ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ମାନସମ୍ମାନ ପ୍ରାପ୍ତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ବିଦେଶ ଯାତ୍ରା ସଫଳ ହେବ। ଖର୍ଚ୍ଚ ବୃଦ୍ଧି ହୋଇପାରେ।
ବୃଷ : କୋର୍ଟ କଚେରୀ ମାମଲାଠାରୁ ଦୁରେଇ ରହନ୍ତୁ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ।
ମିଥୁନ : ବିଦ୍ୟାର୍ଥୀ ସଫଳତା ପାଇବେ। ପାରିବାରିକ ସମସ୍ୟା ଦୂର ହେବ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ଆୟ ମଧ୍ୟମ ରହିବ।
କର୍କଟ : ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି। ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ। ବାଣୀ ନିୟନ୍ତ୍ରଣରେ ରଖନ୍ତୁ।
ସିଂହ : ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଉତ୍ତମ ରହିବ।
କନ୍ୟା : ଚକ୍ଷୁରେ ପୀଡ଼ା ଦେଖାଦେବ। ଗାଡ଼ି ଚଳାଚଳରେ ସାବଧାନ ରହନ୍ତୁ। ହଠାତ୍ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ।
ତୁଳା : କର୍ତ୍ତବ୍ୟ ପରାୟଣ ହୋଇ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ସୁସ୍ୱାଦୁ ଭୋଜନ କରିବେ। ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ।
ବିଛା : କୋର୍ଟ କଚେରୀ ମାମଲାରୁ ଦୂରେଇ ରହନ୍ତୁ। କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଆୟ ମଧ୍ୟମ ରହିବ।
ଧନୁ : ସୁସ୍ୱାଦୁ ଭୋଜନ କରିବେ। ଶରୀର ଅସୁସ୍ଥ ରହିପାରେ। ବାଣୀ ନିୟନ୍ତ୍ରଣରେ ରଖନ୍ତୁ। ଭାବିଚିନ୍ତି ଧନ ନିବେଶ କରନ୍ତୁ।
ମକର : କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ। ଯୁକ୍ତିତର୍କରୁ ଦୂରେଇ ରହିବା ଆବଶ୍ୟକ।
କୁମ୍ଭ : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଛୋଟଛୋଟ କଥାକୁ ନେଇ ବ୍ୟସ୍ତତା ଦେଖାଦେବ । ଧର୍ମକାର୍ଯ୍ୟରେ ଯୋଗଦେବେ।
ମୀନ : ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ। ଗାଡ଼ି ଚଳାଚଳରେ ସାବଧାନ ରହିବା ଆବଶ୍ୟକା ସ୍ୱାସ୍ଥ୍ୟହାନି ହୋଇପାରେ।