ବ୍ୟାକପେନ ଯୋଗୁଁ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତିକି, ତେବେ ଆପଣାନ୍ତୁ ଏହି ୫ଟି ସହଜ ତରିକା

ସୁସ୍ଥ ଶରୀର ପାଇଁ ସବୁଠୁ ଜରୁରୀ କି ଆପଣଙ୍କ ଖାଦ୍ୟପେୟ ଠିକଠାକ ରହୁ । ଶରୀରରେ ଦେଖା ଦେଉଥିବା ଛୋଟ ରୁ ଛୋଟ ରୋଗ ବି ଆପଣଙ୍କ ପାଇଁ ବଡ ସମସ୍ୟା ଠିଆ କରିପାରେ । ଯାହା ଭିତରେ ଅଂଟା ଦରଜ ବି ଅଛି । ଭାରତରେ ପିଠି ଦରଜ ନେଇ ଅନେକ ଲୋକ ସମସ୍ୟା ଭୋଗ କରୁଛନ୍ତି । ଫିଜିକାଲ ଫିଟ୍ନେସ ସମୟରେ ନଚେତ ଘର କାମ କରୁଥିବା ସମୟରେ ଆମ ପିଠିକୁ ବଡ ଝଟକା ଲାଗିଥାଏ । ଯେଉଁ କାରଣରୁ ପିଠି ଦରଜ ଭଳି ସମସ୍ୟା ଦେଖାଦିଏ । ଗଣ୍ଠି ରୋଗରେ ବି ପିଠି ଦରଜ ପରି ସମସ୍ୟା ଦେଖାଦେଇପାରେ । ତେବେ ଆସନ୍ତୁ ଜାଣିବା ଅଂଟା ଦରଜକୁ କମ କରିବା ପାଇଁ ଏକ୍ସପର୍ଟ ମାନେ କଣ ମତ ଦିଅନ୍ତି ।

ପ୍ରତିଦିନ କିଛି ସମୟ ଚାଲନ୍ତୁ:

ଏକ୍ସପର୍ଟଙ୍କ ଅନୁସାରେ, ଯଦି ଆପଣଙ୍କ ପିଠିରେ ଦରଜ ହେଉଥାଏ ତେବେ କିଛି ସମୟ ଚଲାଚଲି କରନ୍ତୁ । ପ୍ରତିଦିନ ଅତି କମରେ ୩୦ ମିନିଟ ଯାଏଁ ଚାଲନ୍ତୁ । କିଛି ଲୋକ ଦରଜ କାରଣରୁ ଚଲାଚଲି କରିବା କମେଇ ଦିଅନ୍ତି | କିନ୍ତୁ ଆଣ୍ଠୁ ଗଣ୍ଠି ଜନିତ ରୋଗରେ ପୀଡିତ ଥିଲେ ଚାଲିବା ନିହାତି ଦରକାର । ଏକ୍ଟିଭିଟି କରିବା ଦ୍ୱାରା ଆପଣଙ୍କ ପିଠି ଦରଜ କେଉଁଆଡେ ଉଭେଇ ଯିବ ଜାଣିପାରିବେ ନାହିଁ । ଆକ୍ଟିଭିଟି ନକରିବା ଦ୍ୱାରା ଆପଣଙ୍କ ଆଣ୍ଠୁର ଆଖପାଖ ଅଂଚଳ ତଥା ଅଂଟାର ମାଂଶପେଷି ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ ପିଠିରେ ଦରଜ ହୋଇଥାଏ । ଯଦି ଆପଣଙ୍କ ଓଜନ ଅଧିକ ଅଛି ଆଉ ତାହାକୁ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ କୌଣସି ଫିଟନେସ ଟ୍ରେନରଙ୍କ ସାହାଯ୍ୟ ନେଇପାରିବେ ।

ପିଠି ଉପରେ ବରଫ ସେକ ଦିଅନ୍ତୁ:

ଯଦି ଆପଣଙ୍କ ଅଂଟାରେ ଅଧିକ ଦରଜ ହେଉଛି ତେବେ ସେଥିରେ ବରଫ ସେକ ଦିଅନ୍ତୁ । ଯଦି ପିଠିରେ କୌଣସି ପ୍ରକାର ସିଝି ଯାଏ କିମ୍ବା ଦରଜ ହୁଏ ତାହେଲେ ବରଫ ସେକ ଆପଣଙ୍କୁ ସେଥିରୁ ମୁକ୍ତି ଦେବ । ୧୫ ରୁ ୨୦ ମିନିଟ ଯାଏଁ ଆଇସିଙ୍ଗ କରିପାରିବେ | ଏହା ଦ୍ୱାରା ଆପଣଙ୍କୁ ଦରଜରୁ ମୁକ୍ତି ମିଳିବ । ଯଦି ମାଂସପେଷି ଅଟକି ଯାଉଛି ତାହେଲେ ହିଟିଂଗ ପ୍ୟାଡ଼ ବ୍ୟବହାର କରିପାରିବେ ।

Writing test
 

ସ୍ଟ୍ରେଚିଙ୍ଗ ଓ ବ୍ୟାୟାମ କରନ୍ତୁ;

ଆପଣଙ୍କ ପେଟର ମସଲସ ପିଠିକୁ ସାହାରା ଦେଇଥାଏ । ନିୟମିତ ରୂପେ ବ୍ୟାୟାମ କଲେ ଆପନଙ୍କୁ ପିଠି ଦରଜରୁ କିଛିଟା ତ୍ରାହି ମିଳିବ । ନିଜ ପିଠିକୁ ସ୍ଟ୍ରେଚିଙ୍ଗ କରିବା ଭଳି ବ୍ୟାୟାମ କରନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ପିଠିରେ ଏକ ଅଜବ ହାଲୁକା ପଣ ଆସିବ ।

ସବୁବେଳେ ନିଜ ବସିବା, ଶୋଇବା ଆଦି ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ:

ଆପଣଙ୍କ ବସିବା ଆଦି ତରିକା ଅଣ୍ଟା ଦରଜର ପ୍ରମୁଖ କାରଣ ପାଲଟି ଯାଇପାରେ । ନିଜ କାନ୍ଧ ଅଧିକ ଝୁକାନ୍ତୁ ନାହିଁ । ନିଜ ଥୋଡୀକୁ ବି ଆଗକୁ ସେତେଟା ଝୁକାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଆପଣଙ୍କ ପିଠି ଉପରେ ଅଧିକ ଭାର ପଡିପାରେ । ଯେଉଁ କାରଣରୁ ପିଠିରେ ଦରଜ ହୋଇପାରେ । ସ୍କ୍ରିନରେ କାମ କରିବା ସମୟରେ ବି ନିଜ ଅଂଟା ଉପରେ ଅଧିକ ଭାର ପଡ଼ିବାକୁ ଦିଅନ୍ତୁ ନାହିଁ । ଏହା ବି ଆପଣଙ୍କ ପିଠି ଦରଜର ଅନ୍ୟତମ କାରଣ ପାଲଟି ପାରେ ।

 

Leave A Reply

Your email address will not be published.