ବିନା ମେକଅପରେ ଚେହେରାରେ ଆଣନ୍ତୁ ଚମକ, ଜାଣି ରଖନ୍ତୁ ଏହି ସବୁ ଟିପ୍ସ

ଚେହେରା ଯଦି ସୁନ୍ଦର ଓ ସତେଜ ଦେଖାଯାଏ ତେବେ ମହିଳା ମାନଙ୍କ ଲୁକରେ ଯେମିତି ଚାର ଚାନ୍ଦ ଲାଗିଯାଏ । ଚେହେରାର ସୌନ୍ଦଯ୍ୟକୁ ବଢାଇବା ପାଇଁ ମହିଳାମାନେ ସାଧାରଣତଃ ମେକଅପର ସାହାରା ନିଅନ୍ତି । ମେକଅପ ମାଧ୍ୟମରେ ହିଁ ଚେହେରାରେ ଏକ ଭିନ୍ନ ଚମକ ଆସିଥାଏ । କିନ୍ତୁ କିଛି ମହିଳାଙ୍କ ଚେହେରାରେ ମେକଅପ ସେତେଟା ସୁହାଇନଥାଏ । ମେକଅପ କରିବା କ୍ଷଣି ରାଶେଜ ପଡିବା ସହିତ କୁଣ୍ଡେଇବା ବି ଆରମ୍ଭ ହୋଇଯାଏ । ତେଣୁ ଏହି ମହିଳା ମାନେ ନ୍ୟାଚୁରାଲ ଗ୍ଲୋ ଅଧିକ ପସନ୍ଦ କରିଥାନ୍ତି । ତ୍ୱଚାର ଠିକ ଭାବରେ ଯତ୍ନ ନେଇ ମଧ୍ୟ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଣିପାରିବେ । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଆପଣ ନିଜ ତ୍ୱଚାରେ ଚମକ ଆଣିପାରିବେ ।

ପ୍ରଥମେ ଚେହେରାରେ ଚାଉଳ ଓ ମହୁର ସ୍କ୍ରବ ଲଗାନ୍ତୁ;

ଆପଣ କୌଣସି ବାହାରର ସ୍କ୍ରବ ବ୍ୟବହାର କରିବା ପରିବର୍ତ୍ତେ ନିଜେ ଘରେ ବିଭିନ୍ନ ଦ୍ରବ୍ୟରୁ ଘରୋଇ ସ୍କ୍ରବ ବନେଇ ଲଗେଇ ପାରିବେ । ଚେହେରାରୁ ମୃତ କୋଷିକା ଗୁଡିକ ସହଜରେ ବାହାରି ଯିବ । ଚାଉଳ ଓ ମହୁରେ ପ୍ରସ୍ତୁତ ସ୍କ୍ରବକୁ ଚେହେରାରେ ଲଗାନ୍ତୁ । ଚାଉଳରେ ଥିବା ଆମିନୋ ଏସିଡ, ଆଣ୍ଟି ଆକ୍ସିଡେଣ୍ଟ, ଭିଟାମିନ, ମିନେରାଲ ଆପଣଙ୍କ ତ୍ୱଚା ପାଇଁ ଖୁବ ଲାଭଦାୟୀ ରହିବ । ଯେବେକି ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିୟଲ ଗୁଣ ତ୍ୱଚାରେ କୌଣସି ପ୍ରକାର ଆଲର୍ଜି ହେବାକୁ ଦେଇନଥାଏ । ଏହା ସହ ତ୍ୱଚାକୁ ମଇଶ୍ଚରାଇଜ କରିବାରେ ବି ଏହା ସାହାଯ୍ୟ କରେ ।

କେମିତି ପ୍ରସ୍ତୁତ କରିବେ ସ୍କ୍ରବ:

– ପ୍ରଥମେ ଚାଉଳ ଅଟା ଓ ମହୁ ନିଅନ୍ତୁ ।

– ଦୁଇଟି ଜିନିଷରୁ ଦୁଇ ଦୁଇ ଚାମଚ ମିଶାନ୍ତୁ ଓ ତାହାକୁ ଚେହେରାରେ ଲଗାନ୍ତୁ ।

– ହାତରେ ୨ ରୁ ୩ ମିନିଟ ପାଇଁ ମସାଜ କରନ୍ତୁ ।

– ଏହା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

glowing skin

କ୍ଲିଞ୍ଜର କରନ୍ତୁ ପ୍ରସ୍ତୁତ;

ଆପଣ ବେକିଙ୍ଗ ସୋଡା଼ର ବ୍ୟବହାର ତ୍ୱଚାକୁ କ୍ଳୀଞ୍ଜ କରିବା ପାଇଁ ବ୍ୟବହାର କରିପାରିବେ । ଏଥିରେ ମିଳୁଥିବା ସୋଡା଼ ବାଇ କାର୍ବୋନେଟ ଆପଣଙ୍କ ତ୍ୱଚାକୁ ଅନେକ ଫାଇଦା ଦେଇଥାଏ । ଏହା ଆପଣଙ୍କ ଚେହେରାରୁ ବ୍ଲାକହେଡ଼ସ ବାହାର କରିଦେବ ।

କେମିତି କରିବେ ପ୍ରସ୍ତୁତ:

ପ୍ରଥମେ ଦୁଇ ଚାମଚ ବେକିଙ୍ଗ ପାଉଡର ନିଅନ୍ତୁ ।

ଏବେ ଏଥିରେ ପାଣି ଦିଅନ୍ତୁ । ଯେମିତି ଦୁଇଟି ଯାକ ଜିନିଷ ଭଲ ଭାବରେ ମିଶିଯିବ ।

ଏହି ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ । ୧୫ ମିନିଟ ପରେ ସାଧା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ ।

ଆଲୋଭେରା ଓ କାକୁଡିରେ ଦୂର କରନ୍ତୁ ଡ଼ାର୍କ ସର୍କଲସ:

ଆପଣ ଆଲୋଭେରା ଓ କାକୁଡି ରସକୁ ମିଶାଇ ନିଜ ଆଖି ଚାରିପାଖର ଡ଼ାର୍କ ସର୍କଲସ ଦୂର କରିପାରିବେ । ଦୁଇଟିର ରସ ଭଲ ଭାବରେ ମିଶାଇ ଆଖିର ଚାରିପାଖରେ ମାଲିସ କରନ୍ତୁ । ୧୫ ମିନିଟ ପରେ ସାଧା ପାଣିରେ ଧୋଇ ଦିଅନ୍ତୁ | ଚେହେରାରୁ ଡ଼ାର୍କ ସର୍କଲସ ଉଭେଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.