ଲାଇଫ୍ ଷ୍ଟାଇଲ୍

କେଉଁ ଫୋର୍କ କେତେବେଳେ ବ୍ୟବହାର କରିବା ଉଚିତ ? ଜାଣନ୍ତୁ

ବର୍ତ୍ତମାନ ସମୟରେ ସବୁ ଯେମିତି ପରଫେକ୍ଟ । ଆଉ ଏହି ପରଫେକ୍ଟ ଯୁଗରେ ଆପଣ ଯଦି ପଛରେ ପଡୁଛନ୍ତି ତେବେ ତ କଥା ସରିଲା । ଶୁଣିବାକୁ ମିଳିବ ଆପଣଙ୍କୁ କିଛି ଜଣା ନାହିଁ । ଦେଖୁଥିବେ ଘରେ ଘରେ ଇଣ୍ଡିଆନ ଠାରୁ ବେଶୀ ଚାଇନିଜ ଖାଇବା ଲୋକ ବେଶୀ । ବିଶେଷକରି ନୁଡୁଲ୍ସକୁ ପସନ୍ଦ କରୁଥିବା ଲୋକ ଅଧିକ । ତେଣୁ ପ୍ରାୟ ସମସ୍ତଙ୍କ ଘରେ ଫୋର୍କ ସ୍ପୁନ ରହିଥିବାର ଦେଖିବାକୁ ମିଳେ । କେହି କେହି ଏହାକୁ କଣ୍ଟା ଚାମଚ ବି କହିଥାନ୍ତି । ବିଶେଷକରି ଏହି ସ୍ପୁନ ନୁଡଲ୍ସ ଅଥବା ପ୍ରୁଟ୍ସ ଖାଇବା ସମୟରେ ବେଶୀ ବ୍ୟବହାର ହୋଇଥାଏ । ଆଉ ଦେଖିଥିବେ କି ଗୋଟିଏ କାମ ପାଇଁ ବି ଅନେକ ଭେରାଇଟି ଫୋର୍କ ୟୁଜ କରିଥାନ୍ତି ଅନେକ । କିନ୍ତୁ ଏହା ବିଲକୁଲ ବି ଠିକ ନୁହେଁ । ଦେଖିଥିବେ କୋଉଥିରେ ଗୋଟେ କଣ୍ଟା ଥିବ ତ କେଉଁତିରେ ଦୁଇଟି ଅବା ତିନୋଟି । କିନ୍ତୁ କେଉଁ ଫୋର୍କ କେମିତି ବ୍ୟବହାର କରିବେ ତାର ମଧ୍ୟ ନଲେଜ ରହିବା ଦରକାର । ଜାଣିବା ଏହି ଭିଡିଓରୁ ।

ଯଦି ଆପଣ କେବେ ବାହାରେ ଲଞ୍ଚ ଅବା ଡିନରରେ ଯାଉଛନ୍ତି ଅଥବା କୌଣସି ହୋଟେଲକୁ ଯାଉଛନ୍ତି । ତେବେ ଏସବୁ ଜାଣିବା ଆପଣଙ୍କ ପାଇଁ ଜରୁରୀ । କାରଣ ଘରେ ତ ଯେକୌଣସି ବି ଆପଣ ବ୍ୟବହାର କରିପାରିବେ ହେଲେ ବାହାରେ ଆପଣଙ୍କୁ ସେହି ଜିନିଷ ଦିଆଯିବ ଯାହା ଯେଉଁ କାମ ପାଇଁ ରହିଛି । ତେବେ ଜାଣିବା କେଉଁ ଫୋର୍କ ସ୍ପୁନ କେଉଁଥିପାଇଁ ରହିଛି ।

ଚାରୋଟି କଣ୍ଟା ଥିବା ଫୋର୍କକୁ ଆପଣ କିଭଳ ିବ୍ୟବହାର କରିବେ । ତେବେ କହୁରଖୁଛୁ ଚାରୋଟି କଣ୍ଟା ଥିବା ଫୋର୍କ ସ୍ପୁନକୁ ଆପଣ ସାଲାଡ ପାଇଁ ବ୍ୟବହାର କରିପାରିବେ ଏବଂ ଖାଦ୍ୟ ଖାଇବା ପାଇଁ ବି ବ୍ୟବହାର କରିପାରିବେ ।

ଯେଉଁ ଫୋର୍କରେ ତିନୋଟି କଣ୍ଟା ରହିଛି ତାହାକୁ ଡେଜର୍ଟ ଫୋର୍କ କୁହାଯାଏ । ଏହା ଛଡା ଆପଣ ଯଦି ପେଷ୍ଟ୍ରି ଖାଉଛନ୍ତି ତେବେ ଏହାକୁ ବ୍ୟବହାର କରିପାରିବେ । ଏହା ସହିତ ଆଉ ଏକ ସ୍ପୁନ ରହିଛି ଯାହା ମଧ୍ୟ ସେଇ ତିନୋଟି କଣ୍ଟା ଥିବା ଫୋର୍କ ଯାହାର ନାମ ଫିସ ଫୋର୍କ ବୋଲି କୁହାଯାଏ । କିନ୍ତୁ ସେହି କଣ୍ଟା ଟିକେ ବଡ ରହିଥାଏ ।

ଦୁଇଟି କଣ୍ଟା ଥିବା ଫୋର୍କକୁ ଫ୍ରୁଟ ଫୋର୍କ କୁହାଯାଏ । ଏହାକୁ ଫ୍ରୁଟ ଖାଇବାରେ ବ୍ୟବହାର କରାଯାଏ । ଦୁଇଟି କଣ୍ଟା ଥିବା ଆଉ ଏକ ଫୋର୍କ ମଧ୍ୟ ରହିଛି ଯାହାକୁ ଚିଜ ଫୋର୍କ କୁହାଯାଏ । କିନ୍ତୁ ଏଥିରେ ଟିକେ ଅଧିକ ଫାଙ୍କ ରହିଥାଏ । ଏହାକୁ କିଛି ଲୋକ କକଟେଲ ଫୋର୍କ ବି କହିଥାନ୍ତି ।

ଏମିତିରେ ତ ଅନେକ ଫୋର୍କ ରହିଛି ଯାହାର ଅଲଗା ଅଲଗା କାମ । ଯେଉଁଥିରେ କ୍ରେବ ଫୋର୍କ, ଆଇଷ୍ଟର, ସ୍ନେଲ ଫୋର୍କ ଇତ୍ୟାଦି ସାମିଲ ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

3 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

11 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

18 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

26 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

28 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

36 mins ago