ଆଖି ପାଇଁ କେତେ କ୍ଷତିକାରକ ବାୟୁ ପ୍ରଦୂଷଣ, ଜାଣନ୍ତୁ ଏହି ସମସ୍ୟାରୁ କିପରି ପାଇବେ ମୁକ୍ତି

ପ୍ରଦୂଷଣ ପାଇଁ କଞ୍ଜକ୍ଟିଭା ଏବଂ ଆଖିରେ ଥିବା ଗ୍ରନ୍ଥିକୁ କ୍ଷତି ପହଞ୍ଚିଥାଏ ଏବଂ ଆଖିରେ ଲୁହ ବୋହିବା କମ ହୋଇ ଯାଇଥାଏ । ଏହି କାରଣରୁ ଆଖି ଫୁଲିବା ଏବଂ ଇନ୍‌ଫେକ୍ସନ ବଢି ଯାଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ବାୟୁରେ ଥିବା ରସାୟନ ସମ୍ପର୍କରେ ଆସିବା ଦ୍ୱାରା ଆଖିର ପରଦା ଏବଂ ଟିଅର ଡ୍ରେନେଜ ବ୍ୟବସ୍ଥାରେ କ୍ଷତି ପହଞ୍ଚିଥାଏ ।

(କେନ୍ୟୁଜ ବ୍ୟୁରୋ): ଆମେ ନିଶ୍ୱାସ ପ୍ରଶ୍ୱାସରେ ନେଉଥିବା ବାୟୁ ଆମ ଶରୀରର ଫୁସଫୁସ ଏବଂ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଏହା ବ୍ୟତୀତ ଆଖି ଏବଂ ଶରୀରର ସମସ୍ତ ଅଙ୍ଗକୁ କ୍ଷତି ପହଞ୍ଚାଇଥାଏ । ଆରାମଦାୟକ ଏବଂ ଭଲ ଦୃଷ୍ଟି ଶକ୍ତି ପାଇଁ ଆଖିର ବହୁତ ମହତ୍ତ୍ୱ ରହିଛି । ଆଖିରେ ଥିବା କର୍ଣ୍ଣିଆର ଉପରିଭାଗରେ ଥିବା ଲୁହ ଏକ ଫିଲ୍ମରେ ଆଚ୍ଛାଦିତ ହୋଇଥାଏ, ଯେଉଁଥିରେ ତିନୋଟି ସ୍ତର ରହିଥାଏ । କଞ୍ଜକ୍ଟିିଭା ଏବଂ ଆଖିରେ ଥିବା ଗ୍ରନ୍ଥିଗୁଡ଼ିକୁ ନେଇ ଏହି ଫିଲ୍ମ ଗଠିତ ହୋଇଥାଏ । ବାୟୁରେ ଥିବା କୌଣସି ପ୍ରଦୁଷକ, ରସାୟନ ଏବଂ ବିଷାକ୍ତ ପଦାର୍ଥ ଏହି ଫିଲ୍ମକୁ କ୍ଷତି ପହଞ୍ଚାଇ ଥାଆନ୍ତି । ଯାହା ଦ୍ୱାରା ଏହି ଫିଲ୍ମ ଭାଙ୍ଗିବାରେ ଲାଗିଥାଏ । କର୍ଣ୍ଣିଆରେ ଥିବା ତନ୍ତ୍ରିକା ନଷ୍ଟ ହେବା କାରଣରୁ ଆଖି ଲାଲ ପଡ଼ିବା, ପାଣି ଆସିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

ପ୍ରଦୂଷଣ ପାଇଁ କଞ୍ଜକ୍ଟିଭା ଏବଂ ଆଖିରେ ଥିବା ଗ୍ରନ୍ଥିକୁ କ୍ଷତି ପହଞ୍ଚିଥାଏ ଏବଂ ଆଖିରେ ଲୁହ ବୋହିବା କମ ହୋଇ ଯାଇଥାଏ । ଏହି କାରଣରୁ ଆଖି ଫୁଲିବା ଏବଂ ଇନ୍‌ଫେକ୍ସନ ବଢି ଯାଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ବାୟୁରେ ଥିବା ରସାୟନ ସମ୍ପର୍କରେ ଆସିବା ଦ୍ୱାରା ଆଖିର ପରଦା ଏବଂ ଟିଅର ଡ୍ରେନେଜ ବ୍ୟବସ୍ଥାରେ କ୍ଷତି ପହଞ୍ଚିଥାଏ । ଯେଉଁଥିପାଇଁ ଆଖିରେ ପାଣି ବାହାରିବା ସମସ୍ୟା ବଢି ଯାଇଥାଏ । ଗମ୍ଭୀର ସମସ୍ୟାରେ କର୍ଣ୍ଣିଆରେ ଇନ୍‌ଫେକ୍ସନ ହେବା ଦ୍ୱାରା ଦୃଷ୍ଟି ଶକ୍ତି ଯିବାର ସମ୍ଭାବନା ମଧ୍ୟ ରହିଛି ।

ବାୟୁ ପ୍ରଦୂଷଣରୁ ଆଖିକୁ କିପରି ସୁରକ୍ଷା ଦେବେ:
. ଆଖିକୁ ବାୟୁ ପ୍ରଦୁଷଣରୁ ସୁରକ୍ଷା ଦେବା ପାଇଁ ବାହାରକୁ ଯିବା ସମୟରେ ସୁରକ୍ଷାତ୍ମକ ଚଷମା ବ୍ୟବହାର କରନ୍ତୁ ।
. କାର ଝରକାକୁ ବନ୍ଦ ରଖିବା ସହ ଘରେ ଏୟାର ଫିଲ୍ଟର ର ବ୍ୟବହାର କରନ୍ତୁ ।
. ଘରେ ପହଞ୍ଚିବା ପରେ ଆଖିକୁ ସଫା ପାଣିରେ ଭଲ ଭାବେ ଧୋଇ ନିଅନ୍ତୁ ।
. ନିୟମିତ ବ୍ୟାୟାମ ତଥା ଆଣ୍ଟି ଅକ୍ସିଡେଣ୍ଟ ଭଳି ସତେଜ ପରିବା ଏବଂ ଫଳ ଖାଇବା ଦ୍ୱାରା ଆପଣଙ୍କ ଇମ୍ୟୁନିଟି ବଢ଼ିବ ଏବଂ ଦୃଷ୍ଟି ଶକ୍ତି ପ୍ରଖର ହେବ ।
. ଧୂମପାନ ନକରିବା ସହ ଆଲକହଲ ସୀମିତ ମାତ୍ରାରେ କରିବା ଉଚିତ ।
. କସମେଟିକ୍ସ, ହେୟାର କଲର ଏବଂ ବଡି କେୟାର ପ୍ରଡକ୍ଟସ ଭଳି କେମିକାଲ୍ସର ବ୍ୟବହାର ସୀମିତ ରଖନ୍ତୁ । ଏହି ସମସ୍ତ ପଦାର୍ଥ ବ୍ୟବହାର କରିବା ଦ୍ୱାରା ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ହୋଇଥାଏ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.