ଡବଲ୍‌ ଚିନକୁ ବଢ଼ାଇଥାଏ ଏହି ଖାଦ୍ୟ, ଯେତେ ଜଲଦି ପାରୁଛନ୍ତି ରୂହନ୍ତୁ ଦୂରରେ ନଚେତ ବଢ଼ିବ ଫେସ୍‌ ଫ୍ୟାଟ୍‌

ଚେହେରାରେ ଡବଲ୍‌ ଚିନ୍‌ ଆସିବାର ଅର୍ଥ ଏହା ଦର୍ଶାଇଥାଏ ଯେ ଆପଣଙ୍କ ବୟସ ବୃଦ୍ଧି ପାଉଛି। ଏଥିପାଇଁ ସମସ୍ତେ ଏକ ପରଫେକ୍ଟ ଫିଗର ଚାହିଁଥାନ୍ତି। କିନ୍ତୁ ଚେହେରାରେ ଜମା ହୋଇଥିବା ଚର୍ବି ଆପଣଙ୍କ ଏହି ଇଚ୍ଛାକୁ ମାରିଦେଇଥାଏ। ଆଉ ଆପଣ ଏହି କାରଣରୁ ମୋଟା ବି ଲାଗିଥାନ୍ତି। ସାଧାରଣତଃ ଆମର ଖାଦ୍ୟପେୟର ଭୁଲ ଅଭ୍ୟାସ ଆମକୁ କ୍ଷତି ପହଁଚାଇଥାଏ। ତେବେ ଆସନ୍ତୁ ଜାଣିବା ଫେସ୍‌ ଫ୍ୟାଟକୁ କମ୍‌ କରିବା ପାଇଁ ଆମକୁ କେଉଁ କେଉଁ ଫୁଡସ ଠାରୁ ଦୂରତା ରକ୍ଷା କରିବାକୁ ହେବ।

ସକାଳୁ ଟିଫିନ୍‌ ହେଉ କିମ୍ବା ସନ୍ଧ୍ୟାର ସ୍ନାକ୍ସ, ବ୍ରେଡ ଆମର ଡେଲି ଡାଏଟରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। କିନ୍ତୁ ଅନେକ ଏକ୍ସପର୍ଟଙ୍କ ମତ ଯେ ଯେଉଁ ଲୋକ ଏହାକୁ ଅଧିକ ଖାଇଥାନ୍ତି ସେମାନଙ୍କ ଫେସ୍‌ ଫ୍ୟାଟ ବଢ଼ିଯାଇଥାଏ।

ବଜାର ଏବଂ ରାସ୍ତା କଡରେ ବିକ୍ରି ହେଉଥିବା ଜଙ୍କ ଫୁଡସ ଯେତେ ବି ଟେଷ୍ଟି ହୋଇଥାଉ ନା କାହିଁକି ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଖତରନାକ ସାବ୍ୟସ୍ତ ହୋଇଥାଏ। ଏଥିରେ ନା କେବଳ ବେକରେ ଚର୍ବି ବଢ଼ାଇଥାଏ ବରଂ ଚେହେରାର ଫ୍ୟାଟକୁ ବି ବଢ଼ାଇଥାଏ।

ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆଜିକାଲି ଯୁବାଗୋଷ୍ଠିଙ୍କ ଠାରେ ଡ୍ରିଙ୍କସ୍‌ କରିବା ଚଳଣି ବହୁତ ଅଧିକ ବଢ଼ିସାରିଲାଣି। ଯେଉଁ କାରଣରୁ ଅତି କମ୍‌ ବୟସରେ ଚେହେରାରେ ଡବଲ୍‌ ଚିନ୍‌ ଆସିବାକୁ ଲାଗିଥାଏ।

ଏହି କଥାରେ କୌଣସି ବି ସନ୍ଦେହ ନାହିଁ ଯେ ରେଡ ମିଟ୍‌ ପ୍ରୋଟିନର ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ସୋର୍ସ। କିନ୍ତୁ ଏହାର ଅଧିକ ସେବନ ଶରୀରରେ ଫ୍ୟାଟକଚ ବଢ଼ାଇଥାଏ। ଯାହାର ପ୍ରଭାବ ଆମ ଚେହେରାରେ ମଧ୍ୟ ସ୍ପଷ୍ଟ ଭାବେ ନଜର ଆସିବାକୁ ଲାଗିଥାଏ।

ସୋୟା ସସକୁ ଆମେ ପ୍ରାୟତଃ ନୁଡଲ୍ସ ଏବଂ ମ୍ୟାକ୍ରୋନୀରେ ମିକ୍ସ କରି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏଥିରେ ମହଜୁଦ୍‌ ସୋଡିୟମ କାରଣରୁ ଫେସ୍‌ ଫ୍ୟାଚ୍‌ ବଢ଼ିବାକୁ ଲାଗିଥାଏ। ଯାହା ଭବିଷ୍ୟତରେ ଡବଲ ଚିନରେ ବଦଳିଯାଇଥାଏ।

ନୋଟ୍‌ : ଏଠାରେ ଦିଆଯାଇଥିବା ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଆପଣାଇବା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।