ଲାଇଫ୍ ଷ୍ଟାଇଲ୍

ସପ୍ତାହକୁ କେତେ ଥର ଏବଂ କେମିତି କରିବେ ବ୍ଲଡସୁଗାର ଟେଷ୍ଟ, ଜାଣନ୍ତୁ ଏହି ଜରୁରୀ କଥା

କରୋନା କାଳରେ ସମସ୍ତେ ନିଜର ସ୍ବାସ୍ଥ୍ଯକୁ ନେଇ ବହୁତ ସଚେତନ ହୋଇପଡିଛନ୍ତି। ନିଜର ଏବଂ ପରିବାର ସଦସ୍ଯକୁ ସୁସ୍ଥ ରଖିବା ଏବେ ପ୍ରାଥମିକତା ପାଲଟିଯାଇଛି। ଦୁର୍ବଳ ଇମ୍ଯୁନିଟି ସିଷ୍ଟମ ଅର୍ଥାତ୍ ଦୁର୍ବଳ ରୋଗ ପ୍ରତିରୋଧକ କ୍ଷମତା ରଖୁଥିବା ଲୋକ ନିଜ ଶରୀରର ଧ୍ୟାନ ଅଧିକ ରଖିବା ଉଚିତ। ଏମିତିରେ ଲୋକେ ନିଜର ଇମ୍ଯୁନ ସିଷ୍ଟମକୁ ମଜବୁତ କରିବାରେ ଧ୍ୟାନ ଦେଉଛନ୍ତି। ସେହିଭଳି ଯେଉଁ ଲୋକଙ୍କ ପୂର୍ବରୁ କୌଣସି ରୋଗ ଅଛି, ସେମାନଙ୍କୁ କରୋନା ସଂକ୍ରମଣ ହେବାର ବିପଦ ଅଧିକ ରହିଛି। ଡାଇବେଟିଜ୍ ରୋଗୀଙ୍କ ପାଇଁ ଏହି ରୋଗ ଅଧିକ ବିପଦପୂର୍ଣ୍ଣ। ତେଣୁ ସାବଧାନ ରହିବା ପାଇଁ ସମୟ ସମୟରେ ବ୍ଲଡ ସୁଗାର ଯାଞ୍ଚ କରିବା ଜରୁରୀ ଅଟେ। କିନ୍ତୁ ଆପଣ ଜାଣନ୍ତି କି, ସପ୍ତାହକୁ କେତେ ଥର ଆଉ କେମିତି କରିବେ ଡାଇବେଟିଜ ଯାଞ୍ଚ।

ହ୍ଦ ରୋଗ, ମୋଟାପଣ, ଉଚ୍ଚ ରକ୍ତଚାପ ଏବଂ ଡାଇବେଟିଜ୍ ରୋଗୀ କରୋନା କାଳରେ ବିଶେଷ ସାବଧାନତା ରଖିବା ଜରୁରୀ। ଖାସ୍ କରି ଡାଇବେଟିଜ ରୋଗୀ ପୌଷ୍ଟିକ ଖାଦ୍ଯପେୟ ଏବଂ ୱାର୍କଆଉଟ କରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ଯଦି ଆପଣ ଘରେ ବ୍ଲଡସୁଗାର ଯାଞ୍ଚ କରୁଛନ୍ତି ତେବେ ନିଶ୍ଚିତ ଭାବେ ଏହିସବୁର ଧ୍ୟାନ ରଖନ୍ତୁ।

ବ୍ଲଡସୁଗାର ଯାଞ୍ଚ ପାଇଁ ପ୍ରଥମେ ହାତକୁ ଭଲଭାବେ ସଫା କରିଦିଅନ୍ତୁ। ଡେଟଲ କିମ୍ବା ସାନିଟାଇଜର ମାରି ହାତ ଆଙ୍ଗୁଠିକୁ ଭଲଭାବେ ସଫା କରି ବ୍ଲଡ ସୁଗାର ଯାଞ୍ଚ କରନ୍ତୁ। ଏବେ ଗ୍ଲୁକୋଜ ମିଟରକୁ ଫିକ୍ସ କରନ୍ତୁ ଏବଂ ଯାଞ୍ଚ ଉପକରଣ ସାହାଯ୍ଯରେ ବ୍ଲଡ କାଢ଼ନ୍ତୁ। ବ୍ଲଡ୍‌କୁ ଗ୍ଲୁକୋମିଟରରେ ଲଗାଇ ବ୍ଲଡ ସୁଗାର ଲେବଲ ଯାଞ୍ଚ କରନ୍ତୁ।

ଡାଇବେଟିଜ ରୋଗୀଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ, ସପ୍ତାହକୁ ଅତିକମ୍ ରେ କେତେ ଥର ବ୍ଲଡ ସୁଗାର ଲେବଲକୁ ଯାଞ୍ଚ କରିବା ଉଚିତ ? ତେବେ ଆପଣ ସପ୍ତାହକୁ ଅତିକମରେ ଦୁଇଥର ଯାଞ୍ଚ କରିପାରିବେ। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଦ୍ଯପେୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ।

Swagatika

Recent Posts

ଧାନ ତଳି ପକାଇବା ପାଇଁ ବିଲରୁ ଘାସ କାଟି ସଫା କରୁଥିଲେ, ଇଲେକ୍ଟ୍ରି ତାର ଲାଗି କୈଳାସଙ୍କ ମୃତ୍ୟୁ

ମାର୍ଶାଘାଇ(କେନ୍ୟୁଜ): ସକାଳୁ ସକାଳୁ ଯାଇଥିଲେ କ୍ଷେତକୁ । ଧାନ ତଳି ପକାଇବା ପାଇଁ । ହେଲେ ସେ କଣ ଜାଣିଥିଲେ…

1 hour ago

ବିଏସକେଓ୍ଵାଇ କାର୍ଡ଼ କଣ ବନ୍ଦ ହୋଇଗଲା ? କେତେ ସତ କେତେ ମିଛ

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ କାମ କରୁନି ? ଲକ୍ଷ୍ମୀ ବସ୍‌ ଆଉ ଚାଲୁନି ? ଆହାର ଆଉ ମିଳିବ…

1 hour ago

ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ପାଇଁ ପରିଶ୍ରମ କରିଛୁ, ଆଗକୁ କରିବୁ । ୨୪ ବର୍ଷର ଶାସନକୁ ନେଇ କୌଣସି ଲାଜ କରିବାର…

1 hour ago

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର…

3 hours ago

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

3 hours ago

ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି…

4 hours ago