ଗର୍ଭାବସ୍ଥାରେ ରକ୍ତହୀନତା ଦେଖାଦେଲେ କେମିତି କରିବେ ଦୂର, ଜାଣନ୍ତୁ

ଗର୍ଭାବସ୍ଥା ସମୟରେ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦିଏ । ଏହି ସମୟରେ ମହିଳାଙ୍କ ଶରୀରରେ ମର୍ନିଙ୍ଗ ସିକନେସ, ମୁଣ୍ଡ ବୁଲାଇହେବା, ଭୟ ଲାଗିବା, ମୁଣ୍ଡବିନ୍ଧା, ୟୁଟିଆଇ ଇନଫେକ୍ସନ, ଶାରୀରିକ ଅସୁସ୍ଥତା ପରି ସମସ୍ୟାମାନ ଦେଖାଦିଏ । ଆଉ ମଧ୍ୟ ଏହି ସମୟରେ ସେମାନଙ୍କ ଶରୀରରେ ରକ୍ତହୀନତା ଅଥବା ଏନିମିଆ ଭଳି ସମସ୍ୟା ବି ଦେଖାଦିଏ । ଯଦି ଶରୀରରେ ହିମୋଗ୍ଲୋବିନ ସ୍ତର କମିଯାଏ ସେସମୟରେ ଶରୀରରେ ଦୁର୍ବଳତା ସମସ୍ୟା ଅଧିକ ବଢିଯାଏ । ଏହାର କୁପ୍ରଭାବ ଛୁଆର ସ୍ୱାସ୍ଥ୍ୟ ଉପରେ ପଡିଥାଏ । ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥା ସମୟରେ କାହିଁକି ଦେଖାଦିଏ ରକ୍ତହୀନତା:

– ଶରୀରରେ ଫୋଲିକ ଏସିଡର ମାତ୍ରା କମିବା

– ଭିଟାମିନ ବି ସଟେଜ ହେବା

– ଆଇରନର ପରିମାଣ କମିବା

– ଆବଶ୍ୟକତା ଠାରୁ କମ ପରିମାଣର ଖାଦ୍ୟ ଗ୍ରହଣ

ରକ୍ତ ହୀନତାର ଲକ୍ଷଣ;

– ଦୁର୍ବଳ ଲାଗିବା

– ଶରୀରର ରଙ୍ଗ ହଳଦିଆ ପଡିଯିବା

– ନିଶ୍ୱାସ ନେବାରେ ଅସୁବିଧା ହେବା

– ନଖ, ଆଖି, ଓଠର ରଙ୍ଗ ହଳଦିଆ ପଡିବା

-କେଶ ଝଡ଼ିବା

– ଜିଭରେ ଦରଜ ହେବା

– ପାଟିର ସ୍ୱାଦ ବିଗିଡିଯିବା

– ବାନ୍ତି ଲାଗିବା ଓ ମୁଣ୍ଡ ବୁଲାଇ ହେବା

Importance Of Milk In Our Diet - Boldsky.com

image credit: Boldsky.com

ତେବେ ଆସନ୍ତୁ ଜାଣିବା କେମିତି ମହିଳା ମାନେ ଶରୀରର ରକ୍ତହୀନତା ଦୂର କରିପାରିବେ:

ଏଥିପାଇଁ ତ ଡାକ୍ତରମାନେ ଆଇରନ ବଟିକା ଖାଇବାକୁ ଦେଇଥାନ୍ତି । କିନ୍ତୁ ଏହା ବାଦ ଆପଣ ନ୍ୟାଚୁରାଲ ଡାଏଟରେ ବି ନିଜ ଶରୀରର ରକ୍ତହୀନତାକୁ ଦୂର କରିପାରିବେ । ଆଇରନ ଯୁକ୍ତ ଆହାର ଗ୍ରହଣ କରନ୍ତୁ ।

ଶରୀରରେ ରକ୍ତ ହୀନତା ଜନିତ ସମସ୍ୟା ଦୂର କରିବା ପାଇଁ ଖାଦ୍ୟରେ ଆଇରନରେ ଭରପୁର ଫୁଡ ଯେମିତିକି ସବୁଜ ପନିପରିବା, ରେଡ ମିଟ, ମସୁର ଡ଼ାଲି, ଟୋଫୁ, କିଶମିଶ, ବ୍ରୋକୋଲି, ସାଗୁ ଦାନା, ବ୍ରେଡ, ଅଖରୋଟ, ବାଦାମ, ଦଳିଆ ଆଦି ଗ୍ରହଣ କରିପାରିବେ ।

ରକ୍ତ ହୀନତା ଦୂର କରିବା ପାଇଁ ଗାଜର ଓ ବିଟ ଜୁସ ପିଅନ୍ତୁ । ଏହା ସହ ଏଥିରୁ ପ୍ରସ୍ତୁତ ହେଉଥିବା ସାଲାଡ ବି ଖୁବ ଲାଭକାରୀ ।

ଯଦି ଶରୀରରେ ରକ୍ତର ଅଭାବ ଦେଖାଦିଏ ତାହେଲେ ଟମାଟୋ ସାଲାଡ଼ କିମ୍ବା ଟମାଟୋ ଜୁସ ପ୍ରସ୍ତୁତ କରି ପିଅନ୍ତୁ । ଏହା ବ୍ୟତୀତ ଭୋଜନରେ ବି ପ୍ରଚୁର ପରିମାଣରେ ଟମାଟୋ ଖାଆନ୍ତୁ ।

ଗର୍ଭବତୀ ମହିଳାଙ୍କ ରକ୍ତ ହୀନତା ଦୂର କରିବା ପାଇଁ ଗୋଟେ ଗ୍ଲାସ ଉଷୁମ କ୍ଷୀରରେ ୮ ରୁ ୧୦ଟି ଟି ଖଜୁରୀ ଖାଆନ୍ତୁ । ଶରୀରକୁ ଶକ୍ତି ବି ମିଳିବ ।

ଆଇରନର ଏକ ଭଲ ସ୍ରୋତ ହେଉଛି ଗୁଡ । ଗର୍ଭାବସ୍ଥା ସମୟରେ ଗୁଡ ଖାଇଲେ ରକ୍ତ ହୀନତା ଦୂର ହୋଇଥାଏ । ଆପଣ ଚାହା କିମ୍ବା କ୍ଷୀର ସହିତ ଏହାକୁ ଖାଇପାରିବେ । ଏହା ସହ ଡାଇଜେସନ ବି ଠିକ ହୋଇଥାଏ ।

ପ୍ରତିଦିନ ଗୋଟିଏ ଅଁଳା ମୁରବା ଖାଆନ୍ତୁ । ଆଉ ଏହା ପରେ ଗୋଟିଏ ଗ୍ଲାସ କ୍ଷୀର ପିଅନ୍ତୁ । ଏହା ଦ୍ୱାରା ଶରୀରରେ ନୂଆ ରକ୍ତ ସୃଷ୍ଟି ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.