‘ବିଶ୍ୱ ଫ୍ରେଣ୍ଡସିପ ଡେ’ରେ ସମସ୍ତେ ନିଜ ସାଙ୍ଗମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଦିନରେ ଅନେକ ବନ୍ଧୁ ପରସ୍ପରକୁ ଭେଟିବାକୁ ପ୍ଲାନ୍ କରି ସେମାନଙ୍କର ପୁରୁଣା ସ୍ମୃତିକୁ ମଧ୍ୟ ସତେଜ କରୁଛନ୍ତି । କିନ୍ତୁ ବେଳେବେଳେ ସାଙ୍ଗଙ୍କ ମଧ୍ୟ ଝଗଡା ହେବା ଯୋଗୁ କିଛି ବନ୍ଧୁଙ୍କଠାରୁ ଦୂରରେ ରହିବାକୁ ପଡିଥାଏ । ଯଦି ଆପଣଙ୍କର ମଧ୍ୟ ଏପରି ବନ୍ଧୁ ଅଛନ୍ତି ଏବଂ ଆପଣ ତାଙ୍କ ସହିତ କୌଣସି ଝଗଡା କିମ୍ବା ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି । ତାହେଲେ ତାଙ୍କୁ ପୁଣି ବନ୍ଧୁତ୍ୱର ହାତ ବଢାଇବାକୁ ଚାହୁଁଛନ୍ତି, ତେବେ ଆପଣ ଏହି ଉପାୟଗୁଡ଼ିକର ସାହାଯ୍ୟ ନେଇପାରିବେ ।
ସାଙ୍ଗଙ୍କୁ ସମୟ ଦିଅନ୍ତୁ :
ଯଦି ଆପଣ ନିଜ ଖରାପ ହୋଇଥିବା ଫ୍ରେଣ୍ଡସିପ୍କୁ ଭଲ କରିବାକୁ ଚାହୁଁଛନ୍ତି, ତେବେ ସେହି ସାଙ୍ଗମାନଙ୍କୁ ଡାକି ତାଙ୍କ ସହ ସମୟ ବିତାନ୍ତୁ । ଏହା ବ୍ୟତୀତ ତାଙ୍କୁ ଦେଖା କରିବା ପାଇଁ ଡାକନ୍ତୁ । ଏହା ସହ ଯଦି କୌଣସି ଝଗଡା ହୋଇଛନ୍ତି, ତାହେଲେ ତାଙ୍କ ସହ ସେହି ବିଷୟରେ କଥା ହୁଅନ୍ତୁ । ତେବେ ଯଦି ତାଙ୍କ ସହ ଦେଖା କରିପାରୁନାହାନ୍ତି, ତେବେ ତାଙ୍କୁ କଲ୍ କରି କଥା କୁହନ୍ତୁ । କିନ୍ତୁ କେତେବେଳେ ବି ମ୍ୟାସେଜ୍ରେ କଥା ହୁଅନ୍ତୁ ନାହିଁ, କାରଣ ଏହା ଆପଣଙ୍କ ମଧ୍ୟରେ ଭୁଲ ବୁଝାବଣା ବଢାଇପାରେ । ସେଥିପାଇଁ ଯଦି ଆପଣ ତାଙ୍କୁ ଦେଖା କରିବେ ଏବଂ ହୋଇଥିବା ଝଗଡା ବିଷୟରେ କଥା ହେବେ । ଯାହାଫଳ ଆପଣଙ୍କ ହୋଇଥିବା ଝଗଡା ଶେଷ ହୋଇଯିବ ଏବଂ ଆପଣ ତାଙ୍କ ସହିତ ଖୁସିରେ ରହିବେ ।
ଭୁଲ ପାଇଁ କ୍ଷମା ମାଗନ୍ତୁ :
ଯଦି ଆପଣ ପ୍ରକୃତରେ ନିଜ ବନ୍ଧୁତାକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ଆପଣ ଭୁଲ ପାଇଁ ନିଜ ସାଙ୍ଗକୁ କ୍ଷମା ମାଗନ୍ତୁ । ଯଦି ଆପଣ ଜାଣିଶୁଣି କିମ୍ବା ଅଜାଣତରେ ତାଙ୍କୁ କଷ୍ଟ ଦେଇଛନ୍ତି, ତେବେ ଆପଣଙ୍କୁ କ୍ଷମା ମାଗିବାକୁ ପଡିବ । ନିଜ ବନ୍ଧୁତା ସମ୍ପର୍କ ମଧ୍ୟରେ ଇଗୋ ଆଣିବା ଉଚିତ୍ ନୁହେଁ । ଆପଣ କ୍ଷମା ମାଗିବା ମାତ୍ରେ ଜଣେ ପ୍ରକୃତ ବନ୍ଧୁ ଆପଣଙ୍କୁ କ୍ଷମା କରିବେ । ଏପରି କରିବା ଦ୍ୱାରା ଆପଣଙ୍କ ଝଗଡା ଶେଷ ହୋଇଯିବ ଏବଂ ଖୁସିରେ ରହିବେ ।
ପୁରୁଣା ସ୍ମୃତିକୁ ମନେପକାନ୍ତୁ :
ଏହା ସହ ଯଦି ଆପଣ ନିଜ ସାଙ୍ଗଙ୍କ ରାଗ ଶାନ୍ତ କରିବାକୁ ଚାହୁଁଛନ୍ତି, ତେବେ ଆପଣ ତାଙ୍କ ସହ ବିତାଇଥିବା ଖୁସିର ସମୟକୁ ମନେ ପକାନ୍ତୁ । ତେବେ ନିଶ୍ଚିତ ଭାବରେ ତାଙ୍କ ସହ ପୂର୍ବରୁ ହୋଇଥିବା ଝଗଡା ଦୂର ହୋଇଯିବ ଏବଂ ସେ ଆପଣଙ୍କ ସହ ପୁଣି କଥା ହେବାକୁ ଆରମ୍ଭ କରିବେ । ଏପରି ପୁରୁଣା ସ୍ମୃତି ଆପଣଙ୍କୁ ପରସ୍ପରକୁ ପାଖକୁ ଆଣିବ । ଯାହାଫଳରେ ଆପଣଙ୍କ ଭାଙ୍ଗ ଯାଇଥିବା ଫ୍ରେଣ୍ଡସିପ୍ ଠିକ୍ ହୋଇଯିବ । ତେବେ ଏହି ଉପାୟଗୁଡିକ ଅନୁସରଣ କରି, ଆପଣ ନିଜ ବନ୍ଧୁଙ୍କର ସମସ୍ତ ରାଗ ଶାନ୍ତ କରିପାରିବେ । ଏହିପରି ଟିପ୍ସ ଅନୁସରଣ କରି, ଆପଣ ପୁଣି ନିଜ ପୁରୁଣା ସାଙ୍ଗ ସହିତ ବନ୍ଧୁ ହୋଇପାରିବ ।