କ୍ରୋଧ-ହିଂସାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତିଦିନ ସେବନ କରନ୍ତୁ ଶାକାହାରୀ ଭୋଜନ

କୁହାଯାଏ ମଣିଷର ବ୍ୟବହାର ସେ ସେବନ କରୁଥିବା ଖାଦ୍ୟରୁ ଜଣାପଡେ । ଅର୍ଥାତ ଆମେ ଯେଉଁଭଳି ଖାଦ୍ୟ ଖାଇଥାଉ ସେଭଳି ଆଚରଣ ମଧ୍ୟ ହୋଇଥାଏ । କିଛି କୁହନ୍ତି, ଯଦି କାହାକୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ତାଙ୍କର ମନ ପସନ୍ଦ ଖାଦ୍ୟ ଦେଇ ଖୁସି କରାନ୍ତୁ । କାରଣ ମନକୁ ଜିତିବାର ରାସ୍ତା ପେଟ ମଧ୍ୟ ଦେଇ ହୋଇଥାଏ । ତେଣୁ ମନକୁ ଖୁସି ରଖିବା ପାଇଁ ଅମେ ଏମିତି ଅନେକ ଖାଦ୍ୟ ଗ୍ରହଣ କରିଥାଉ, ଯାହାର ପ୍ରଭାବ ଆମ ବ୍ୟବହାର ଉପରେ ପଡିଥାଏ ।

ଯଦି ଆପଣଙ୍କ ସହିତ ଏମିତି କିଛି ଘଟୁଥାଏ, ତେବେ ହୋଇଯାନ୍ତୁ ସତର୍କ । ଏଥିପାଇଁ ପ୍ରଥମେ ଆପଣଙ୍କ ଡାଏଟ ଚାର୍ଟ ରେ ପରିବର୍ତ୍ତନ କରନ୍ତୁ । ଆୟୁର୍ବେଦ ଜ୍ଞାନ ଅନୁସାରେ ଶାକାହାରୀ ବ୍ୟକ୍ତିଙ୍କ ମଧ୍ୟରେ ଥିବା ଶକ୍ତି ସକରାତ୍ମକ ଉର୍ଜା ପ୍ରଦାନ କରିଥାଏ । କିନ୍ତୁ ମାଂସାହାରୀ ବ୍ୟକ୍ତିଙ୍କ ମଧ୍ୟରେ ରାଗ ସ୍ୱଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳେ । ଚାଲନ୍ତୁ ଜାଣିବା ଶାକାହାରୀ ଭୋଜନର ଫାଇଦା:

– ଏହି ଭୋଜନ ବ୍ୟତ୍ତିକୁ ସେଲ୍ଫ କଣ୍ଟ୍ରୋଲ ସୃଷ୍ଟି କରିଥାଏ । ଅର୍ଥାତ ପ୍ରତ୍ୟେକଟି ପରିସ୍ଥିତିରେ ଏହା ଆପଣଙ୍କୁ ନିୟନ୍ତ୍ରିତ ରଖିଥାଏ । ଯାହା ଦ୍ୱାରା ଆପଣ ସବୁ ପରିସ୍ଥିତିକୁ ଭଲ ଭାବେ ସାମ୍ନା କରିପାରିବେ ।

veg food
pc: medical news today

– ମାଂସାହାରୀ ଅପେକ୍ଷା ଶାକାହାରୀ ଭୋଜନରେ କମ ମାତ୍ରାରେ ତେଲ ବ୍ୟବହାର କରାଯାଏ । ଏହାଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରଲ ମାତ୍ରା ନିୟନ୍ତ୍ରିତ ଅବସ୍ଥାରେ ରୁହେ ।

– ଫାଇବରର ମାତ୍ରା ଅଧିକ ପରିମାଣରେ ଶାକାହାରୀ ଭୋଜନରେ ରହିଥାଏ । ଏହାଦ୍ୱାରା ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାସହ ପାଚନ ତନ୍ତ୍ର ପ୍ରକ୍ରିୟା ମଧ୍ୟ ଠିକ ରୂପେ କାର୍ଯ୍ୟ କରେ ।

– ପ୍ରକୃତିରେ ଶାକାହାରୀ ଭୋଜନକୁ ସାତ୍ତ୍ୱିକ ଆହାର ରୂପେ ମନାଯାଏ । ଏହାଦ୍ୱାରା ମନରେ ଶାନ୍ତି, ଏକାଗ୍ରତା ଭଲପାଇବା ଭଳି ଗୁଣର ବିକାଶ ହୋଇଥାଏ ।

ତେଣୁ ପ୍ରତ୍ୟେକ ଏହି ଖାଦ୍ୟକୁ ଗ୍ରହଣ କରିବା ଆବଶ୍ୟକ । କାରଣ ଏହାଦ୍ୱାରା ମନରେ ରାଗ, କ୍ରୋଧ, ହିଂସା ଭଳି ଗୁଣର ସ୍ଥାନ ରୁହେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.