ଘରେ ବିନା କୌଣସି କାରଣରେ ଝଗଡ଼ା ହେଉଛି କି ? ତେବେ ରହିଥାଇପାରେ ନକାରାତ୍ମକ ଉର୍ଜା, ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଆମ ଜୀବନରେ ଏପରି ଏକ ମୂହୂର୍ତ୍ତ ଆସିଥାଏ ଯେତେବେଳେ ଆମକୁ ଲାଗିଥାଏ ଆମ ହାତରେ ଆଉ କିଛି ନାହିଁ । ସବୁକିଛି ଠିକ୍ ଚାଲୁଥିବା ବେଳେ ହଠାତ୍ ସବୁ ବିଗିଡ଼ି ଯାଇଥାଏ। ଏହାର କାରଣ ଖୋଜିଥିଲେ ମଧ୍ୟ ଆମକୁ ମିଳିନଥାଏ। ହଠାତ୍ ଆମେ ନିଜକୁ ଏତେ ମାତ୍ରାରେ ଅସୁବିଧାରେ ଘେରା ହୋଇଥିବା ଦେଖିଥାଉ କି ନିଜକୁ ଅସହାୟ ଅନୁଭୂତ କରିଥାଉ।

ଆପଣ କେବେ ଅନୁଭବ କରିଛନ୍ତି ଏହା ପଛରେ କୌଣସି ନକାରତ୍ମକ ଶକ୍ତି ବା ଉର୍ଜା ଥାଇପାରେ। ଆଜ୍ଞା ହଁ ହଠାତ୍ ଘରେ ନକାରତ୍ମକ ଉର୍ଜାର ଉପସ୍ଥିତି ଆପଣଙ୍କ ଜୀବନରେ ଦୁଃଖ , ଚିନ୍ତାର କାରଣ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କ ଘରେ ଖରାପ ଉର୍ଜା ଉପସ୍ଥିତି କିପରି ଜାଣିବେ ତାହାର ଉପାୟ କହିବାକୁ ଯାଉଛୁ।

tree

ଘରେ ନକାରାତ୍ମକ ଉର୍ଜା ଥିବାର ସଂକେତ 

ବିନା କାରଣରେ ଯଦି ଘରେ ଅଶାନ୍ତି ବା ଝଗଡ଼ା ଲାଗି ରହିବା ସହ ଭଲ ଜିନିଷ ବିଗିଡ଼ିବାରେ ଲାଗିଥାଏ। ଯଦି ଅଯଥା କାରଣରେ ପରିବାର ମଧ୍ୟରେ ଝଗଡ଼ା ଏବଂ ମନମତାଣିଆ ବଢ଼ିବାରେ ଲାଗିଛି ତେବେ ଘରେ ନକାରତ୍ମକ ଉର୍ଜାର ଉପସ୍ଥିତି ରହିଛି। ଯଦି ଏପରି ହୋଇଥାଏ ତେବେ ଆପଣଙ୍କର ପୂଜାପାଠରେ ମଧ୍ୟ ମନ ଲାଗିନଥାଏ।

salt

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ଘରେ ନକାରାତ୍ମକ ଉର୍ଜା ରହିଛି କି ନାହିଁ ତେବେ ଏହି ଜିନିଷ ଉପରେ ଧ୍ଯାନ ଦିଅନ୍ତୁ। ଘରେ ଲାଗିଥିବା ଗଛ ହଠାତ୍ ଶୁଖିବା ଆରମ୍ଭ କରିଲେ। ହଠାତ୍ ବିନା କୌଣସି କାରଣରେ ପରିବାରରେ ଶରୀର ଅସୁସ୍ଥତା ଲାଗି ରହିଲେ। ଅଜଥା କଥାରେ ପାଟିତୁଣ୍ଡ ଏବଂ ଝଗଡ଼ା ଲାଗିରହିବ।

ଆହୁରି ପଢ଼ନ୍ତୁ: ଜାଣିବାକୁ ଚାହୁଁଛନ୍ତି ତମ୍ବା ପାତ୍ରରେ ପାଣି ପିଇଲେ କି ଲାଭ ମିଳେ ? ପଢନ୍ତୁ ଏହି ରିପୋର୍ଟ

ଏହା ବିଷୟରେ ସଠିକ୍ ଭାବେ ଜାଣିବା ପାଇଁ ଗୋଟିଏ ଗିଲାସ ପାଣିରେ ଗୋଡ଼ା ଲୁଣକୁ ମିଶାଇ ରଖନ୍ତୁ। ତାହାକୁ ଘରର ଏପରି ଏକ କୋଣରେ ରଖନ୍ତୁ ଯେଉଁଠାରେ କାହାର ମଧ୍ୟ ନଜର ପଡ଼ୁନଥିବ। ଧ୍ଯାନ ରଖନ୍ତୁ ଆପଣଙ୍କ ନଜର ମଧ୍ୟ ଯେମିତି ଏହି ପାଣି ଗ୍ଲାସରେ ନପଡ଼ିନଥିବ। ୨୪ ଘଣ୍ଟା ପରେ ଗିଲାସକୁ ଦେଖନ୍ତୁ ଯଦି ଏହି ସମୟରେ ପାଣିର ରଙ୍ଗ ଗୋଲାପି ରଙ୍ଗର ହୋଇଥିବ ତେବେ ଆପଣଙ୍କ ଘରେ ନକାରତ୍ମକ ଉର୍ଜା ରହିଥିବା ଜାଣନ୍ତୁ। ଯଦି ଏହି ସମୟରେ ପାଣିର ରଙ୍ଗ ବଦଳୁ ନାହିଁ ତେବେ ଏହା ଆପଣଙ୍କ ମନର ଭାନ୍ତ ଧାରଣା ଆଉ କିଛି ନୁହଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.