ବାଳକୁ ସୁସ୍ଥ ରଖିବାକୁ ଆପଣାନ୍ତୁ ଏହି ଘରୋଇ ହେୟାର ମାସ୍କ, ବାଳ ହେବ ମଜଭୁତ ଓ ସୁନ୍ଦର

ମୈାସୁମୀ ପରିବର୍ତ୍ତନ, ଧୂଳି ଓ ଧୂଆଁ କାରଣରୁ ବାଳ ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ୱାରା ବାଳ ଦୁର୍ବଳ ହୋଇଥାଏ ଏବଂ ବାଳର ଉଜ୍ଜଳତା କମିବା ସହ ବାଳ ଝଡିବାକୁ ଲାଗିଥାଏ । ଏହି ସବୁ ସମସ୍ୟାରୁ ମୁକୁଳିବାକୁ ଆଜି ଆପଣାନ୍ତୁ ଘରୋଇ କେତୋଟି ଟିପ୍ସ ।

୧. ମୁଲତାନୀ ମାଟି ହେୟାର ମାସ୍କ :

ସାମଗ୍ରୀ : ମଲତାନୀ ମାଟି-୧୦୦ ଗ୍ରାମ
ଅଳ୍ପ ଉଷୁମ ପାଣି –ଆବଶ୍ୟକ ଅନୁସାରେ
ବାଦାମ ତେଲ-୪ରୁ ୫ ବୁନ୍ଦା

hair.JPG-1

ପ୍ରସ୍ତୁତି ବିଧି :

-ଗୋଟିଏ ପାତ୍ରରେ ମୁଲତାନୀ ମାଟି ଓ ତେଲକୁ ମିଶାନ୍ତୁ ।
-ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ମିଶାଇ ଗାଢ଼ା ପ୍ରସ୍ତୁତ କରନ୍ତୁ ।
-ଏହି ପେଷ୍ଟକୁ ବାଳରେ ୧୫-୨୦ ମିନିଟ୍‌ ପାଇଁ ଲଗାଇ ରଖନ୍ତୁ ।
-ପରେ ସାମ୍ପୋ ଓ କଣ୍ଡିସନର ସହ ଧୋଇ ଦିଅନ୍ତୁ ।

ଲାଭ : ଏହାକୁ ଲଗାଇଲେ ବାଳକୁ ମୂଳରୁ ପୋଷଣ ମିଳିଥାଏ । ଫଳରେ ବାଳ ଲମ୍ବା, ଗହରା ଓ ନରମ ହୋଇଥାଏ ।

୨. ଅଳସୀ ମଞ୍ଜିର ହେୟାର ମାସ୍କ :

hair.JPG-2

ସାମଗ୍ରୀ :

ଅଳସୀ ମଞ୍ଜି- ୧/୪ କପ୍‌
ଲେମ୍ଭୁ ରସ-୧/୨ କପ୍‌
ଏସେଂଶିଆଲ୍‌ ଅଏଲ୍‌- ୪-୫ ବୁନ୍ଦା

hair.JPG-3

ପ୍ରସ୍ତୁତି ବିଧି:

-ଅଳସୀ ମଞ୍ଜିକୁ ରାତି ସାରା ଭିଜାନ୍ତୁ ।
-ସକାଳେ ମଞ୍ଜିରୁ ପାଣି ବାହାର କରି ଏହାକୁ ଏକ ପ୍ୟାନ୍‌ରେ ୨ କପ୍‌ ପାଣିରେ ଫୁଟାନ୍ତୁ
-ପାଣି ଗାଢ଼ ହେବା ପରେ ଏଥିରେ ଲେମ୍ବୁ ରସ ମିଶାଇ ମିକ୍ସରରେ ଗ୍ରାଇଣ୍ଡ କରି ନିଅନ୍ତୁ ।
-ଏହି ପେଷ୍ଟକୁ ଥଣ୍ଡା କରି ଏଥିରେ ଏସେଂଶିଆଲ୍‌ ଅଏଲ୍‌ ମିଶାଇ ରାତିରେ ଶୋଇବା ପୂର୍ବରୁ ବାଳରେ ଲଗାନ୍ତୁ ।
-ବାଳ ଉପରେ ଏହାକୁ ସାରା ରାତି ରହିବାକୁ ଦିଅନ୍ତୁ ।
-ସକାଳେ ସାମ୍ପୋ ଓ କଣ୍ଡିସନର ସହ ଧୋଇ ଦିଅନ୍ତୁ ।

ଲାଭ : ଏହାଦ୍ୱାରା ବାଳ ଝଡ଼ିବା ବନ୍ଦ ହେବା ସହ ବାଳ ମଜଭୁତ ହୋଇଥାଏ । ଏହା ସହ ରୂପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।