ମାଇଗ୍ରେନ ବା ଅର୍ଦ୍ଧକପାଳୀ ମୁଣ୍ଡ ବିନ୍ଧା ହେଉଛି କି? ଜାଣନ୍ତୁ ଏହାର ଉପଚାର ବିଷୟରେ

ମନୁଷ୍ୟର ମସ୍ତିଷ୍କ ହେଉଛି ସବୁଠାରୁ ପ୍ରଧାନ ଅଙ୍ଗ । ଏହି ମସ୍ତିଷ୍କ କିମ୍ବା ମୁଣ୍ଡରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ତନ୍ମଧ୍ୟରୁ ମୁଣ୍ଡବିନ୍ଧା, ଯାହାକୁ ଆମେ ସାଧାରଣତଃ ମାଇଗ୍ରେନ୍‌ କିମ୍ବା ଅର୍ଦ୍ଧକପାଳି ମଧ୍ୟ କହିଥାଉ । ଏହା ଏକ ସ୍ନାୟୁଗତ ସମସ୍ୟା । ଆମ ଦେଶରେ ପ୍ରାୟ ୧୦ ରୁ ୧୨ କୋଟି ଲୋକ ଏହି ମାଇଗ୍ରେନ୍‌ ସମସ୍ୟାରେ ପ୍ରଭାବିତ ଏବଂ ଆମ ଦେଶରେ ଏହା ଏକ ପ୍ରକାର ସାଧାରଣ ସମସ୍ୟା ।

ମାଇଗ୍ରେନ୍‌ କିମ୍ବା ଅର୍ଦ୍ଧକପାଳି ଦୁଇ ପ୍ରକାର- :

ଏହା ସାଧାରଣତଃ ପ୍ରଥମ ସୋପାନ ଶ୍ରେଣୀର ଅଟେ । ଏହି ସୋପାନରେ ମୁଣ୍ଡବିନ୍ଧାର ତୀବ୍ରତା ଅଧିକ ନ ଥାଏ । ସଠିକ ବ୍ୟବଧାନରେ ମୁଣ୍ଡବିନ୍ଧା ହୁଏ ଏବଂ କିଛି ସମୟ ପରେ ଛାଡ଼ିଯାଏ । ତେଣୁ ଏହା ଏତେ ମାରାତ୍ମକ ନୁହେଁ ।

ମାଇଗ୍ରେନ୍‌ ସମୟସାପେକ୍ଷ ମୁଣ୍ଡବିନ୍ଧା ଚିନ୍ତାର କାରଣ ଅଟେ । ଏହା ଅତ୍ୟଧିକ ସମୟ ଲାଗି ଅସହ୍ୟ ମୁଣ୍ଡବିନ୍ଧା କାରଣରୁ କେତେକ କ୍ଷେତ୍ରରେ ବାନ୍ତି ହୋଇଯାଇଥାଏ । ଅସହ୍ୟ ମୁଣ୍ଡବିନ୍ଧାରେ ପୀଡିତ ବ୍ୟକ୍ତି ଠିକ୍‌ ଭାବରେ ଛିଡା ହେବା, ବସିବା, ଶୋଇବା କିମ୍ବା ଯେକୌଣସି ଦିଗ ପରିବର୍ତ୍ତନରେ ମଧ୍ୟ ଉପଶମ ଲାଗି ନଥାଏ କିମ୍ବା ମାଇଗ୍ରେନ୍‌ର ମୁଣ୍ଡବିନ୍ଧା ତୀବ୍ରତା କମି ନ ଥାଏ ।

କେଉଁମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ

ମାତ୍ରାରେ ଦେଖାଦେଇଥାଏ । କମ୍‌ ବୟସ୍କ ଲୋକଙ୍କୁ ଏହି ସମସ୍ୟା ଅଧିକ ହୋଇଥାଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କଠାରେ ବେଶି ଦେଖାଦେଇଥାଏ । ବୟସ୍କ ବଢିବା ସଙ୍ଗେ ସଙ୍ଗେ ମାଇଗ୍ରେନ୍‌ ସମସ୍ୟା କମିଥାଏ । ଅନିୟମିତ ଋତୁସ୍ରାବ ମଧ୍ୟ ଏହାର ଅନ୍ୟ ଏକ କାରଣ ଅଟେ ।ଯାହାକି ପ୍ରଥମ ଦୁଇ ଦିନ ଅବିଶ୍ରାନ୍ତ ଭୀଷଣ ମୁଣ୍ଡବିନ୍ଧା ହୋଇଥାଏ ।

head

ମାଇଗ୍ରେନ୍‌ର ଲକ୍ଷଣ :

ମୁଣ୍ଡବିନ୍ଧା ଆରମ୍ଭ ହୋଇ ମୁଣ୍ଡ ଭିତର ଧକ୍‌ଧକ୍‌ ହୋଇ ଅସହ୍ୟ ମୁଣ୍ଡବିନ୍ଧା କିମ୍ବା ଯନ୍ତ୍ରଣା ଅନୁଭବ କରିବା । ମୁଣ୍ଡବିନ୍ଧା ତୀବ୍ରତା ବଢ଼ିଯାଇ ବାନ୍ତି ହୋଇଯାଇଥାଏ । ଆଲୋକ ସଂସ୍ପର୍ଶରେ ଅଧିକ ମୁଣ୍ଡବିନ୍ଧା ହୋଇଥାଏ । କୌଣସି ଶବ୍ଦ ସଂସ୍ପର୍ଶରେ ମଧ୍ୟ ମୁଣ୍ଡବିନ୍ଧା ତୀବ୍ରତା ବଢ଼ିଯାଇଥାଏ । ଆଖି ଜୁଳୁଜୁଲିଆ କିମ୍ବା ଅନ୍ଧାରିଆ ପରି ଦେଖାଯାଏ । ଶାରୀରିକ ଅକ୍ଷମତାରୁ ହାତ ଥରିଥାଏ ।

ମାଇଗ୍ରେନ୍‌ର ଚିକିତ୍ସା ପଦ୍ଧତି

ସବୁ ପ୍ରକାର ମାଇଗ୍ରେନ୍‌ ପାଇଁ ପରୀକ୍ଷା ଆବଶ୍ୟକ ନ ଥାଏ, ରୋଗୀ ସହିତ ବାର୍ତ୍ତାଳାପରୁ ହିଁ ନିରୂପଣ କରାଯାଇଥାଏ । ମାଇଗ୍ରେନ୍‌ର ମୁଣ୍ଡବିନ୍ଧାକୁ ଔଷଧ ମାଧ୍ୟମରେ ନିଯନ୍ତ୍ରଣ କରାଯାଇଥାଏ । ନିୟମିତ ମାସକୁ ୪ ଥରରୁ ଅଧିକ ଏହା ଘଟିଥିଲେ, ସ୍ନାୟୁବିକ ସ୍ୱତନ୍ତ୍ର ଚିକିତ୍ସା ପଦ୍ଧତି ଆପଣେଇବାକୁ ପଡିଥାଏ । ବିଶ୍ୱସ୍ତରୀୟ ଆଧୁନିକ ଚିକିତ୍ସା ଦ୍ୱାରା ମାଇଗ୍ରେନ୍‌କୁ ବହୁମାତ୍ରାରେ ନିୟନ୍ତ୍ରଣାଧୀନ କରାଯାଇ ପାରୁଛି । ପ୍ରତିରୋଧ ପାଇଁ ଉପାୟ: ପ୍ରଥମତଃ ଉଚିତ୍‌ ସମୟରେ ନିୟମିତ ଆହାର ଥର ଥର କରି କିଛି ସମୟ ବ୍ୟବଧାନରେ ଏବଂ ଠିକ୍‌ ସମୟରେ ଖାଇବା ଜରୁରୀ । ଖାଲିପେଟ କିମ୍ବା ଉପବାସ ରହିଲେ ଏହି ସମସ୍ୟା ସୃଷ୍ଟି ହୋଇଥାଏ ।

ଦୈନିକ ୩ ଲିଟରରୁ ଅଧିକ ପାଣି ପିଅନ୍ତୁ । ଅମ୍ଳ ସୃଷ୍ଟି କରୁଥିବା ଗ୍ୟାସ୍‌ ମସଲାଜାତୀୟ ଖାଦ୍ୟ ବର୍ଜନ କରନ୍ତୁ । ଅନ୍ୟୂନ ୬ ଘଣ୍ଟା ଶୁଅନ୍ତୁ । ନିୟମିତ ଅନ୍ୟୂନ ୨ ଘଣ୍ଟା ବ୍ୟାୟମ କରିବା ଜରୁରୀ । ଯୋଗ, ପ୍ରାଣାୟାମ, ଏହି ସମସ୍ୟା ପାଇଁ ସମ୍ପୂର୍ଣ୍ଣ ଭାବରେ ଫଳପ୍ରଦ । ମାନସିକ ଚାପଠାରୁ ଦୂରରେ ରୁହନ୍ତୁ । ନିଜର ଜୀବନ ଶୈଳୀରେ ପରିବର୍ତ୍ତନ କରି ସର୍ବଦା ହସଖୁସିରେ ରହିବାକୁ ଚେଷ୍ଟା କରନ୍ତୁ । ନିଶାଦ୍ରବ୍ୟଠାରୁ ଦୂରରେ ରୁହନ୍ତୁ ।

Leave A Reply

Your email address will not be published.