ଆଇରନରେ କଳା ଦାଗ ଲାଗିଥିଲେ କିପରି କରିବେ ସଫା, ଆପଣାନ୍ତୁ ଘରୋଇ ଉପାୟ
ଅଧିକାଂଶ ଲୋକେ ବା ମହିଳାମାନେ ନିଜ ଘରେ କପଡା ପ୍ରେସ ବା ଆଇରନ କରିବାକୁ ପସନ୍ଦ କରନ୍ତି। ଯେଉଁ ମହିଳାମାନେ ଘର ସମ୍ଭାଳିବା ଦାୟିତ୍ୱ ନିଜ କାନ୍ଧରେ ନେଇଥାନ୍ତି, ସେମାନେ ଏହି କାମକୁ କରିବାକୁ ବେଶ୍ ପସନ୍ଦ କରନ୍ତି। ତେବେ ଅନେକ ସମୟରେ ପ୍ରେସ୍ କରିବା ସମୟରେ ଆଇରନ ଅଧିକ ଗରମ ହେବା କିମ୍ବା କୌଣସି କାରଣ ଯୋଗୁଁ କପଡା ଜଳିଯାଏ। ଆଉ ଏହା ଜଳିବା ଯୋଗୁଁ କପଡା ଖରାପ ହେବା ସହିତ ଆଇରନ ମଧ୍ୟ ଖରାପ ହୋଇଥାଏ। ତେବେ ଏଥିରେ ଆଉ କୌଣସି କପଡାକୁ ଆଇରନ କରିବା ସମୟରେ ସମସ୍ୟା ଉପୁଜିଥାଏ।
ତେବେ ଏହାକୁ ସଫା କରିବା ପାଇଁ ଆପଣ କୌଣସି ଧାରୁଆ ଅସ୍ତ୍ରକୁ ବ୍ୟବହାର କରନ୍ତୁ ନାହିଁ। ଏପରି ଭୁଲ୍ କରିବା ଦ୍ୱାରା ଆପଣଙ୍କ ପ୍ରେସ ପଲିସି ଖରାପ ହୋଇଯାଏ। ଆଉ ଏହା ଖଦଖଦଡିଆ ହୋଇଯାଏ। ଏହା ଦ୍ୱାରା ଭବିଷ୍ୟତରେ ସଫ୍ଟ ଏବଯ ସିଲ୍କ ଫ୍ୟାବ୍ରିକ୍ସ ଆଇରନ କରିବାରେ ସମସ୍ୟା ଆସିଥାଏ। କିନ୍ତୁ ଏହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଉପାୟ ଆପଣାଇପାରିବେ।
ଆଇରନ ସଫା କରିବାର ସହଜ ଉପାୟ :
ଆଇରନକୁ ସଫା କରିବାର ସହଜ ଉପାୟ ହେଉଛି, ଆପଣ ଏକ ପୁରୁଣା ଧଳା ଟି ସାର୍ଟ ନିଅନ୍ତୁ, ତାକୁ ତଳେ ଥୋଇ ୨ ରୁ ୩ ଚାମଚ ଲୁଣ ପକାନ୍ତୁ। ଏହି ଲୁଣକୁ ଟି ସାର୍ଟ ହେଉ କିମ୍ବା ଟାଓ୍ଵଲରେ ଚାରିଆଡେ ବିଛାଇ ପକାନ୍ତୁ। ଏବେ ଆଇରନକୁ ଗରମ କରି ବିନା ଷ୍ଟିମରେ ଲୁଣ ଉପରେ ଘଷନ୍ତୁ।
ଏହାକୁ ଏକ ମିନିଟ୍ କରିବା ପରେ ଆଇରନ ବିଲକୁଲ ସଫା ହୋଇଯାଏ। ନୂଆ ଆଇରନ କିଣିବା ଭଳି ଚମକ ଆସିଥାଏ। ଧ୍ୟାନ ରଖନ୍ତୁ ଏହି ସମୟରେ କୌଣସି ପାଣି ବ୍ୟବହାର କରିବେ ନାହିଁ।
Also Read : ଘର କିମ୍ବା ଦୋକାନରେ କାହିଁକି ଲଗାଯାଏ ଲେମ୍ବୁ- ଲଙ୍କା, କ’ଣ ରହିଛି କାରଣ