ଅଧିକ ପାଣି ପଇବା ଦ୍ୱାରା ରକ୍ତଚାପ ଓ ହାର୍ଟଆଟାକ ଭଳି ସମସ୍ୟା ଦେଖାଯାଏ, ଜାଣନ୍ତୁ

ଆପଣ ସବୁବେଳେ ଶୁଣିଥିବେ ଶରୀର ପାଇଁ ପାଣି ଖୁବ ଜରୁରୀ । ତେଣୁ ପାଣି ଅଧିକ ମାତ୍ରାରେ ପିଇବା ଆବଶ୍ୟକ । ପ୍ରତିଦିନ ୨ରୁ୩ ଲିଟର ପାଣି ସମସ୍ତେ ପିିଇବା ଜରୁରୀ । କରୋନା ସମୟରେ ଏହା ନିତ୍ୟାନ୍ତ ଆବଶ୍ୟକ । ଶରୀରକୁ ଏହା ହାଇଡ୍ରେଟ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଆମ ଶରୀରରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଚାଲନ୍ତୁ ଜାଣିବା ସେ ସଂପର୍କରେ । ଦୈନିକ ଆମକୁ କେତେ ପରିମାଣର ପାଣି ପିଇବା ଆବଶ୍ୟକ ।

ଆବଶ୍ୟକ ଅନୁଯାୟୀ ପାଣି ପିଇବା ଉଚିତ । ଡାକ୍ତରଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ଆବଶ୍ୟକ ଅନୁଯାୟୀ ପାଣି ପିିଇବା ଦ୍ୱାରା ଏହା ଶରୀରକୁ ଭଲ ପ୍ରଭାବ ପକାଇଥାଏ । ବିନା କାରଣରେ ପାଣି ପିଇବା ଦ୍ୱାରା ଶରୀରକୁ ଖରାପ ପ୍ରଭାବ ପଡିଥାଏ ।

ପାଣିକୁ ପିଇବା ଦ୍ୱାରା ଯଦି ଆପଣଙ୍କୁ ୧ ଘଣ୍ଟା ମଧ୍ୟରେ ପରିଶ୍ରା ଲାଗେ ତେବେ ଏହା ଆପଣଙ୍କ ଶରୀରରେ ଠିକ ରୂପେ ରହିନଥାଏ । ଯାହାକି ପରିଶ୍ରା ଦ୍ୱାରା ବାହାରି ଆସିଥାଏ । ତେଣୁ ସାଧା ପାଣି ଅପେକ୍ଷା ଆପଣ ପଇଡ଼ ପାଣି, ଲେମ୍ବୁ ପାଣି ଓ ଜୁସ ଆଦି ପିଇବା ଆବଶ୍ୟକ ।

ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ହାଇପୋଏଟୋରୋମିୟା ହୋଇଥାଏ । ଯାହାଦ୍ୱାରା ଶରୀରରେ ଥିବା ସୋଡିୟମ ଅଂଶ କମିଯାଏ । ଏହାଦ୍ୱାରା ବ୍ଲଡ ପ୍ରେସର ଭଳି ସମସ୍ୟା ଦେଖାଯାଏ । ହାର୍ଟ ଉପେର ମଧ୍ୟ ପ୍ରେସର ପଡେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.