ଚାଲିବା କିମ୍ବା ଜିମ୍‌ ଯିବା ଛାଡନ୍ତୁ, ପ୍ରତିଦିନ ୩୦ ମିନିଟ୍‌ କରନ୍ତୁ ସ୍କିପିଂ

ନିଜକୁ ଫିଟ୍‌ ରଖିବା ପାଇଁ ଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାରର ଉପାୟ ଆପଣାଉଛନ୍ତି। ଚାଲିବା ଠାରୁ ଆରମ୍ଭ କରି ଯୋଗ କରିବା, ଜିମ୍‌ ଯିବା ଇତ୍ୟାଦି। ଆଉ ଏହିସବୁ ବ୍ୟାୟାମ କରିବା ପାଇଁ ସମୟ ବାହାର କରିବା ଅତ୍ୟନ୍ତ ଜରୁରୀ। ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ କାଢିବା ପାଇଁ ଏସବୁ କରିବା ନିହାତି ଜରୁରୀ। ଘରର ଆଖପାଖରେ ପାର୍କ କିମ୍ବା ଜିମ୍‌ ସୁବିଧା ନ ଥିଲେ କେମିତି ବ୍ୟାୟାମ କରିବେ। ଚିନ୍ତା କରନ୍ତୁ ନାହିଁ, ଯଦି ଘର ପାଖରେ ଜିମ୍‌ର ସୁବିଧା ନାହିଁ ତେବେ ଆପଣ ଘରେ ରଶିରେ ଡେଇଁ ନିଜକୁ ଫିଟ ରଖିପାରିବେ। ଅର୍ଥାତ୍‌ ଛୋଟ ବେଳେ ଖେଳିଥିବା ଦଉଡି ଡିଆଁ ଡେଇଁ ଆପଣ ଫିଟ୍‌ ରହିପାରିବେ। କିନ୍ତୁ ଏପରି କରିବା ବେଳେ କିଛି ଜିନିଷ ନିଶ୍ଚିତ ଧ୍ୟାନରେ ରଖିବା ଉଚିତ :

ସ୍କିପିଂ ବା ଦଉଡି ଡିଆଁ କରିବା ପାଇଁ ସଂପୂର୍ଣ୍ଣ ଶରୀରକୁ ଏକ୍ସସାଇଜ କରିବା ଉଚିତ। ଏପରି କଲେ ଶରୀରର ପ୍ରତ୍ୟେକ ଅଙ୍ଗ ଆକ୍ଟିଭ ରହିଥାଏ। ଖାସ୍‌ କରି ମହିଳାଙ୍କ ପାଇଁ ଏହି ଏକ୍ସରସାଇଜ ଅଧିକ ଲାଭକାରୀ ହୋଇଥାଏ। ଯୁବତୀମାନଙ୍କର ହାତର ମାଂସପେଶୀ, ଛାତି, ଅଣ୍ଟାରେ ଫ୍ୟାଟ୍‌ ଅଧିକ ବଢିଥାଏ। ତେଣୁ ଏହି ବ୍ୟାୟାମ କରିବା ଦ୍ୱାରା ସବୁ ଅଙ୍ଗ ଆକ୍ଟିଭ ରହିଥାଏ। ଆଉ ଫ୍ୟାଟ ବର୍ନିଂ ବହୁତ ଶୀଘ୍ର ହୋଇଥାଏ।

ହୃଦୟ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବା ପାଇଁ ଦଉଡି ଡେଇଁବା ଏକ ଭଲ ଏକ୍ସରସାଇଜ। ଏହା ହାର୍ଟ ରେଟ୍‌କୁ ସାମାନ୍ୟ କରିଥାଏ। ଶିରାପ୍ରଶିରା ଚାପକୁ ନିୟନ୍ତ୍ରଣରେ ରଖେ। ଶରୀରରେ ରକ୍ତ ସଂଚାଳନ ସଠିକ୍‌ ଭାବେ କରେ। ୩୦ ମିନିଟ୍‌ ଜଗିଂ କରିବାର ଫାଇଦା ମାତ୍ର ୧୦ ମିନିଟ୍‌ ସ୍କିପିଂ କରିବାରେ ମିଳିଥାଏ।

sk
Photo credit: India.com

ଦଉଡି ଡିଆଁ କରିବା ସମୟରେ ଯେତିକି କ୍ୟାଲୋରୀ ବର୍ଣ୍ଣ ହୋଇଥାଏ, ସେତିକି କ୍ୟାଲୋରୀ ଅନ୍ୟ କୌଣସି ଫିଜିକାଲ ଆକ୍ଟିଭିଟ କଲେ ହୁଏ ନାହିଁ। ରିସର୍ଚ୍ଚରୁ ଜଣାପଡିଛି, ଦଉଡି ଡେଇଁବା ସମୟରେ ୧ ମିନିଟର ୨୫ ରୁ ୩୦ କ୍ୟାଲୋରୀ ପର୍ଯ୍ୟନ୍ତ ଫ୍ୟାଟ୍‌ ବର୍ଣ୍ଣ ହୁଏ।

କେଉଁ ସମୟରେ କରିବେ :

– ଦିନସାରା କେତେ ବେଳେ ବି ଆପଣ ଦଉଡି ଡେଇଁ ପାରିବେ। କିନ୍ତୁ ଏହି ସମୟରେ ଖାଦ୍ୟ ନ ଖାଇବା କିମ୍ବା କମ୍‌ ମାତ୍ରାରେ ଖାଇବାର ଦେଢ ଘଣ୍ଟା ପରେ ସ୍କିପିଂ କରନ୍ତୁ। ଏହା ସହିତ ସ୍କିପିଂ କରିବାର ୩୦ ମିନିଟ ପୂର୍ବରୁ କିଛି ନ ଖାଇଥିଲେ ଭଲ।

– ଗଜା ମୁଗ, ଡ୍ରାଏ ଫ୍ରୁଟ୍ସ କିମ୍ବା ଫଳ ଭଳି ଜିନିଷ ଖାଇବାର ୩୦ରୁ ୪୦ ମିନିଟ୍‌ ପରେ ସ୍କିପିଂ କରିପାରିବେ। ଯଦି ଆପଣ ୧ ଗ୍ଲାସ କ୍ଷୀର କିମ୍ବା ଲସି, ସର୍ବତ ପିଇଥାନ୍ତି, ତେବେ ୨୦ରୁ ୨୫ ମିନିଟ୍‌ ପରେ ସ୍କିପିଂ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.