କିପରି ପୂରଣ କରିବେ ଭିଟାମିନ୍ D ର ଅଭାବ? ସକାଳେ କରନ୍ତୁ ଏହି କାମ

ସୁସ୍ଥ ଶରୀର କିଏ ବା ନଚାହେଁ । ଋତୁ ପରିବର୍ତ୍ତନ ସହିତ ଲୋକେ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି । କିନ୍ତୁ କିଛି ବର୍ଷ ମଧ୍ୟରେ ଯେଉଁସବୁଥିରେ ପରିବର୍ତ୍ତନ ଆସିଛି ତାହା ଆମ ଜୀବନଶୈଳୀରେ ପ୍ରଭାବ ପକାଉଛି । ଖରାପ ଖାଦ୍ୟପେୟ ହେତୁ ଶରୀରରେ ପୋଷକ ତତ୍ତ୍ବରେ ଅଭାବ ଦେଖାଦେଉଛି । ପ୍ରାୟତଃ ‘ ଭିଟାମିନ ଡି ‘ ର ଅଭାବ ସହରରେ ରହୁଥିବା ଲୋକଙ୍କ ପାଖରେ ଅଧିକ ଦେଖିବାକୁ ମିଳୁଛି । ଯଦି ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ହାଡକୁ ମଜବୁତ ରଖିବାକୁ ଚାହୁଁଛନ୍ତି ତେବେ ‘ ଭିଟାମିନ ଡି ‘ର ଅଭାବ ହେବାକୁ ଦିଅନ୍ତୁନାହିଁ । ‘ ଭିଟାମିନ ଡି ‘ ପାଇଁ କୌଣସି ଡାକ୍ତର କି ଔଷଧର ଆବଶ୍ୟକତା ନାହିଁ । ନ୍ୟାଚୁରାଲ ‘ ଭିଟାମିନ ଡି ‘ ପାଇବା ପାଇଁ ସକାଳୁ ଏହି ସବୁ କାମ କରନ୍ତୁ ।

ସୂର୍ଯ୍ୟକିରଣରେ ରହିଛି ‘ ଭିଟାମିନ ଡି ‘ :

ପ୍ରତିଦିନ ସକାଳୁ ଅଧଘଣ୍ଟା ସୂର୍ଯ୍ୟକିରଣରେ ବସିବା ଆବଶ୍ୟକ । ଯାହା ଦ୍ବାରା ଆମ ଶରୀରକୁ ପ୍ରାକୃତ୍ତିକ ‘ ଭିଟାମିନ ଡି ‘ ମିଳିଥାଏ । ସୂର୍ଯ୍ୟକିରଣରେ ପ୍ରତିଦିନ ବସିବର ଦ୍ବାରା ଆପଣଙ୍କୁ ‘ ଭିଟାମିନ ଡି ‘ ଡାବଲେଟ ଖାଇବାକୁ ପଡିବ ନାହିଁ । ସୂର୍ଯ୍ୟକିରଣରୁ ‘ ଭିଟାମିନ ଡି ‘ ନେବା ସମୟରେ ପତଳା ପୋଷାକ ପିନ୍ଧିବା ଉଚିତ୍ । ଯାହାଦ୍ବାରା ସୂର୍ଯ୍ୟକିରଣ ଭଲ ଭାବେ ଶରୀରରେ ସ୍ପର୍ଶ କରିପାରିବ । ସୂର୍ଯ୍ୟକିରଣରୁ ପ୍ରାକୃତିକ ଭିଟାମିନ ଡି ମିଳିଥାଏ ।

କେଉଁ ସମୟରେ ସୂର୍ଯ୍ୟକିରଣରୁ ‘ ଭିଟାମିନ ଡି ‘ ମିଳିଥାଏ?
ସୂର୍ଯ୍ୟକିରଣରେ ପ୍ରତ୍ୟେକ ସମୟରେ ଆମକୁ ‘ ଭିଟାମିନ ଡି ‘ ମିଳିନଥାଏ । ବରଂ ଭିଟାମିନ ଡି ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ରହିଥାଏ । ଗ୍ରୀଷ୍ମ ଋତୁରେ ସକାଳ ୮ଟା ପର୍ଯ୍ୟନ୍ତ ସୂର୍ଯ୍ୟକିରଣରୁ ଆମକୁ ‘ ଭିଟାମିନ ଡି ‘  ମିଳିଥାଏ । ଏହା ବ୍ୟତୀତ ଶୀତ ଋତୁରେ ସୂର୍ଯ୍ୟକିରଣରେ ଭିଟାମିନ ଡି ସକାଳ ୯ଟା ପର୍ଯ୍ୟନ୍ତ ରହିଥାଏ । ଏହା ପରେ ଆମକୁ କୌଣସି ଭିଟାମିନ ସୂର୍ଯ୍ୟକିରଣରୁ ମିଳିନଥାଏ ।

 ‘ ଭିଟାମିନ ଡି ‘ ର ଅଭାବକୁ କିପରି ଦୂର କରିବେ?
‘ ଭିଟାମିନ ଡି ‘ ଅଭାବରେ ସୁଧାର ଆଣିବା ପାଇଁ ହେଲେ ନିଜ ଖାଦ୍ୟରେ କିଛି ବିଶେଷ ଜିନିଷ ସାମିଲ କରିବା ଉଚିତ୍ । ଯେପରି ଗାଈ କ୍ଷୀରରେ ‘ ଭିଟାମିନ ଡି ‘ ପ୍ରଚୁର ମାତ୍ରାରେ ରହିଥାଏ । ସେହିପରି ଛତୁ, ଅଣ୍ଡା, କମଳା ରସରେ ମଧ୍ୟ ‘ ଭିଟାମିନ ଡି ‘ ଭରପୁର ହୋଇରହିଥାଏ । ତେଣୁ ଖାଇବା ଲିଷ୍ଟରେ ଏହି ସବୁ ଜିନିଷ ସାମିଲ କରିବା ଆବଶ୍ୟକ ।

Also Read : ଖରାଦିନେ ଶୋଷ ମେଣ୍ଟାଇବା ପାଇଁ ପିଅନ୍ତୁ ଏହି ସବୁ ଜିନିଷ