ଲାଇଫ୍ ଷ୍ଟାଇଲ୍

ପିଲାଙ୍କୁ ଅଧିକ କଫ୍‌ ସିରପ୍‌ ଦେଉଥିଲେ ସାବଧାନ, ଜାଣନ୍ତୁ କ’ଣ ରହିଛି ଏକ୍ସପର୍ଟଙ୍କ ମତ

ଯୁବକମାନଙ୍କ ତୁଳନାରେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଥାଏ । ତେବେ ପିଲାମାନେ ବାରମ୍ବାର ଅସୁସ୍ଥ ହେବାର ଏହି କାରଣ ହୋଇଥାଏ । ପିଲାଟିର ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ବାରମ୍ବାର କାଶ ହୋଇଥାଏ । ଏହା ସହ ପାଣିପାଗ ଏବଂ ପ୍ରଦୂଷଣର ପରିବର୍ତ୍ତନ ସହିତ ପିଲାମାନଙ୍କର କାଶ ଆରମ୍ଭ ହୋଇଥାଏ । ଅନେକ ଲୋକ କାଶ ହେଲେ ପିଲାମାନଙ୍କୁ କଫ୍‌ ସିରପ ଦିଅନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପିଲାଙ୍କୁ କେଉଁ ବୟସରେ କଫ୍‌ ସିରପ ଦିଆଯିବା ଉଚିତ୍ ? ଏହା ସହ ଅଳ୍ପ ବୟସରେ ପିଲାମାନଙ୍କୁ କଫ୍‌ ସିରପ ଦେବା ଦ୍ୱାରା ପିଲାଙ୍କର କ’ଣ କ୍ଷତି ହୋଇପାରେ ।

ଜାଣନ୍ତୁ ଛୋଟ ପିଲା କଫ୍‌ ସିରପ ପିଇବା ଉଚିତ କି ନୁହେଁ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କାଶ ପାଇଁ ପିଲାମାନଙ୍କୁ କଫ୍‌ ସିରପ ଦେବା ସମ୍ପୂର୍ଣ୍ଣ ଠିକ୍ । ଏହାର କାରଣ ହେଉଛି ଶିଶୁର ଛାତିରେ କଫ ଜମା ହୋଇଯାଏ । ସେଥିପାଇଁ ସିରପ ପିଇବା ଦ୍ୱାରା ଏହା ବାହାରି ଯାଇଥାଏ ଏବଂ ତୁରନ୍ତ ଆରାମ ମଳିଥାଏ । କିନ୍ତୁ ଏହା ବ୍ୟତୀତ ଏହି କଥାର ଧ୍ୟାନ ଦେବା ନିଶ୍ଚିତ ଜରୁରୀ ଯେ ଆପଣ ପିଲାଙ୍କୁ କେଉଁ କଫ୍‌ ସିରପ ଦେଉଛନ୍ତି । ତେଣୁ ଡକ୍ତରମାନେ ପିଲାମାନଙ୍କୁ କେଉଁ କଫ୍‌ ସିରପ ପିିବେ ତାହା ପରାମର୍ଶ ଦିଅନ୍ତି ।

ପିଲାଙ୍କୁ କେବେ କଫ୍‌ ସିରପ୍ ଦିଆଯିବା ଉଚିତ୍ ?
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ୧ ବର୍ଷରୁ ଅଧିକ ପିଲାମାନେ କଫ୍‌ ସିରପ ପିଇପାରିବେ । କିନ୍ତୁ ଗୋଟିଏ କଥା ମନେ ରଖିବେ ଯେ କେଉଁ କଫ୍‌ ସିରପ ଦେଉଛନ୍ତି । ଏହା ସହ ଯଦି ପିଲାର କାଶ, ଆଲର୍ଜି କିମ୍ବା ଇନ୍‌ଫେକ୍ସନ ହୋଇଥିଲେ, ତାଙ୍କୁ କଫ୍‌ ସିରପ ଦିଅନ୍ତୁ । ଯାହା ଦ୍ୱାରା ପିଲାଟି ସେହି କଷ୍ଟରୁ ଆରାମ ପାଇବ ।

ପିଲାଙ୍କୁ କଫ୍‌ ସିରପ୍ ଦେବାବେଳେ ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ :
ପିଲାଙ୍କୁ ସିରପ ଦେବାବେଳେ ମନେରଖନ୍ତୁ ଯେ କେବଳ ଗୋଟିଏ କମ୍ପୋନେଣ୍ଟ୍ ବ୍ୟବହାର କରିବେ । ମଲ୍ଟି-କମ୍ପୋନେଣ୍ଟ୍ ସିରପ୍ ପିଲାମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଯେତେବେଳେ ଆପଣ ପିଲାକୁ ସିରପ ଦେଉଛନ୍ତି, ସେତେବେଳେ କେବଳ ଡକ୍ତରଙ୍କ ପରାମର୍ଶରେ ନିଅନ୍ତୁ ।

ପିଲାମାନଙ୍କ ପାଇଁ କଫ୍‌ ସିରପ୍‌ର ଓଭରଡୋଜ୍‌ କ୍ଷତିକାରକ ହୋଇପାରେ :
ପିଲାଟିକୁ କଫ୍‌ ସିରଫ୍‌ର ଅଧିକ ଦେବା ଦ୍ୱାରା ତା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏହା ଦ୍ୱାରା ପିଲାମାନଙ୍କର ବିଭିନ୍ନ ପ୍ରକାରର ଅସୁବିଧା ହୋଇପାରେ । ଯେପରି ଶୋଇବା ପାଇଁ ଅନେକ ଅସୁବିଧା ହୋଇପାରେ ଏବଂ ପେଟ ଯନ୍ତ୍ରଣା, ଅତ୍ୟଧିକ ଝାଳ, ହାଇ ବିପି, ହାର୍ଟ ବିଟ୍‌ ଜୋର ଚାଲିବା ଯୋଗୁଁ ମଧ୍ୟ ଅନେକ ସମସ୍ୟା ହୋଇପାରେ । ସେଥିପାଇଁ ପିଲାଟିକୁ କଫ୍‌ ସିରପ୍‌ ଦେବା ସମୟରେ ଏହି ସବୁ କଥାର ଧ୍ୟାନ ରଖନ୍ତୁ ।

KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

2 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

19 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

33 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

46 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

47 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago