ଗ୍ୟାସ୍ଟ୍ରିକ କାରଣରୁ ହେଉଛିକି ମୁଣ୍ଡବିନ୍ଧା, ତେବେ ଏହି ସବୁ ଘରୋଇ ଉପାୟରେ ପାଆନ୍ତୁ ଛୁଟକାରା

ମୁଣ୍ଡ ବିନ୍ଧା ଅନେକ କାରଣ ଯୋଗୁଁ ହୋଇପାରେ । ଅନେକ ସମୟରେ ପେଟରେ ଗ୍ୟାସ କାରଣରୁ ବି ମୁଣ୍ଡ ବିନ୍ଧା ହୋଇପାରେ । ଗ୍ୟାସ୍ଟ୍ରିକ ଓ ଏସିଡ଼ିଟି କାରଣରୁ ଖୁବ ଜୋରରେ ମୁଣ୍ଡ ବିନ୍ଧା ଅନେକ ଲୋକଙ୍କ ଦେଖାଯାଏ । ଗ୍ୟାସ୍ଟ୍ରିକ କାରଣରୁ ହେଉଥିବା ମୁଣ୍ଡବିନ୍ଧା ମଧ୍ୟ ଖୁବ କଷ୍ଟ ଦାୟକ ହୋଇଥାଏ । କାରଣ ଗୋଟେ ପଟରେ ପେଟରେ ଗ୍ୟାସ ଭର୍ତ୍ତି ହେବା ସହିତ ଅନ୍ୟ ପଟରେ ମୁଣ୍ଡ ଅସହ୍ୟ ଯନ୍ତ୍ରଣା ଦେଇଥାଏ । ଆଉ ଯଦି ସମୟାନୁସାରେ ଏହି ଦୁଇଟିର ଚିକିତ୍ସା ଠିକ ସମୟରେ ଠିକ ଭାବରେ କରାନଯାଏ ତେବେ ଏହି ସମସ୍ୟା ଅଧିକ ବଢିଥାଏ ଆଉ ଆଗକୁ କଷ୍ଟ ଅଧିକରୁ ଅଧିକ ବଢିପାରେ । ତେବେ ଆସନ୍ତୁ ପ୍ରଥମେ ଜାଣିବା ଏହି ଗ୍ୟାଷ୍ଟିକ ଜନିତ ମୁଣ୍ଡ ବିନ୍ଧା କଣ ହୋଇଥାଏ | ଆଉ ଏହାର ଚିକିତ୍ସା କିପରି କରାଯାଇପାରିବ ।

ଏକ ୱେବସାଇଟକୁ ସୂଚନା ଦେବାକୁ ଯାଇ ମୁମ୍ବାଇ ସ୍ଥିତ ୱାକହାର୍ଟ ହସ୍ପିଟାଲର ICU ଡ଼ାଇରେକ୍ଟର ଡଃ ବିପିନ ଜିଭକାଟେ କହିଛନ୍ତିକି ଗ୍ୟାସ୍ଟ୍ରିକ ଜନିତ ମୁଣ୍ଡ ବିନ୍ଧା ଅପଚ କିମ୍ବା ଅନ୍ୟ ଗ୍ୟାଷ୍ଟ୍ରୋଇନ୍ଷ୍ଟିନିଆଲ ସମସ୍ୟା ଯେପରିକି ଏସିଡ଼ିଟି କାରଣରୁ ମଧ୍ୟ ହୋଇପାରେ । ସେ ଏହା ମଧ୍ୟ କହିଛନ୍ତିକି ଆମ ପେଟ ଓ ମସ୍ତିସ୍କ ମଧ୍ୟରେ ଏକ ଗଭୀର ଲିଙ୍କ ଥାଏ । ଅନେକ ଲୋକଙ୍କ ଠାରେ ଗ୍ୟାସ୍ଟ୍ରୋଇଣ୍ଟେଷ୍ଟିନିଆଲ ସିଷ୍ଟମରେ ସମସ୍ୟା କାରଣରୁ ମୁଣ୍ଡବିନ୍ଧା ହୋଇଥାଏ । ଏହା ପଛର ପ୍ରମୁଖ କାରଣ ହେଉଛିକି ଆବଶ୍ୟକ ମୁତାବକ ଖାଦ୍ୟ ଆମ ଶରୀର ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ । ଆଉ ଏହି କାରଣରୁ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ ।

