ହେଲ୍ଦି ଏବଂ ଫିଟ୍ ରହିବା ପାଇଁ ପ୍ରତିଦିନ ଆଲମଣ୍ଡ ମିଲ୍କ ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆଜିକାଲି, ଫିଟନେସ୍ ଫ୍ରିକ୍ସ ଏବଂ କ୍ଷୀରରେ ଆଲର୍ଜି ଥିବା ଲୋକମାନେ ଗାଇ କ୍ଷୀରକୁ ବେଶୀ ପସନ୍ଦ କରୁନାହାନ୍ତି । ଏଭଳି ପରିସ୍ଥିତିରେ ଆଲମଣ୍ଡ ମିଲ୍କ ଏକ ନନ୍-ଡାଏରୀ ମିଲ୍କ ଏବଂ ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ । ଏହା ବ୍ୟତୀତ ଆଲମଣ୍ଡ ମିଲ୍କରେ କମ୍ କ୍ୟାଲୋରୀ ଥିବା ଯୋଗୁଁ ଅନେକ ଲୋକ ଏହାକୁ ପିଇବାକୁ ପସନ୍ଦ କରନ୍ତି ।
ଏହି କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦ୍ରୁତ ଗତିରେ ବଢିଥାଏ ଏବଂ ଆମ ଶରୀର ରୋଗଠାରୁ ଦୂରରେ ରହିଥାଏ । ଆଲମଣ୍ଡରେ ମିଳୁଥିବା କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ K, ଭିଟାମିନ୍ E ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଆଲମଣ୍ଡ ମିଲ୍କ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ …
ବିଶେଷଜ୍ଞଙ୍କ ଅନୁଯାୟୀ ଆଲମଣ୍ଡ ମିଲ୍କ ତିଆରି କରିବାର କୌଣସି ଫିକ୍ସଡ଼ ଉପାୟ ନାହିଁ । ଆପଣ ବିଭିନ୍ନ ପ୍ରକାର ବାଦାମ ତଥା ଆଲମଣ୍ଡରୁ ଏହାକୁ ପ୍ରସ୍ତୁତ କରିପାରିବେ । ଯାହାଦ୍ୱାରା ଏଥିରେ ବିଭିନ୍ନ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ଆଲମଣ୍ଡ ମିଲ୍କରେ ବହୁତ କମ୍ ପ୍ରୋଟିନ୍ ଏବଂ କାର୍ବ ଥାଏ । ଗାଈ କ୍ଷୀରରେ ମିଳୁଥିବା ପ୍ରୋଟିନ, କ୍ୟାଲସିୟମ, ପୋଟାସିୟମ ଏବଂ ଭିଟାମିନ୍ D ସହିତ ଆଲମଣ୍ଡ ମିଲ୍କରେ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ, ଯାହା ଆମ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଆଲମଣ୍ଡ ମିଲ୍କର ଉପକାରିତା:
-କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟରେ ଆଲର୍ଜି ଥିବା ଲୋକଙ୍କ ପାଇଁ ପ୍ଲାଣ୍ଟ ବେସ୍ଡ ଆଲମଣ୍ଡ ମିଲ୍କ ଏକ ଭଲ ଅପ୍ସନ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ଏହି କ୍ଷୀର ପିଇବା ଦ୍ୱାରା ଅନେକ ପ୍ରକାରର ରୋଗ ଆମ ଠାରୁ ଦୂରରେ ରୁହନ୍ତି ।
-ଗାଇ କ୍ଷୀର ପରି ଆଲମଣ୍ଡ ମିଲ୍କରେ ମଧ୍ୟ ଅନେକ ପ୍ରୋଟିନ୍ ଥାଏ । ବିଭିନ୍ନ ପ୍ରକାରର ରୋଗ ସହିତ ଲଢ଼ିବା ପାଇଁ ଥିବା ଆଇସୋଫ୍ଲୋଭୋନ୍ ଆଲମଣ୍ଡ ମିଲ୍କରେ ପ୍ରଚୁର ପରିମାଣରେ ମିଳିଥାଏ । ଏହାକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଏହି କ୍ଷୀର ଶରୀରକୁ ରୋଗ ସହ ଲଢ଼ିବା ପାଇଁ ସକ୍ଷମ କରିଥାଏ ।
-ଆଲମଣ୍ଡ ମିଲ୍କରେ କମ୍ କ୍ୟାଲୋରୀ ଏବଂ କମ୍ ପ୍ରୋଟିନ୍ ମିଳିଥାଏ । ଅନସେଚୁରେଟେଡ଼ ଫ୍ୟାଟ ଏଥିରେ ବହୁତ କମ୍ ପରିମାଣରେ ମିଳିଥାଏ । ଆଲମଣ୍ଡ ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଏହାର ଉପାଦାନଗୁଡିକ ହୃଦ୍ ରୋଗ ଏବଂ କ୍ୟାନ୍ସର ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ଯେଉଁମାନେ ଡାଏଟ୍ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି କ୍ଷୀର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।