ଏହି ଟିପ୍ସ ଆପଣାଇ କାଟନ୍ତୁ ପିଆଜ, ଆଖିରୁ ବୋହିବନି ଲୁହ

ପିଆଜ ଖାଇବାକୁ ଯେତିକି ସ୍ଵାଦିଷ୍ଟ ଲାଗେ, ତାହାକୁ କାଟିବାକୁ ସେତିକି କଷ୍ଟ ହୁଏ। ପିଆଜ କାଟିବା ବେଳେ ଆଖିରୁ ପାଣି ବାହାରିଥାଏ। ପିଆଜରେ ଅନେକ ପରସ୍ତ ରହିଥାଏ। ଏଥିରେ ସାଇନ-ପ୍ରପେନଥିୟଲ- ଏସ-ଅକ୍ସାଇଡ଼ ନାମକ ରସାୟନ ରହିଯାଏ, ଯାହା ପିଆଜ କାଟିବା ବେଳେ ଆଖିର ଲେକ୍ରାଇମଲ ଗ୍ଲାଣ୍ଡକୁ ଉତ୍ତେଜିତ କରେ। ଫଳରେ ଆଖିରୁ ପାଣି ବହେ। ତେବେ ଆଜି ଆମେ ଆପଣଙ୍କୁ କେତେକ ଏଭଳି ଟିପସ ଦେବୁ ଯାହାକୁ ଆପଣାଇ ଆପଣ ପିଆଜ କାଟିଲେ ଜମାରୁ ବି ପାଣି ବାହାରିବ ନାହିଁ…

  • ପିଆଜକୁ ଦୁଇ ଖଣ୍ଡ କରି କାଟି ଏକ ଗିନା ପାଣିରେ ପକାଇ ଦିଅନ୍ତୁ। ତା’ ପରେ କାଟନ୍ତୁ ଲୁହ ବାହାରିବ ନାହିଁ।
  • ପିଆଜ କାଟିବା ସ୍ଥାନରେ ଏକ ମହମବତୀ କିମ୍ବା ଲ୍ୟାମ୍ପ ଜଳାନ୍ତୁ। ଏହା ଦ୍ୱାରା ପିଆଜର ଗ୍ୟାସ ସେପଟକୁ ଚାଲିଯିବ।
  • ପିଆଜ କାଟିବା ବେଳେ ଫ୍ୟାନ ବନ୍ଦ କରିଦିଅନ୍ତୁ।
  • କାଟିବା ପୂର୍ବରୁ ୧୫ ମିନିଟ ପାଇଁ ପିଆଜକୁ ଫ୍ରିଜରେ ରଖନ୍ତୁ।
  • ପିଆଜ କାଟିବା ବେଳେ ପାଟିରେ ଖଣ୍ଡେ ବ୍ରେଡ଼ ପୂରେଇ ଦିଅନ୍ତୁ।
  • ପିଆଜ କାଟିବା ବେଳେ ନାକରେ ନ ନେଇ ପାଟି ପଟେ ନିଶ୍ୱାସ ନିଅନ୍ତୁ। ଲୁହ ବାହାରିବ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.