ଆପଣଙ୍କ ପାଇଁ ମାରାତ୍ମକ ହୋଇପାରେ ହାଇ ବ୍ଲଡ ପ୍ରେସର, ଜାଣନ୍ତୁ ବର୍ତ୍ତିବାର ଉପାୟ
ବର୍ତ୍ତମାନ ସମୟରେ ହାଇ ବ୍ଲଡ଼ ପ୍ରେସର ଏକ ସାଧାରଣ ସମସ୍ୟା ହୋଇଗଲାଣି । ବଦଳୁଥିବା ଲାଇଫ ଷ୍ଟାଇଲ ଯୋଗୁଁ କେବେବି ବ୍ଲଡ଼ ପ୍ରେସରର ଲେବଲ ବଢିପାରେ । ତେବେ ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ ଲୋକେ ଔଷଧ ଖାଇଥାନ୍ତି । କିନ୍ତୁ ପ୍ରତିଦିନ ବ୍ଲଡ଼ ପ୍ରେସର ମେଡ଼ିସିନ ଖାଇବା ଦ୍ୱାରା ଶରୀର ଉପରେ କେତେ ଗୁଡିଏ କୁପ୍ରଭାବ ମଧ୍ୟ ପଡିଥାଏ । ତେଣୁ କରି ହାଇ ବ୍ଲଡ଼ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ ଯେତେ ଦୂର ସମ୍ଭବ ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟ ବିଷୟରେ କହିବୁ, ଯାହାକୁ ଫଲୋ କରି ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିପାରିବେ । ତେବେ ଏହି ଉପାୟ ଗୁଡିକ ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣରେ ରଖିବା ସହ ଅନ୍ୟ କେତେ ଗୁଡିଏ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିପାରିବ ।
ଖଜୁର : ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖଜୁର ଖାଇବାକୁ ପରାମର୍ଶ ଦିଅନ୍ତି କାରଣ ଏହି ଡ୍ରାଏ ଫ୍ରୁଟ୍ସ ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ । ହାଇ ବ୍ଲଡ଼ ପ୍ରେସରର ସମସ୍ୟାକୁ ଦୂର କରିବା ପାଇଁ ଖଜୁର ମଧ୍ୟ ସେବନ କରାଯାଇପାରିବ ।
ଗାଜର : ହାଇ ବ୍ଲଡ଼ ପ୍ରେସର ସମସ୍ୟା ଥିଲେ, ଆପଣ ନିଶ୍ଚିତ ଭାବରେ ଗାଜରକୁ ଖାଦ୍ୟର ଏକ ଅଂଶ କରିବା ଉଚିତ । ଗାଜରରେ ଥିବା ସମସ୍ତ ଉପାଦାନ ଆପଣଙ୍କ ହାