ସବୁବେଳେ ଝଗଡା କରୁଥିବା ସାଥୀଙ୍କୁ ଏମିତି କରନ୍ତୁ ମ୍ୟାନେଜ୍ , ସମ୍ପର୍କରେ କେବେ ଆସିବନି ତିକ୍ତତା

ଦୁଇ ସାଥୀଙ୍କ ମଧ୍ୟରେ ପ୍ରେମ ଏବଂ ଝଗଡା ଏକ ସାଧାରଣ କଥା । କିନ୍ତୁ ସାଥୀ ଯଦି ପ୍ରତି ଛୋଟ ଛୋଟ କଥାରେ ଝଗଡା କରି କଥାକୁ ବଢାଉଛି ତେବେ ଏହା ଦ୍ବାରା ଅଶାନ୍ତି ବଢିଥାଏ । ଆପଣ ଆପଣଙ୍କ ସାଥୀକୁ ବହୁତ ପ୍ରେମ କରୁଛନ୍ତି ଅଥଚ ତାଙ୍କ ବ୍ୟବହାରରେ ଖୁବ୍ଧ ତେବେ ଏପରି କ୍ଷେତ୍ରରେ ଆମେ ଆପଣଙ୍କୁ କିଛି ଟିପ୍ସ କହିବୁ । ଯାହା ଆପଣଙ୍କୁ ସାହାଯ୍ୟ କରିବ ସାଥୀଙ୍କ ସହ ଭଲ ସମ୍ପର୍କ ରକ୍ଷା କରିବାକୁ ।

ଯୁକ୍ତି କରନ୍ତୁ ନାହିଁ :

ଯେବେ ବି କୌଣସି କଥାକୁ ନେଇ ଝଗଡା ଆରମ୍ଭ ହେଉଛି ତେବେ ଚୁପ୍ ରହିଯାଆନ୍ତୁ ଯୁକ୍ତି କରନ୍ତୁ ନାହିଁ । ସାଥୀଙ୍କୁ ଚୁପଚାପ୍ ଶୁଣନ୍ତୁ ଏବଂ ତାଙ୍କର ରାଗ ଥଣ୍ଡା ହେବା ପରେ ନିଜ କଥା ରଖନ୍ତୁ ।

ବିଶ୍ବାସ ବନାଇକି ରଖନ୍ତୁ :

ଯେଉଁ ଦମ୍ପତ୍ତିଙ୍କ ମଧ୍ୟରେ ବିଶ୍ବାସ ନଥାଏ ସେଠାରେ ଅଯଥା କଥାକୁ ନେଇ ସନ୍ଦେହ ଏବଂ ଅଯଥା ସନ୍ଦେହକୁ ନେଇ ଝଗଡା ହୋଇଥାଏ । ନିଜ ସାଥୀ ଉପରେ କେବେ ସନ୍ଦେହ କରନ୍ତୁ ନାହିଁ । ଏବଂ ନିଜ ଉପରେ ତାଙ୍କର ବିଶ୍ବାସ ବନାଇକି ରଖନ୍ତୁ । ଯାହା ଫଳରେ ଯୁକ୍ତି କରିବାର କାରଣ ଶେଷ ହୋଇଯିବ ।

ଭଲ ବ୍ୟବହାର କରନ୍ତୁ :

coupleଭଲ ବ୍ୟବହାର କାହାର ବି ମନ ଜିତି ପାରିବ । ନିଜ ସାଥୀକୁ ଭଲ ବ୍ୟବହାର କରନ୍ତୁ ଯାହା ଫଳରେ ସାଥୀ ନିଜ ରାଗ ଏବଂ ଯୁକ୍ତିକୁ ନେଇ ଲଜ୍ଜିତ ଅନୁଭବ କରିବ ।

ତାଙ୍କ ନଜରରେ ଦେଖନ୍ତୁ :

ଜରୁରୀ ନୁହେଁ ଯେ ଆପଣଙ୍କ ସାଥୀ ସବୁବେଳେ ଅଯଥା କଥାରେ ହିଁ ଯୁକ୍ତି କରୁଥିବ । ପରିସ୍ଥିତିକୁ ତାଙ୍କ ନଜରରେ ଦେଖନ୍ତୁ ଏବଂ ଜିନିଷକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଯଦି ଏମିତି କରିବା ଦ୍ବାରା ଅନୁଭବ ହେଉଛି ଯେ ଭୁଲ୍ ଆପଣଙ୍କର ତେବେ କ୍ଷମା ମାଗିନିଅନ୍ତୁ ।

କଥାବାର୍ତ୍ତା କରନ୍ତୁ :

ସାଥୀର ରାଗ ଶାନ୍ତ ହେବା ଯାଏ ଅପେକ୍ଷା କରନ୍ତୁ । ଯଦି ଆପଣ ଆପଣଙ୍କ ବ୍ୟବହାର ଠିକ୍ ରଖୁଛନ୍ତି ତେବେ ସେ ଆପଣଙ୍କୁ କ୍ଷମା ମାଗିବାକୁ ନିଶ୍ଚୟ ଆସିବ । ସାଥୀଙ୍କ ସହ କଥା ହୁଅନ୍ତୁ ଏବଂ ବୁଝାନ୍ତୁ ଯେ ତାଙ୍କର ଏପରି ବ୍ୟବହାର ଦ୍ବାରା ଆପଣଙ୍କୁ କଷ୍ଟ ହେଉଛି ବୋଲି ।