ଆପଣ ଜାଣିଛନ୍ତି କି , ବଜାରରେ ମିଳୁଥିବା ପେନକିଲର ଠାରୁ ଅଧିକ ଉପଯୋଗୀ ଏହି ଘରୋଇ ଉପଚାର

ଦୈନିକ ସାଧାରଣତଃ ସମସ୍ତ ପାଖରେ କିଛି ନା କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଅଧିକାଂଶ ସମୟରେ ମୁଣ୍ଡ ,ହାତଗୋଡ଼ ,ଅଣ୍ଟା ଆଦି ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହି ଯନ୍ତ୍ରଣାରୁ ତୁରନ୍ତ ଉପଶମ ପାଇବା ପାଇଁ ସାଧାରଣତଃ ଆମେ ବଜାରରେ ମିଳୁଥିବା ପେନକିଲର ଖାଇଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଅତ୍ୟଧିକ ପେନକିଲର ଦ୍ୱାରା କର୍କଟର ସମ୍ବାବନା ରହିଥାଏ । ତେବେ ଶରୀରର ଏହି ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ବିନା କୌଣସି ପାଶ୍ୱପ୍ରଭାବରେ ଘରୋଇ ଉପଚାର ଦ୍ୱାରା ଠିକ କରିପାରିବେ। ଆସନ୍ତୁ ଜାଣିବା କଣ ରହିଛି ସେହି ଘରୋଇ ଉପଚାର ।

ପେଟ ଯନ୍ତ୍ରଣା

ଖାଦ୍ୟପେୟ ସଠିକ୍‌ ରହୁନଥିବାରୁ ବର୍ତ୍ତମାନ ପେଟ ଏବଂ ଗ୍ୟାସ ଯନ୍ତ୍ରଣା ସାଧାରଣ ହୋଇ ଯାଇଛି। ଏଥିପାଇଁ ଟିକେ ଉଷୁମ ପାଣିରେ ଏକ ଚାମୁଚ ଜୁଆଁଣି ଆଉ ଟିକେ ଗୋଲମରିଚ ମିଶାଇ ସେବନ କରନ୍ତୁ । ଦେଖିବେ ପେଟ ସହ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ  ।

pain 2

ପାଟି କିମ୍ବା ତଣ୍ଟି ଦରଜ

ଅଧିକ ଗରମ କିମ୍ବା ଥଣ୍ଡା ଖାଇବା ଦ୍ୱାରା ପାଟିରେ ଘା ହୋଇ ଯାଇଥାଏ । ଯାହା ଫଳରେ କିଛି ଖାଇବା ସମୟରେ କଷ୍ଠ ହୋଇଥାଏ । ଏହି ସମୟରେ ଗୁଆ ଘିଅ ଲଗାଇବା ସହ ଯଷ୍ଟିର ଚା ପିଅନ୍ତୁ । ଦେଖିବେ ଏଥିରୁ ତୁରନ୍ତ ଉପଶମ ମିଳିବ ।

ଗଣ୍ଠିରେ ଯନ୍ତ୍ରଣା

ବ୍ୟସ୍ତ ବହୁଳ ଜୀବନପାଇଁ କାହା ପାଖରେ ବ୍ୟାୟମ କରିବା ପାଇଁ ସମୟ ରହୁନାହିଁ । ଯାହଫଳରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦେଖାଯାଉଛି। ଏଥିପାଇଁ ସୋରିଷ ତେଲକୁ ଉଷୁମ କରି ଯନ୍ତ୍ରଣା ସ୍ଥାନରେ ମାଲିସ କଲେ ଉପଶମ ମିଳିଥାଏ । ଏହା ଛଡ଼ା କାନ ଯନ୍ତ୍ରଣା ହେଉଥିଲେ ଏକ ବୁନ୍ଦା ସୋରିଷ ତେଲ ଯନ୍ତ୍ରଣା ମୁକ୍ତ କରାଇଥାଏ ।

ଦାନ୍ତ ଏବଂ ମାଢ଼ିରେ ଯନ୍ତ୍ରଣା

ଦାନ୍ତ ଯନ୍ତ୍ରଣା ହେଲେ କିଛି ଖାଦ୍ୟ ଖାଇ ହୋଇ ନଥାଏ । ଏହାର ତୁରନ୍ତ ଉପଶମ ନହେଲ ପର୍ଯ୍ୟନ୍ତ ବହୁ ଅସ୍ତବ୍ୟସ୍ତ ଲାଗିଥାଏ । ଏଥିରୁ ତୁରନ୍ତ ଉପାମ ପାଇଁ ଗୋଲମରିଚର ଗୁଣ୍ଡକୁ ମାଢ଼ିରେ ଘଷନ୍ତୁ । ଏହା ଦ୍ୱାରା ମାଢ଼ି ଫୁଲା କମ ହେବା ସହ ତୁରନ୍ତ ଆରାମ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.