ଥଣ୍ଡାଦିନେ ପିଅନ୍ତୁ ହଟ୍ ଚକୋଲେଟ୍ ମିଲ୍କ ସେକ୍, ତିଆରି କରିବାକୁ ଲାଗିବ ମାତ୍ର ୫ ମିନିଟ୍
ଚକୋଲେଟ୍ ମିଲ୍କ ସେକ୍ ନାଁ ଶୁଣିବା ମାତ୍ରେ ଅନେକଙ୍କ ପାଟିରୁ ଲାଳ ଗଡ଼େ। ଶୀତ ଦିନେ କିଛି ଲୋକ ଥଣ୍ଡା ଖାଇବାକୁ ପସନ୍ଦ କରିନଥାନ୍ତି। ଏଭଳି ସ୍ଥିତିରେ ଆଜି ଆମେ ଆପଣଙ୍କ ପାଇଁ ନେିଇ ଆସିଛୁ ହଟ୍ ଚକୋଲେଟ୍ ମିଲ୍କ ସେକ୍ର ରେସିପି। କାଜୁ ଓ ଡାର୍କ ଚକୋଲେଟ୍ରୁ ତିଆରି ଏହି ହେଲ୍ଦି ମିଲ୍କ ସେକ୍ ଏନର୍ଜେଟିକ୍ ହେବା ସହ ଟେଷ୍ଟି ମଧ୍ୟ। ଏହାକୁ ଘରେ ମାତ୍ର କିଛି ସମୟ ମଧ୍ୟରେ ହିଁ ତିଆରି କରିପାରିବେ। ତେବେ ଆସନ୍ତୁ ଜାଣିବା ଚକୋଲେଟ୍ ମିଲ୍କ ସେକ୍ ତିଆରି କରିବାର ପୂରା ପ୍ରଣାଳୀ…
ଆବଶ୍ୟକୀୟ ଉପକରଣ:
୧ କଦଳୀ, ୧ କପ୍ କ୍ରିମ୍, ୧ ବଡ଼ ଚାମଚ କାଜୁ, ୨ ଛୋଟ ଚାମଚ କୋକୋଆ ପାଉଡର, ୨ ବଡ଼ ଚାମଚ ଡାର୍କ ଚକୋଲେଟ୍, ଚକୋଲେଟ୍ ପାଉଡର, ଡାର୍କ ଚକୋଲେଟ୍ ପିସ୍
ପ୍ରସ୍ତୁତି ପ୍ରଣାଳୀ:
ସେକ୍ ତିଆରି କରିବା ପାଇଁ ପ୍ରଥମେ ଡାର୍କ ଚକୋଲେଟ୍କୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ। ଏବେ ଗ୍ରାଇଣ୍ଡର ଜାର୍ରେ କଦଳୀ, ଉଷୁମ କ୍ଷୀର, କାଜୁ ମିଶାଇ ଏହି ସେକ୍ ପ୍ରସ୍ତୁତ କରନ୍ତୁ। ଏହି ସେକ୍ରେ କୋକୋଆ ପାଉଡର ଓ ଡାର୍କ ଚକୋଲେଟ୍ ମିଶାଇ ପୁଣି ଥରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ପ୍ରସ୍ତୁତ ସେକ୍କୁ ଏକ ଗ୍ଲାସ୍ରେ ଢାଳନ୍ତୁ। ଏହା ଉପରେ ଚକୋଲେଟ୍ ପାଉଡର ଓ ଅଳ୍ପ ଡାର୍କ ଚକୋଲେଟ୍ର ଖଣ୍ଡକୁ ପକାଇ ସର୍ଭ କରନ୍ତୁ ହଟ୍ ଚକୋଲେଟ୍ ସେକ୍।