ସେ ଆଗକୁ ଏହା ମଧ୍ୟ କହିଛନ୍ତିକି ହେଲିକୋବ୍ୟକଟର ପାଇଲୋରୀ ଇନଫେକ୍ସନ, ଇରିଟେବଲ ବାଉଲ ସିଣ୍ଡ୍ରୋମ, କବ୍ଜ, ଜିଆଇଆରଡ଼ି, ଗ୍ୟାଷ୍ଟ୍ରୋପେରିସିସ, ଇନଫେମେଟରି ବାଉଲ ଡିଜିଜ ପରି ସ୍ଥିତି ମଧ୍ୟ ମୁଣ୍ଡ ବିନ୍ଧାର ପ୍ରମୁଖ କାରଣ ହୋଇପାରେ ।

Get headaches? Here's five things to eat or avoid

image credit: The conversation

ଆଉ ଯେତେବେଳେ ବି ମୁଣ୍ଡ ବିନ୍ଧିବ ଏଥିରୁ କିପରି ପାଇବେ ସୁରକ୍ଷା:

ଲେମ୍ବୁ ପାଣି:

ମୁଣ୍ଡ ବିନ୍ଧାରୁ ଛୁଟକାରା ପାଇବା ପାଇଁ ଲେମ୍ବୁ ପାଣି ହେଉଛି ସର୍ବତ୍ତମ । କାହିଁକି ନା ଏଥିରେ ଆଣ୍ଟିଇନ୍ଫ୍ଲଏମେଟୋରି ଗୁଣ ରହିଥାଏ । ନଖ ଉଷୁମ ପାଣିରେ କିଛି ଲେମ୍ବୁ ପାଣି ମିଶାଇ ପିଅନ୍ତୁ । ଗ୍ୟାସ କାରଣରୁ ହେବାକୁ ଥିବା ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିବ ।

ଛାଛ:

ଯଦି ପେଟରେ ଗ୍ୟାସ ହେବା କାରଣରୁ ଆପଣଙ୍କ ମୁଣ୍ଡ ବିନ୍ଧୁଥାଏ ତେବେ ବାରମ୍ବାର ଛାଛ ପିଅନ୍ତୁ । ନିଶ୍ଚିତ ଆରାମ ମିଳିବ ।

ପାଣି ପିଅନ୍ତୁ:

ପ୍ରଚୁର ପରିମାଣରେ ପାଣି ନପିଇଲେ ମଧ୍ୟ ମୁଣ୍ଡ ବିନ୍ଧା ହୋଇପାରେ । ଶରୀରରେ ପାଣିର ମାତ୍ର କମିଲେ ମଧ୍ୟ ମୁଣ୍ଡ ବିନ୍ଧା ବଢିପାରେ । ଯଦି ମୁଣ୍ଡ ବିନ୍ଧାରୁ ତ୍ରାହି ପାଇବାକୁ ଚାହୁଁଥାନ୍ତି ତେବେ ପ୍ରତିଦିନ 10 ରୁ 12 ଗ୍ଲାସ ପାଣି ପିଅନ୍ତୁ ।

ତୁଳସୀ ପତ୍ର ଚୋବନ୍ତୁ:

ପ୍ରତିଦିନ 7 ରୁ 8 ଟି ତୁଳସୀ ପତ୍ର ଚୋବାଇବା ଦ୍ୱାରା ମଧ୍ୟ ମୁଣ୍ଡ ବିନ୍ଧା କମ ହୋଇଥାଏ । ଦେଖିବେ ନିଶ୍ଚିତ ରୂପେ ଆରାମ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.