ଲାଇଫ୍ ଷ୍ଟାଇଲ୍

କରୋନା ସମୟରେ ଛୋଟ ଶିଶୁଙ୍କର କେମିତି ନେବେ ଯତ୍ନ, ଜାଣନ୍ତୁ

କରୋନା ମହାମାରୀ ଯୋଗୁଁ ସମସ୍ତ ବିଶ୍ବରେ ହାହାକାର ପରିସ୍ଥିତି। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ବେଶ ଘାତକ ବୋଲି ବିଶେଷଜ୍ଞ କରିସାରିଲେଣି। ଲୋକଙ୍କ ମନରେ ଭ୍ରାନ୍ତ ଧାରଣ ଥିଲା କି, ଛୋଟପିଲାଙ୍କୁ କରୋନା ସଂକ୍ରମଣ ହେଉନାହିଁ! କିନ୍ତୁ ଦ୍ବିତୀୟ ଲହରରେ ସେ ବିଶ୍ବାସ ଭାଙ୍ଗିଗଲା। ବର୍ତ୍ତମାନ କରୋନା ସଂକ୍ରମିତଙ୍କ ଭିତରେ ଛୋଟପିଲା ବହୁ ସଂଖ୍ୟାରେ ରହୁଛନ୍ତି। ଏପରିକି ବର୍ଷେ ହୋଇ ନଥିବା ପିଲାଙ୍କୁ ବି କରୋନା ହେଉଛି। ତେଣୁ କରୋନା ସମୟରେ ନବଜାତ ଶିଶୁଙ୍କର କେମିତି ଯତ୍ନ ନେବେ ତାହା ଜାଣିବା ନିତାନ୍ତ ଆବଶ୍ଯକ।

– ପ୍ରଥମେ ଆପଣଙ୍କ ଘରକୁ ଆସିଥିବା ନୂଆ ଅତିଥିଙ୍କୁ କୋଭିଡ-୧୯ରୁ ବଞ୍ଚାଇବା ପାଇଁ ସବୁଠାରୁ ସହଜ ହେଲା ସାମାଜିକ ଦୂରତା। ନିଜ ଶିଶୁଙ୍କୁ ଅନ୍ଯ ଲୋକଙ୍କ ଠାରୁ ବଞ୍ଚାଇ ରଖନ୍ତୁ। ସେମାନଙ୍କ ସହିତ ଯେତେ ସମ୍ଭବ କମ୍ ମିଳାମିଶା କରିବାକୁ ଦିଅନ୍ତୁ ନାହିଁ। ଯଦି ଆପଣ ପିଲାଙ୍କୁ ଦେଖାଇବାକୁ ଚାହୁଁଛନ୍ତି, ତେବେ ସ୍କାଇପେ, ହ୍ବାଟସଆପ୍ ଭିଡିଓ କଲ୍, ଫେସବୁକ ଭଳି ଆପର ସାହାରା ନେଇପାରିବେ। ଏହାଛଡା ଘର ଲୋକ ମଧ୍ୟ ହାତକୁ ଭଲଭାବେ ସଫା କରି ଶିଶୁକୁ ଧରନ୍ତୁ।

– ଯଦି ଆପଣଙ୍କ ଘରର କୌଣସି ଲୋକଙ୍କ ମଧ୍ୟରେ କୋଭିଡ ଲକ୍ଷଣ ନଜର ଆସୁଛି, ତେବେ ସେ ଶିଶୁ ଠାରୁ ଦୂରେଇ ରହିବା ଉଚିତ। ଆପଣ ପିଲାକୁ କ୍ବାରେଣ୍ଟାଇନରେ ରଖିପାରନ୍ତି। ପିଲାଙ୍କୁ ବାହାରକୁ ଛାଡନ୍ତୁ ନାହିଁ। କୌଣସି ପ୍ରକାର ଭାଇରସ ସଂକ୍ରମଣ ସଂପର୍କରୁ ଆସିବାକୁ ଦିଅନ୍ତୁ ନାହିଁ। ଗ୍ରୋସରୀ ଏବଂ ଅନ୍ଯ ଜିନିଷ ଅନଲାଇନରେ ସପିଂ କରନ୍ତୁ।

– ନବଜାତକ ସଂସ୍ପର୍ଶରେ ଆସିବା ପୂର୍ବରୁ ନିଜ ହାତକୁ ପରିଷ୍କାର କରି ସାବୁନ୍ କିମ୍ବା ହ୍ୟାଣ୍ଡ ଓ୍ଵାଶ୍ରେ ଧୋଇଦିଅନ୍ତୁ। ତା’ପରେ ହିଁ ଛୁଆକୁ କୋଳକୁ ନିଅନ୍ତୁ।

– ଯଦି ଛୁଆକୁ ମା’କ୍ଷୀର ସହ ପ୍ୟାକେଜ୍ଡ ଫୁଡ୍ ବି ଦେଉଛନ୍ତି ତେବେ କିଛି ଦିନ ପର୍ଯ୍ୟନ୍ତ ବାହାର ଖାଦ୍ୟ ଦେବା ବନ୍ଦ କରିଦିଅନ୍ତୁ। କରୋନା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଛୁଆକୁ କେବଳ ମା’ କ୍ଷୀର ହିଁ ଦିଅନ୍ତୁ। ଏହା ଦ୍ୱାରା ସଂକ୍ରମଣର ଆଶଙ୍କା କମ୍ ରହିବ।

Swagatika

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

4 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

19 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

25 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

39 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago