ଲାଇଫ୍ ଷ୍ଟାଇଲ୍

ଜାଣନ୍ତୁ ଗୋଟେ ଦିନରେ ଆମେ କେତେ ଲୁଣ ଖାଇବା ଉଚିତ, ଅଧିକ ସେବନ ଦ୍ୱାରା ହୋଇପାରନ୍ତି ଗମ୍ଭୀର ରୋଗର ଶିକାର

ଲୁଣର ଅଧିକ ସେବନ ଶରୀରରେ ଅନେକ ପ୍ରକାର ସମସ୍ୟା ସୃଷ୍ଟି କରିପାରେ। ଏହିକାରଣରୁ ଆପଣଙ୍କ ପାଇଁ ଏହା ଜାଣିବା ବହୁତ ଜରୁରୀ କି ଗୋଟିଏ ଦିନରେ ଆପଣଙ୍କୁ କେତେ ମାତ୍ରାରେ ଲୁଣ ଖାଇବା ଉଚିତ, ଯାହାଦ୍ୱାରା ଆପଣ ସୁସ୍ଥ ରହିପାରିବେ। ବାସ୍ତବରେ ଅନେକ ଲୋକ ଏପରି ହୋଇଥାନ୍ତି, ଯିଏ ବାହାରକୁ ଖାଇବାକୁ ଯାଇଥାନ୍ତି କିମ୍ବା ପାର୍ଟିରେ ଯାଇଥାନ୍ତି ସେଠାରେ ଅଧିକ ଲୁଣିଆ ଜିନିଷ ଖାଇଥାନ୍ତି। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏପରି ନୁହେଁ ଯେ ଅଧିକ ଲୁଣ ସେବନ କରିବା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚାଇନଥାଏ ବରଂ ସଠିକ୍‌ ମାତ୍ରାରେ କମ ଲୁଣ ସେବନ କରିବା ଦ୍ୱାରା ମଧ୍ୟ ଆପଣ ରୋଗର ଶିକାର ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା ଦିନକରେ କେତେ ଲୁଣ ଖାଇବା ଉଚିତ।

ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲୁଣ ବହୁତ ଜରୁରୀ କିନ୍ତୁ ସଠିକ୍‌ ମାତ୍ରାରୁ ଯଦି ଅଧିକ ଲୁଣ ସେବନ କରାଯାଏ ତେବେ ଏହା ଉଚ୍ଚ ରକ୍ତଚାପ ଠାରୁ ଆରମ୍ଭ କରି ହୃଦୟ ରୋଗ ଭଳି ଅନେକ ଗମ୍ଭୀର ରୋଗର କାରଣ ମଧ୍ୟ ହୋଇପାରେ। ଏହିକାରଣରୁ ସୁସ୍ଥ ରହିବା ପାଇଁ ପ୍ରତ୍ରେକ ଦିନ ସଠିକ୍‌ ମାତ୍ରାରେ ଲୁଣ ଖାଇବା ଉଚିତ।

ଅନେକ ଡାକ୍ତର ଏବଂ ବିଶେଷଜ୍ଞଙ୍କ କହିବାନୁଯାୟୀ, ଅତ୍ୟଧିକ ଲୁଣ ସେବନ ଦ୍ୱାରା ହୃଦୟ ରୋଗର ଭୟ ବଢିବାର ସମ୍ଭାବନା ରହିଥାଏ। ଏହାବ୍ୟତୀତ ଉଚ୍ଚ ରକ୍ତଚାପର ସମସ୍ୟା ମଧ୍ୟ ଦେଖାଦେଇପାରେ। ଏସବୁ ବ୍ୟତୀତ ସ୍ଥିର କରାଯାଇଥିବା ଲୁଣର ମାତ୍ରା ଠାରୁ ଅଧିକ ସେବନ କରିବା ଦ୍ୱାରା ଡିହାଇଡ୍ରେସନ୍‌ ଭଳି ସମସ୍ୟା ଦେଖାଦେଇପାରେ।

