ଘରୁ ନକାରାତ୍ମକ ଶକ୍ତି ଦୂର କରିବ କଳାଘୋଡା ନାଲ, ମିଳିବ ଚତ୍ମକାର ଫାଇଦା
ବାସ୍ତୁ ଶାସ୍ତ୍ରରେ ପ୍ରତିଦିନ କିପରି ଜୀବନରେ ନକାରାତ୍ମକ ଉର୍ଜା ଦୂର କରି ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ଏହା ମଧ୍ୟରେ ଆଇନା, ତୁଳସୀ ଗଛ, ଘଣ୍ଟା, ଘୋଡା ନାଲ, ଲୁଣ ଭଳି ଜିନିଷ ସାମିଲ ରହିଛି। କେବେ ବି ଘର ସାମ୍ନାରେ ବଡ ଖୁଣ୍ଟ, ଗଛ ରହିବା ଅଶୁଭ ହୋଇଥାଏ। ସେହିପରି ଡ୍ରେସିଂ ରୁମର ଉତ୍ତର କିମ୍ବା ପୂର୍ବ କାନ୍ଥରେ ଆଇନା ଲଗାନ୍ତୁ ଏହା ଅତ୍ଯନ୍ତ ଶୁଭ ହୋଇଥାଏ। ବେଡ ରୁମରେ ଆଇନା ଲଗାନ୍ତୁ ନାହିଁ ଯଦି ରହିଥାଏ, ତେବେ ରାତିରେ ଏହାକୁ କପଡାରେ ଢାଙ୍କି ଦିଅନ୍ତୁ।
ଘରୁ ନକାରାତ୍ମକ ଶକ୍ତି ଦୂର କରିବାରେ ସହାୟକ ହୋଇଥାଏ ଘୋଡା ନାଲ। ଘୋଡା ନାଲର ଉପଯୋଗର କାହିଁ କେଉଁ ପୁରାତନ କାଳରୁ ଚାଲିଛି। ବାସ୍ତୁ ବ୍ଯତୀତ ଜ୍ଯୋତିଷ ଶାସ୍ତ୍ର ଏବଂ ଲାଲ କିତାବରେ ଘୋଡା ନାଲର ପ୍ରୟୋଗ ବହୁତ ଜରୁରୀ ବୋଲି କୁହାଯାଇଛି।
ଖାସ୍ କରି କଳାଘୋଡା ନାଲ ଘରର ଅନେକ ବାସ୍ତୁ ଦୋଷ ଦୂର କରିଥାଏ। ତେଣୁ U ସେପର ଘୋଡା ନାଲ ଘର କାନ୍ଥରେ ତଳକୁ କରି ଲଗାଇ ଦିଅନ୍ତୁ। ସେହିପରି ଅଫିସ, ଦୋକାନ, କାରଖାନ ଆଦିରେ ଉପରକୁ କରି ଲଗାଇବା ଦ୍ବାରା ନେଗେଟିଭ ଶକ୍ତି ଦୂର ହୋଇଥାଏ।