କ୍ଷୀର ପିଇବା ଶରୀର ପାଇଁ ଲାଭକାରୀ , ଜାଣନ୍ତୁ ଏହାକୁ କପରି କରିବେ ସେବନ?

କ୍ଷୀର ଶରୀର ପାଇଁ ଲାଭକାରୀ ହୋଇଥାଏ। କ୍ଷୀର ଆପଣଙ୍କୁ ପସନ୍ଦ ଥାଉ କି ନଥାଉ କିନ୍ତୁ କ୍ଷୀରର ଉପକାରୀ କଥା ସମସ୍ତେ ଜାଣିଥାନ୍ତି। ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଏକ ଗ୍ଲାସ କ୍ଷୀର ସେବନ କରିବା ଉଚିତ। ଏହା ଆମ ଶରୀରର ପୋଷକ ତତ୍ୱ ପୂରଣ କରିଥାଏ। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ, ଆୟୋଡ଼ିନ, ପୋଟାସିୟମ, ଫସଫରସ ଏବଂ ଭିଟାମିନ-ବି ଭଳି ୧୨ଟି ପୋଷକ ତ୍ତ୍ୱ ରହିଥାଏ। ଯାହା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ।

କ୍ଷୀର ପିଇବାର ଉପକାର ବିଷୟରେ ତ ଆପଣମାନେ ଜାଣିଛନ୍ତି କିନ୍ତୁ ଆପଣଙ୍କ ଶରୀର ପାଇଁ କେଉଁ ପ୍ରକାର କ୍ଷୀର ପିଇବା ଉଚିତ ଜାଣନ୍ତୁ। କିଛି ଲୋକମାନେ ଗରମ କ୍ଷୀରରେ ହଳଦୀ ପାଉଡ଼ର ବା ନିଜ ମନ ପସନ୍ଦର ଜିନିଷ ପକାଇ ପିଇବା ପାଇଁ ପସନ୍ଦ କରିଥାନ୍ତି। କିଛି ଲୋକମାନଙ୍କୁ ମଧ୍ୟ ଥଣ୍ଡା କ୍ଷୀର ପିଇବାର ପସନ୍ଦ ରହିଥାଏ।କ୍ଷୀର କୁ ଥଣ୍ଡା କରିବା ପାଇଁ କିଛି ସମୟ ଫ୍ରିଜ୍‌ରେ ରଖି ସେବନ କରନ୍ତୁ।ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ପ୍ରକାର କ୍ଷୀର ସେବନ କଲେ ଆପଣଙ୍କ ଶରୀରରେ ପ୍ରଚୁର ମାତ୍ରାରେ ପୋଷକ ତତ୍ୱ ମିଳିଥାଏ। କିଛି ଲୋକମାନଙ୍କୁ ଥଣ୍ଡା କ୍ଷୀର ପିଇବାର ପସନ୍ଦ ରହିଥାଏ କାରଣ ଏହା ଶରୀରରେ ଧୀର ପ୍ରକ୍ରିୟାରେ ଗତି କରିଥାଏ। ଏଥିରେ ଇଲେକ୍ଟ୍ରୋଲାଇଟସ ରହିଥାଏ ଯାହା ଆପଣଙ୍କୁ ପୁରା ଦିନ ଆକ୍ଟିଭ ରଖିଥାଏ। ଯଦି ଆପଣଙ୍କୁ ଥଣ୍ଡା କ୍ଷୀର ସେବନ କରିବାର ରୁଚି ରହିଛି ତେବେ ଆପଣ ଏହାକୁ କେବଳ ସକାଳ ସମୟରେ ସେବନ କରନ୍ତୁ। ରାତିରେ ଥଣ୍ଡା କ୍ଷୀର ପିଇବା ଦ୍ୱାରା ଆପଣଙ୍କୁ ଅସୁବିଧା ହୋଇପାରେ , ଯାହା ଦ୍ୱାରା ଆପଣଙ୍କୁ ଠିକ ଭାବେ ନିଦ ଆସିନଥାଏ।

କିଛି ଲୋକ ନିଜର ଓଜନ କମାଇବା ପାଇଁ ଥଣ୍ଡା କ୍ଷୀର ସେବନ କରିଥାନ୍ତି। କିନ୍ତୁ ଶୀତ ଋତୁରେ ବିଲକୁଲ ଥଣ୍ଡା କ୍ଷୀର ସେବନ କରନ୍ତୁ ନାହିଁ। କାରଣ କାସ ଏବଂ ଫ୍ଲୁ ଇନଫେକ୍ସନ ହେବାର ଭୟ ରହିଥାଏ।
ଶୀତ ଋତୁରେ ଗରମ କ୍ଷୀର ପିଇବା ଉଚିତ। ଏହା ବ୍ୟତୀତ କ୍ଷୀରରେ ଯଦି ଆପଣ ହଳଦତୀ ପାଉଡ଼ର ବା କିଛି ପ୍ରୋଟିନ ମିଶାଇବାକୁ ଚାହୁଁଛନ୍ତି ତେବେ ଏଥିରେ ଗରମ କ୍ଷୀର ବ୍ୟବହାର କରନ୍ତୁ। ଥଣ୍ଡା କ୍ଷୀରରେ ଏହି ସବୁ ଜିନିଷ ମିଶାଇବା କଷ୍ଟ ହୋଇଥାଏ। ଗରମ କ୍ଷୀର ଛୋଟ ପିଲା ଏବଂ ବୃଦ୍ଧ ଲୋକମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ।

KNews Bureau

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

36 seconds ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

7 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

16 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

16 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

34 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

34 mins ago