ଯଦି ଆପଣ ସର୍ବଦା ଚାପରେ ରହୁଛନ୍ତି,ଆପଣାନ୍ତୁ ଚାପରୁ ମୁକୁଳିବାର ଏହି ସହଜ ଉପାୟ

ଜଣେ ବିଶ୍ୱ ବିଖ୍ୟାତ ମନସ୍ତତ୍ତ୍ୱବିତ୍‌ଙ୍କ ମତରେ ଆମ ଶରୀର ଚାପରେ ରହିବାକୁ ଗଢ଼ାଯାଇ ନାହିଁ । ହେଲେ ଆଜିକାଲିର ଲାଇଫ ଷ୍ଟାଇଲ ଯୋଗୁ ଆଜିକାଲି ଅଧିକାଂଶ ଲୋକେ ଅବସାଦ ଓ ଚାପରେ ଗତି କରୁଛନ୍ତି । ଚାପ ସରିବା ପରେ ଶରୀର ପୁଣି ସାଧାରଣ ସ୍ଥିତିକୁ ଚାଲି ଆସିଥାଏ । ଯଦି ଆପଣଙ୍କୁ ସର୍ବଦା ଚାପରେ ରହିବାକୁ ପଡୁଛି, ଏହାକୁ କ୍ରନିକ ଚାପ ବୋଲି କୁହାଯାଇଥାଏ । ଯାହା ଏକ ପ୍ରକାର ରୋଗ ଭାବେ ଉଭାହୋଇଥାଏ । ତେବେ ଏହି କ୍ରନିକ ଚାପରୁ ମୁକୁଳିବା ପାଇଁ ଆମେ କିଛି ଏମିତି ଟିପ୍ସ ବିଷୟରେ କହିବୁ, ଯାହା ଆପଣଙ୍କୁ ବହୁତ ଲାଭ ଦେବ । ଆସନ୍ତୁ ଜାଣିବା ଚାପ କିପରି ଦୂର କରିବେ ।

ଚାପ ଦୂର କରିବେ କିପରି

୧. ସର୍ବ ପ୍ରଥମେ ଚାପର କାରଣ ଚିହ୍ନନ୍ତୁ । କିଛି ଲୋକଙ୍କୁ ଚାପ ଆସିଲେ ମୁଣ୍ଡ ବିନ୍ଧା ହୋଇଥାଏ । କିଛି ଲୋକ ଚାପରେ ଦୁଃଖ ବା ଅବସାଦ ଅନୁଭବ କରିଥାନ୍ତି । ଯଦି ଏପରି ବାରମ୍ବାର ହେଉଛି ତେବେ ଆପଣ ଏହାକୁ ନଜର ଅନ୍ଦାଜ କରନ୍ତୁ ।

୨. ଅନ୍ୟ ଭଲ ଉପାୟ ହେଉଛି ଯଦି ଆପଣଙ୍କୁ ଲାଗିଲା କି ଚାପ ବଢ଼ିବାକୁ ଯାଉଛି,ତୁରନ୍ତ ଚୁପ ହୋଇ ଯାଆନ୍ତୁ । ଅର୍ଥାତ ଚାପ ଅଧିକ ହେବା ପୂର୍ବରୁ ଆପଣ ଏହାଠାରୁ ଦୂରେଇ ଯିବେ ।

୩. ଚିନ୍ତାରୁ ବାହାରିବାର ଅନ୍ୟ ଏକ ଭଲ ଉପାୟ ହେଉଛି ନିଶ୍ୱାସ ନେବା ପ୍ରକ୍ରିୟା ବା ବ୍ରିଦିଂ ଏକ୍ସରସାଇଜ । ଅଧିକ ଟେନସନ ଆସିଲେ ଜୋର ଜୋର ପ୍ରଶ୍ୱାସ ନିଅନ୍ତୁ ।

୪. ସର୍ବଦା ଯୋଜନା ସହ କାମ କରନ୍ତୁ । ଜୀବନରେ ଅଧେ ଚିନ୍ତା ହେଉଛି ଜଣେ ଅନ୍ୟ ଜଣଙ୍କ ଉପରେ କ୍ରୋଧ ପ୍ରକାଶ କରିବା । କାମ ପ୍ରେସର ମଧ୍ୟ ଆଉ ଏକ ଚିନ୍ତାର କାରଣ । ତେଣୁ ଯୋଜନା ବନାଇ କାମ କରନ୍ତୁ ।

୫. ଚିନ୍ତାରୁ ଦୂରରେ ରହିବା ପାଇଁ ଆପଣ ସର୍ବଦା ପଜିଟିଭ କଥା ଭାବନ୍ତୁ ।

୬. ଚିନ୍ତାରୁ ବଂଚିବା ପାଇଁ ମେଣ୍ଟାଲ ହେଲ୍‌ଥ ଉପରେ ଧ୍ୟାନ ଦିଅନ୍ତୁ । ଭଲ ଖାଦ୍ୟ ଓ ନିଦ୍ରା ଯାଆନ୍ତୁ । ବ୍ୟାୟାମ ଉପରେ ଧ୍ୟାନ ଦିଅନ୍ତୁ । ଏହି ନିୟମ ସବୁ ପ୍ରକାର ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.