ଆମେରିକନ୍‌ ହାର୍ଟ ଆସୋସିଏସନ୍‌ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ଅଧିକତମ ୨,୩୦୦ ମିଲିଗ୍ରାମ ଲୁଣ ଖାଇବା ଉଚିତ। ଯାହାର ଆଦର୍ଶ ମାତ୍ରା ୧,୫୦୦ ମିଲିଗ୍ରାମ ହୋଇଥାଏ। ଏହିକାରଣରୁ ପ୍ରତ୍ୟେକ ଦିନ ଏହାଠାରୁ ଅଧିକ ଲୁଣ ସେବନ କରିବା ଅନୁଚିତ।
ଆମେରିକାନ୍‌ ହାର୍ଟ ଆସୋସିଏସନ୍‌ ଅନୁଯାୟୀ, ଆମେରିକାରେ ପ୍ରତ୍ୟେକ ଦିନ ଲୋକମାନେ ସ୍ଥିର କରାଯାଇଥିବା ମାତ୍ରା ଠାରୁ ଅଧିକ ମାତ୍ରାରେ ଲୁଣର ସେବନ କରିଥାନ୍ତି। ଏଠାରେ ପ୍ରତ୍ୟେକ ଦିନ ଲୋକମାନେ ୩,୪୦୦ମିଲିଗ୍ରାମ ଲୁଣ ଖାଇଥାନ୍ତି। ବାସ୍ତବରେ ଆମେରିକାରେ ଅଧାରୁ ଅଧିକ ଲୋକ ପ୍ୟାକେଟ ଖାଦ୍ୟ ଖାଇଥାନ୍ତି ଏବଂ ଏହି ଜରିଆରେ ସେମାନେ ଅଧିକ ଲୁଣ ସେବନ କରିଥାନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ।

KNews Bureau

Recent Posts

ପୁରୀରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଭୁବନେଶ୍ୱର (କେନ୍ୟୁଜ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅଶ୍ବିନୀ ବୈଷ୍ଣବ ଓ ପୁରୀ ସାଂସଦ ସମ୍ବିତ…

3 mins ago

ଟି୨୦ ବିଶ୍ୱକପ ୨୦୨୪: ଆଜି ଭାରତ-ଆମେରିକା ମୁହାଁମୁହିଁ, ବିରାଟଙ୍କ ଓ୍ଵିକେଟ ନେଇ ଫ୍ୟାନ୍ସଙ୍କୁ ଝଟକା ଦେବାକୁ ଚାହୁଁଛନ୍ତି ଅଲ୍ଲୀ

ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ଭାରତ-ଆମେରିକା । ଦୁଇଟି ଯାକ ଟିମ୍‌ ଗ୍ରୁପ ଏରେ ଦୁଇଟି ଦୁଇଟି ମ୍ୟାଚ ଜିତିଛନ୍ତି…

20 mins ago

ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ପ୍ରକୋପ ଦେଖାଇଲାଣି ଡେଙ୍ଗୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଏଯାଏ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ, ହେଲେ ଏବେ ଠୁ କାୟା ମେଲାଇଲାଣି ଡେଙ୍ଗୁ, ଗତବର୍ଷ ଏହି…

21 mins ago

ରିଲିଜ ହେଲା ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର, ଭିଡିଓ ଦେଖି ଫ୍ୟାନ୍ସ ମନେ ପକାଇଲେ ‘ମହାଭାରତ’

ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ର ଟ୍ରେଲର ରିଲିଜ ହୋଇଛି ।…

21 mins ago

SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ, ଯୁଦ୍ଧକାଳୀନ ଭିତିରେ ଚାଲିଛି ନିଆଁ ଲିଭା କାର୍ଯ୍ୟ

କଟକ (କେନ୍ୟୁଜ): SCB ଟ୍ରମା କେୟାରରେ ଅଗ୍ନିକାଣ୍ଡ । କଟକ SCB ଟ୍ରମା କେୟାର ICUର AC ଆଉଟଡୋରରେ ଲାଗିଛି…

31 mins ago

ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି…

56 mins ago