କରଜରେ ବୁଡିଛନ୍ତି କି ? ବର୍ଷା ପାଣିରେ କରନ୍ତୁ ଏମିତି ଚମତ୍କାରୀ ଉପାୟ

ମଣିଷ ଅଭାବରେ ପଡିଲେ କରଜ କରେ। ଆଉ ଏହି କରଜ ଦିନକୁ ଦିନ ବଢିଯାଏ। ସାଧାରଣ ଲୋକ ଏପରି କରଜ କରି ଚିନ୍ତିତ ହୋଇପଡେ। କିନ୍ତୁ ଏପରି କରଜରୁ ମୁକ୍ତି ଦେଇଥାଏ ବର୍ଷା ପାଣି। ବର୍ଷା ପାଣିରେ ବହୁତ ଚମତ୍କାରୀ ଶକ୍ତି ରହିଥାଏ। ଜ୍ଯୋତିଷ ଶାସ୍ତ୍ରରେ ବର୍ଷା ପାଣିରେ ଏମିତି କିଛି ଉପାୟ କରନ୍ତୁ, ଯାହା ଆପଣଙ୍କୁ ସବୁ କରଜରୁ ମୁକ୍ତ କରିବ।

ଯଦି ଆପଣଙ୍କ ସ୍ବାସ୍ଥ୍ଯକୁ ନେଇ କୌଣସି ସମସ୍ଯା ଲାଗିରହିଥାଏ, ତେବେ ବର୍ଷା ପାଣିକୁ ନେଇ ଭଗବାନ ଶିବଙ୍କ ଅଭିଷେକ କରନ୍ତୁ। ଏହି ସମୟରେ ମହାମ୍ତ୍ଯୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ରୋଗରୁ ମକ୍ତି ମିଳିବ।
ବିବାହରେ ବିଳମ୍ବ ହେଲେ ବର୍ଷା ପାଣିରେ ଗଣପତିଙ୍କ ଅଭିଷେକ କରନ୍ତୁ। ଖୁବଶୀଘ୍ର ଏହି ସମସ୍ଯା ମଧ୍ୟ ଦୂର ହେବ।

ଆର୍ଥିକ ସମସ୍ଯାକୁ ଦୂର କରିବା ପାଇଁ ବର୍ଷା ପାଣିକୁ ମାଟିପାତ୍ରରେ ଭରି ଘରର ଉତ୍ତର ଦିଗରେ ରଖନ୍ତୁ। ଖୁବଶୀଘ୍ର ସାମାଧାନ ମିଳିବ।

ବ୍ଯବସାୟରେ ଉନ୍ନତି ପାଇଁ ପିତ୍ତଳ ପାତ୍ରରେ ବର୍ଷା ପାଣିକୁ ଏକାଠି କରି ଏକଦଶୀ ଦିନ ଭଗବାନ ବିଷ୍ଣୁଙ୍କର ଅଭିଷେକ କରନ୍ତୁ। ବ୍ଯବସାୟରେ ହେଉଥିବା କ୍ଷତି ବନ୍ଦ ହେବ ଏବଂ ଲାଭ ମିଳିବ।

କରଜରୁ ମୁକ୍ତି ପାଇବା ପାଇଁ ବର୍ଷା ପାଣିକୁ ଏକାଠି କରି ବାଲଟି ଭରିଦିଅନ୍ତୁ। ପ୍ରତିଦିନ ଏହି ପାଣିରେ କ୍ଷୀର ପକାଇ ସ୍ନାନ କରନ୍ତୁ। ସ୍ନାନ କରିବା ସମୟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ। ମାସେ ପର୍ଯ୍ଯନ୍ତ ଏମିତି କଲେ ଧିରେ ଧିରେ କରଜରୁ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.