ଆପଣଙ୍କ ପ୍ରେଗନାଣ୍ଟ ନାହାଁନ୍ତି ତ, ଏହି ଲକ୍ଷଣରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

କେବେ ସୂଚନାର ଅଭାବ ତ ଆଉ କେତେବେଳେ କିଛି ଏମିତି କଥା ଯାହା ପ୍ରେଗନାଣ୍ଟ ମହିଳା ଖୋଲିକି କାହାକୁ କହିପାରନ୍ତିନି। ପ୍ରେଗନାନ୍ସୀ ସମୟରେ ମହିଳାଙ୍କା ଶାରିରୀକ, ଭାବନାତ୍ମକ ଏବଂ ମାନସିକ ପରିବର୍ତ୍ତନ ହୋଇଥାଏ। ପ୍ରଥମ ଥର ମାଆ ହେବାକୁ ଯାଉଥିବା ମମହିଳା ଏମିତି ସବୁ ପରିବର୍ତ୍ତନକୁ ନେଇ ଉତ୍ସାହିତ ମଧ୍ୟ ରୁହନ୍ତି। ଏହାସହିତ ଏହି ସମୟରେ ଶରୀରରେ ଆସୁଥିବା ପରିବର୍ତ୍ତନକୁ ନେଇ ଚିନ୍ତା ମଧ୍ୟ କରନ୍ତି। ଗର୍ଭବତୀ ମହିଳାଙ୍କ ସହିତ ପୂରା ପରିବାର ବି ଏହି ଗର୍ଭାବସ୍ଥା ସମୟରେ ବହୁତ ଖୁସି ଥାଆନ୍ତି। ଏମିତିରେ ପିରିୟଡସ୍ ମିସ୍ ହେବା ଦ୍ୱାରା ମହିଳାଙ୍କ ମନରେ ପ୍ରଥମେ ଆସିଥାଏ ପ୍ରେଗନାଣ୍ଟ କଥା। ଏଥିପାଇଁ ଆଜି ଆସନ୍ତୁ ଜାଣିବା ପ୍ରେଗନାନ୍ସୀର ପ୍ରାରମ୍ଭିକ ଲକ୍ଷଣ କଣ।

ଶରୀରର ତାପମାନ ବଢ଼ିଥାଏ

ଯଦି ପିରିୟଡସ୍ ହେଲାନାହିଁ ଏବଂ ଶରୀରର ତାପମାତ୍ରା ଅଧିକ ରହୁଥାଏ ତାହେଲେ ଏହା ହେଉଛି ପ୍ରେଗନାନ୍ସୀର ଲକ୍ଷଣ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଗର୍ଭାବସ୍ଥାରେ ଶରୀରର ତାପମାତ୍ରା ବଢ଼ିଥାଏ। ଏମିତି ଏଥିପାଇଁ ହୋଇଥାଏ କାରଣ ପ୍ରେଗନାନ୍ସୀ ସମୟରେ ପ୍ରୋଜେଷ୍ଟେରୋନ ଅଧିକ ହୋଇଥାଏ, ଯାହାଦ୍ୱାରା ଶରୀରର ତାପମାନ ବଢ଼ିଯାଏ।

pregnantସ୍ତନ ଫୁଲିବା

ଗର୍ଭାବସ୍ଥାରେ ଶରୀରରେ ବହୁତ ପ୍ରକାର ହର୍ମୋନାଲ ପରିବର୍ତ୍ତନ ଆସିଥାଏ, ଯାହାର ପ୍ରଭାବ ଅନ୍ୟ ଅଙ୍ଗ ଉପରେ ମଧ୍ୟ ପଡିଥାଏ। ଏହି କାରଣରୁ ସ୍ତନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ସ୍ତନ ଫୁଲିବା, ସ୍ତନ ଭାରି ଲାଗିବା, ସ୍ତନର ଆକାର ବଢ଼ିବା କିମ୍ବା ସ୍ତନରେ ଯନ୍ତ୍ରଣା ହେବା ପ୍ରେଗନାନ୍ସୀର ପ୍ରାରମ୍ଭିକ ଲକ୍ଷଣ।

ଥକା ଲାଗିବା ଏବଂ ଅଧିକ ନିଦ ଲାଗିବା

ହର୍ମୋନାଲ ପରିବର୍ତ୍ତନ କାରଣରୁ ଗର୍ଭାବସ୍ଥାର ପ୍ରଥମ ଲକ୍ଷଣରେ ଥକା ଲାଗିବା ଏବଂ ଅଧିକ ନିଦ ଆସିବା ସମସ୍ୟା ହୋଇଥାଏ। ପ୍ରୋଜେଷ୍ଟେରୋନ ହର୍ମୋନର ସ୍ତର ଯେତେବେଳେ ବଢ଼ିଯାଏ ସେତେବେଳେ ନିଦ ଅଧିକ ଲାଗିଥାଏ। କେବଳ ଏତିକି ନୁହେଁ ଏହାଦ୍ୱାରା ଥକାପଣ ବି ଅନୁଭୂତ ହୋଇଥାଏ। ପ୍ରଥମ ୩ ମାସରେ ଏମିତି ହୋଇଥାଏ।

pregnanciପେଟ ସମ୍ବନ୍ଧୀୟ ସମସ୍ୟା

ଯଦି ଆପଣଙ୍କର ପିରିୟଡସ୍ ମିସ୍ ହୋଇଯାଇଛି ଏବଂ ଆପଣଙ୍କ ପେଟ ଫୁଲିବା ଭଳି ସମସ୍ୟା ହେଉଛି ତାହେଲେ ଏହା ପ୍ରେଗନାନ୍ସୀର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଆପଣଙ୍କୁ କବ୍ଜ ସମସ୍ୟା ହୋଇପାରେ କାହିଁକିନା ହର୍ମୋନ ପାଚନ ତନ୍ତ୍ର ମାଧ୍ୟମରେ ଭୋଜନକୁ ଧିରେ ଧିରେ ପାରିତ କରିବାର କାରଣ ସାଜିଥାଏ। ଯଦି ଆପଣ ନିଜ ପିରିୟଡସର ଅବଧି ପୂର୍ବରୁ କବ୍ଜ ସମସ୍ୟାକୁ ଅନୁଭବ କରୁଛନ୍ତି ତାହେଲେ ଆପଣ ପ୍ରେଗନାଣ୍ଟ ଅଛନ୍ତି ବୋଲି ଜାଣନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.