ବାସ୍ତୁ ଅନୁସାରେ ସଜାନ୍ତୁ ଦରକାର ଡାଇନିଂ ହଲ୍‌ ଏବଂ ଡାଇନିଂ ଟେବୁଲ, ଘରେ ରହିବ ସୁଖଶାନ୍ତି

ବାସ୍ତୁ ଶାସ୍ତ୍ରରେ ପ୍ରତି ଦିଗର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଯେମିତି ଘରର ରୋଷେଇ ଘର, ବେଡରୁମ, ବାଥରୁମ, ପୂଜା ଘର ବାସ୍ତୁ ମୁତାବକ ଶୁଭ ହୋଇଥାଏ, ସେହିପରି ଡାଇନିଂ ହଲ କିମ୍ବା ଡାଇନିଂ ଟେବୁଲ ମଧ୍ୟ ସଠିକ୍‌ ଦିଗରେ ହେବା ଜରୁରୀ। ଭୋଜନ କରିବା ଦ୍ୱାରା କେବଳ ଭୋକ ମରିନଥାଏ ବରଂ ସୁଖ ଏବଂ ସନ୍ତୋଷ ମଧ୍ୟ ମିଳିଥାଏ। ଏଥିପାଇଁ ଉଚିତ ଦିଗରେ ବସି ଖାଇବା ମଧ୍ୟ ଜରୁରୀ। ତେବେ ବାସ୍ତୁ ମୁତାବକ, ଘରର ଡାଇନିଂ ହଲ୍‌ କେମିତି ହେବା ଜରୁରୀ ଆସନ୍ତୁ ଜାଣିବା:

ଭୋଜନ କରିବା ସମୟରେ ମୁହଁ ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ହେବା ଜରୁରୀ। ଏହା ସହିତ ଘରର ମୁଖିଆ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଖାଇବା ଉଚିତ ନୁହେଁ।

ଡାଇନିଂ ଟେବୁଲରେ କାଚ ଜାଗାରେ ଅଲଗା ଅଲଗା ପ୍ରକାରର ଜିନିଷ ରଖିବା ଉଚିତ। ବାସ୍ତୁ ମୁତାବକ, ଅନ୍ନ ଦେବୀ ଅନ୍ନପୂର୍ଣ୍ଣାକୁ ସମର୍ପଣ ହୋଇଥାଏ। ଏହାଛଡା ଫଳ ରଖାଯାଇଥିବା ଜାଗାରେ ଖାଦ୍ୟ ସାମ୍ରଗୀ କିମ୍ବା ଅନ୍ୟ କୌଣସି ପ୍ରକାର ଶୋ ପିସ୍‌ ରଖିପାରିବେ।

ଡାଇନିଂ ଟେବୁଲର ଆକାର ବର୍ଗ କିମ୍ବା ଆୟତକାର ହେବା ଶୁଭ ହୋଇଥାଏ। ଗୋଲ ଆକାରର ଡାଇନିଂ ଟେବୁଲ କେବେ ବି ବସି ଖାଆନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଏହା ଠିକ୍‌ ନୁହେଁ। ଗୋଲ ଟେବୁଲରେ ମଧ୍ୟ ପରିବାରର ସମସ୍ତ ଲୋକ ଏକାଠି ବସି ଭୋଜନ କରିବା ଉଚିତ ନୁହେଁ।

ଡାଇନିଂ ଟେବୁଲ ଘରର ପ୍ରବେଶ ଦ୍ୱାରାର ଠିକ୍‌ ସାମ୍ନାରେ ରହିବା ଉଚିତ ନୁହେଁ। ଖୋଲା ରୋଷେଇ ଘରର ସାମ୍ନାରେ ଡାଇନିଂ ଟେବୁଲ ରଖିବା ବହୁତ ଅଶୁଭ ବୋଲି କୁହାଯାଏ। ଏଠାରେ ଡାଇନିଂ ଟେବୁଲ ରହିବା ପରିବାର ଲୋକଙ୍କ ମଧ୍ୟରେ କଳହର କାରଣ ହୋଇପାରେ।

ବାସ୍ତୁ ମୁତାବକ, ଘରର ଡାଇନିଂ ଟେବୁଲ ପଶ୍ଚିମ ଦିଗରେ ରହିବା ଶୁଭ ହୋଇଥାଏ। ପଶ୍ଚିମ ଦିଗରେ ଡାଇନିଂ ଟେବୁଲ ପାଇଁ ସଠିକ୍‌ ସ୍ଥାନ। ଯଦି ଏହି ଦିଗରେ ଡାଇନିଂ ଟେବୁଲ ରଖିବା ସମ୍ଭବ ହେଉନାହିଁ, ତେବେ ପୂର୍ବ ଦିଗର ରଖନ୍ତୁ। କେବେ ବି ଡାଇନିଂ ଟେବୁଲ ଦକ୍ଷିଣ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.