ଅକଟୋବର ୨୬, ଆପଣଙ୍କ ଜନ୍ମଦିନ କି ? ଜାଣନ୍ତୁ ନିଜ ସ୍ୱଭାବ ବିଷୟରେ

ଆଜି ଅକଟୋବର ୨୬ ତାରିଖ । ଆଜି ଦିନରେ ଜନ୍ମ ହୋଇଥିବା ଲୋକଙ୍କର ସ୍ୱଭାବ କିଭଳି ଆସନ୍ତୁ ଜାଣିବା । ଏହି ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଭାରି ବିଶ୍ୱସ୍ତ । ହେଲେ ସେମାନ ସିଧାସଳଖ କଥାବାର୍ତ୍ତା କରନ୍ତୁ । ପେଟ ଭିତରେ କିଛି ଲୁଚାଇ ରଖି ପାରନ୍ତି ନାହିଁ । ଏମାନେ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧା କରନ୍ତି । ସେଇଥିପାଇଁ ସେମାନଙ୍କର ଅନେକ ବିଶ୍ୱସ୍ତ ଓ ଭରସାଯୋଗ୍ୟ ବନ୍ଧୁ ଥାନ୍ତି । ଏହି ବ୍ୟକ୍ତିମାନେ ନିଜ ପ୍ରେମିକା ଓ ପତ୍ନୀଙ୍କ ପ୍ରତି ମଧ୍ୟ ଖୁବ୍ ବିଶ୍ୱସ୍ତ ।
ଏମାନେ ନିଜ କର୍ମକ୍ଷେତ୍ରରେ ଖୁବ୍ ନିଷ୍ଠା ଓ ପରିଶ୍ରମ କରନ୍ତି । ଯେଉଁ କାମରେ ଅନ୍ୟମାନେ ହାରିଯାନ୍ତି, ସେଠି ଏହି ବ୍ୟକ୍ତିମାନେ ନିଜର ଧୈର୍ଯ୍ୟ ଓ ପରାକାଷ୍ଠା ଦେଖାଇ କାମକୁ ସମ୍ପୂର୍ଣ୍ଣ କରିବାରେ ସହାୟକ ହୁଅନ୍ତି । ଏମିତିକି ଏମାନେ କୌଣସି ଭୁଲ ତ୍ରୁଟି କଲେ ମାନି ଯାନ୍ତି । ଏହି ଧରଣର ଲୋକ ଟିକେ ଭାବପ୍ରବଣ । ସେମାନେ ଯେତିକି ବନ୍ଧୁ ତିଆରି କରନ୍ତି ସେତିକି ପରିମାଣରେ ଶତ୍ରୁ ବି ସୃଷ୍ଟି କରନ୍ତି । ତେବେ ଏମାନେ ଯେଉଁଠାରେ ଥାନ୍ତି ସେଠି ସବୁ ବେଳେ ହସ ମଜା ଚାଲିଥାଏ । ଏମାନଙ୍କ ଏନର୍ଜି ସ୍ତର ବହୁତ । ସବୁ ବେଳେ କିଛି ନା କିଛି କାମରେ ଲାଗିଥାନ୍ତି । ଅବଶ୍ୟ ବେଳେ ବେଳେ ଏମାନେ ପ୍ରେମିକା କିମ୍ବା ବନ୍ଧୁଙ୍କ କଥାରେ ପଡ଼ି ଭାବପ୍ରବଣ ହୋଇ ନିଜ ପାଇଁ କ୍ଷତି କରିଥାନ୍ତି ।
ଏମାନଙ୍କ ପାଇଁ ସବୁଜ ରଙ୍ଗର ପନ୍ନା ବହୁତ ଲାଭଦାୟକ ହୋଇଥାଏ । ଲକୀ ନମ୍ବର ହେଉଛି ୭, ୧୫, ୨୬, ୩୨ ଓ ୫୭ ।