ଥଣ୍ଡା ପାଣିରେ କେଶକୁ ଧୋଇ ଦିଅନ୍ତୁ।

-୨ ଚାମଚ ବେକିଙ୍ଗ ସୋଡାରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ହାଲୁକା ଭାବରେ କେଶରେ ୧୫ ରୁ ୨୦ ମିନିଟ ପର‌୍ୟ୍ୟନ୍ତ ଲକାଇ ରଖନ୍ତୁ। ଏହା ପରେ କେଶକୁ ଧୋଇ ଦିଅନ୍ତୁ।