ଆପଣାନ୍ତୁ ଉଚ୍ଚ ଓ ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣ କରିବାର ସହଜ ଘରୋଇ ଉପଚାର !

 

ବର୍ତ୍ତମାନ ଯୁଗରେ ଏକ ସାଧାରଣ ସମସ୍ୟା ପାଲଟିଛି ରକ୍ତଚାପ । ତେବେ ରକ୍ତଚାପ ଦୁଇ ପ୍ରକାରର ରହଇଥାଏ ଗୋଟିଏ ହେଉଛି ଉଚ୍ଚ ରକ୍ତଚାପ ଏବଂ ଅନ୍ୟଟି ନିମ୍ନ ରକ୍ତଚାପ । ବୟସ ସହ ରକ୍ତଚାପରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଥାଏ କିନ୍ତୁ ରକ୍ତଚାପ ଅତ୍ୟନ୍ତ ବଢ଼ିବା କିମ୍ବା କମିବା ଶରୀର ପାଇଁ ଘାତକ ସାଜିଥାଏ । କିଛି ସାଧାରଣ ଘରୋଇ ଉପଚାର ଦ୍ବାରା ଏହାକୁ ନିୟନ୍ତ୍ରଣ କରିହେବ। ଜାଣନ୍ତୁ ଉପାୟ କିପରି କରିବେ ରକ୍ତଚାପକୁ ନିୟନ୍ତ୍ରଣ…..

ଲେମ୍ବୁ : ନଖଉଷୁମ ପାଣିରେ ଅଧା ଲେମ୍ବୁ ଚିପୁଡ଼ି ସକାଳେ ଖାଲି ପେଟରେ ପିଅନ୍ତୁ। କିମ୍ବା ମଧ୍ୟାନ ଭୋଜନ ପୂର୍ବରୁ ଏକ ଗ୍ଲାସ୍ ଲେମ୍ବୁ ପାଣି ପୀଅନ୍ତୁ।
ରସୁଣ : ରସୁଣ ରକ୍ତ ସନ୍ତୁଳନ ଠିକ୍ ରଖିଥାଏ। ରସୁଣକୁ ସାଲାଡ କିମ୍ବା ପରିବା ସହ ମିଶାଇ ଖାଆନ୍ତୁ।
କଦଳୀ : କଦଳୀରେ ପଟାସିୟମ୍ ଭରପୁର ମାତ୍ରାରେ ଥାଏ, ଯାହା ସୋଡିୟମର ପ୍ରଭାବକୁ କମ୍ କରିଥାଏ। ପ୍ରତିଦିନ ୨ କିମ୍ବା ୩ଟି କଦଳୀ ଖାଆନ୍ତୁ।


ପଇଡ଼ ପାଣି : ଏହା ସାଇଷ୍ଟୋଲିକ୍ ଚାପକୁ କମାଏ। ପ୍ରତ୍ୟକ ଦିନ ପଇଡ଼ ପାଣି ପିଅନ୍ତୁ। ଯଦି ଖାଲି ପେଟରେ ସକାଳେ ପିଇଲେ ଅତ୍ୟନ୍ତ ଲାଭଦାୟକ।

ଦିନକୁ ଦୁଇଥର କନ୍ଦମୂଳ ରସ ପିଅନ୍ତୁ।ଏହା ଶରୀର ପାଇଁ ତଥା ରକ୍ତଚାପ ଅତ୍ୟନ୍ତ ଲାଭଦାୟକ।
ପ୍ରତିଦିନ ଏକ ମାଟି ପାତ୍ରରେ ୩୨ଟି କିସମିସ ଭିଜାଇ ସକାଳୁ ଖାଲି ପେଟରେ ଗୋଟେ ଗୋଟେ ଖାଆନ୍ତୁ। ତା’ପରେ ପେଟ ଫୁଲ ପାଣି ପିଅନ୍ତୁ। ୧୦-୧୫ଟି ତୁଳସୀ ପତ୍ରକୁ ବାଟି ଗୋଟେ ଚାମଚ ମହୁ ସହ ଖାଲି ପେଟରେ ସେବନ କରନ୍ତୁ। ଦେଖିବେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରିତ ରହିବ ।

ରାତିରେ ୭ଟି ପେସ୍ତାବାଦାମ୍ ଭିଜାଇ ସକାଳୁ ଚୋପା ଛଡ଼ାଇ,ପେଶି କ୍ଷୀର ସହ ଖାଆନ୍ତୁ। ଏହା ଛଡ଼ା କଫି ରକ୍ତଚାପ ବୃଦ୍ଧି କରିଥାଏ। ଅନେକ ଜଣଙ୍କର ସକାଳ ସମୟରେ କଫି ପିଇବାର ଅଭ୍ୟାସ ରହିଥାଏ । ଏଣୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି କଫି ପିଇବା ଅନୁଚିତ୍।
ଶରୀରରେ ଜଳୀୟ ଅଂଶ ଅଭାବ ଯୋଗୁଁ ମଧ୍ୟ ନିମ୍ନ ରକ୍ତଚାପ ହୋଇଥାଏ।ଏଣୁ ଦୈନିକ ପ୍ରଚୁର ପାଣି ପିଅନ୍ତୁ।

You might also like