ହେୟାର ଷ୍ଟ୍ରେଟନିଂ ପରେ ପ୍ରାୟତଃ ଲୋକଙ୍କ ଚୁଟି ଶୁଷ୍କ ଓ ଖରାପ ହୋଇଯାଏ। ଏହା ପ୍ରଥମେ ଦୁର୍ବଳ ହୋଇଯାଏ ଓ ତା’ରେ ସେହି ଜାଗାରୁ ହିଁ ଛିଡ଼ିଥାଏ। ଫଳରେ ଦେଖିବାକୁ ବି ଭାରି ଖରାପ ଲାଗେ। ଏଭଳି ସ୍ଥିତିରେ ଚୁଟିକୁ ହାଇଡ୍ରେସନ୍ର ଆବଶ୍ୟକତା ରହିଛି। ତେବେ ଚୁଟିର କେୟାର ନେବାକୁ ଆଉ ଚିନ୍ତା କରିବାକୁ ପଡ଼ିବନି। କେତେକ ଘରୋଇ ଉପାୟ ଆପଣାଇ ମଧ୍ୟ ଚୁଟିକୁ ପୂର୍ବ ଭଳି ହେଲ୍ଦି ଓ ମୋଟା କରିପାରିବେ। ଆସନ୍ତୁ ଜାଣିବା କେମିତି…
ଚୁଟିକୁ କାଟନ୍ତୁ:
ଡ୍ୟାମେଜ୍କୁ ଠିକ୍ କରିବା ପାଇଁ ଚୁଟିକୁ କାଟି ପାରିବେ। ଏହା ଦ୍ୱାରା ଚୁଟି ଶୀଘ୍ର ବଢ଼ିଥାଏ ଓ ଷ୍ଟ୍ରେଟନିଂ ପରେ ଶୁଷ୍କ ଓ ନଷ୍ଟ ହୋଇଥିବା ଚୁଟିକୁ ଠିକ୍ କରିବାରେ ସାହାଯ୍ୟ କରେ। ଏହା ଦ୍ୱାରା ଚୁଟି ଆଉ ଝଟା ହୋଇନଥାଏ। ଏଣୁ ଚୁଟିକୁ ଅଳ୍ପ ଅଳ୍ପ କରି ମଝିରେ ମଝିରେ ଟ୍ରିମ୍ କରୁଥାନ୍ତୁ।
ଚୁଟିକୁ ବାରମ୍ବାର ଧୁଅନ୍ତୁ ନାହିଁ:
ବାରମ୍ବାର ଚୁଟି ଧୋଇଲେ ମଧ୍ୟ ତାହା ଡ୍ରାଏ ଓ ଡ୍ୟାମେଜ୍ ହୋଇପାରେ। ଅଧିକ ସଫା କରିବା ଦ୍ୱାରା ଚୁଟିର ମଶ୍ଚଚର ନଷ୍ଟ ହୋଇଯାଏ। ଫଳରେ ତାହା ରୁକ୍ଷ ଓ ଦୁର୍ବଳ ହୋଇଯାଏ। ଏଣୁ ସପ୍ତାହକୁ ଦୁଇ ଥର ଚୁଟି ସଫା କରିବାକୁ ଏକ୍ସପର୍ଟ ମତ ଦିଅନ୍ତି।
ଖରାକୁ ଗଲା ବେଳେ ଚୁଟି ଘୋଡ଼ାନ୍ତୁ:
ହେୟାର ଷ୍ଟ୍ରେଟ୍ନିଂ ପରେ ଚୁଟି ଅଧିକ ସମ୍ବେଦନଶୀଳ ହୋଇଯାଏ। ଏଣୁ ଏହାର ଅଧିକ ଯତ୍ନ ନେବା ଜରୁରୀ ହୋଇଥାଏ। ଏଭଳି ସ୍ଥିତିରେ ଖରାରେ ବାହାରକୁ ଯିବା ବେଳେ ଚୁଟିକୁ ଘୋଡ଼ାନ୍ତୁ ଓ ବାନ୍ଧନ୍ତୁ। ସେହିପରି ସୁଇମିଂ କରିବା ବେଳେ ମଧ୍ୟ ଚୁଟିକୁ ଘୋଡ଼ାନ୍ତୁ। ନଚେତ୍ ଚୁଟି ନଷ୍ଟ ହେବା ଆଶଙ୍କା ରହିଛି।
ଡିପ୍ କଣ୍ଡିସନିଂ ଟ୍ରିଟ୍ମେଣ୍ଟ କରାନ୍ତୁ:
ଚୁଟିକୁ ହାଇଡ୍ରେଟ୍ କରିବା ପାଇଁ ଆପଣ ଡିପ୍ କଣ୍ଡିସନିଂ ଟ୍ରିଟ୍ମେଣ୍ଟ କରିପାରିବେ। ଏହା ଦ୍ୱାରା ଚୁଟିକୁ ରିପାୟରିଂରେ ସାହାଯ୍ୟ ମିଳିବ। ଏଥିପାଇଁ ଭଲ ହେୟାର ସ୍ପା କରାଇପାରିବେ। ଫଳରେ ଚୁଟି କମ୍ ଉପୁଡ଼ିବ।
Also Read: ‘ବ୍ରହ୍ମାସ୍ତ୍ର ୨’ରେ ଦୀପିକା ପାଦୁକୋନ୍ଙ୍କ ଏଣ୍ଟ୍ରି, ପାର୍ବତୀ ଭୂମିକାରେ ଆସିବେ ନଜର; ଆରମ୍ଭ କଲେଣି ସୁଟିଂ
ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…
କନ୍ଧମାଳ : କନ୍ଧମାଳରେ ଓଲଟିଲା ଯାତ୍ରୀବାହୀ ବସ୍ । ୩ ଯାତ୍ରୀ ମୃତ, ୫୦ରୁ ଅଧିକ ଯାତ୍ରୀ ଆହତ ।…
ପାଟଣାଗଡ଼ : ପୁତୁରାର ଟାଙ୍ଗିଆ ଚୋଟରେ ଖୁଡି ମୃତ । ଘଟଣା ଘଟିଛି ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ।…
ଭୁବନେଶ୍ୱର : ସୋସିଆଲ ମିଡିଆରୁ ହଟିଲା ୪୨୦ ଆପତ୍ତିଜନକ ପୋଷ୍ଟ । ଆଦର୍ଶ ଆଚରଣ ବିଧି ଓ ଆଇନ ଉଲ୍ଲଙ୍ଘନକାରୀ…
ଭୁବନେଶ୍ୱର : ନିର୍ବାଚନ ଡ୍ୟୁଟିରେ ଯାଉଥିବା ବେଳେ ବସ୍ ଦୁର୍ଘଟଣା । ନିର୍ବାଚନ ଡ୍ୟୁଟିରେ ବଲାଙ୍ଗିରରୁ କେନ୍ଦ୍ରାପଡ଼ାକୁ ବସଟି ଯାଉଥିଲା।…
ଭୁବନେଶ୍ୱର : ରାଜ୍ୟରେ ବଢୁଛି ତାପମାତ୍ରା । ହିଟୱେଭ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…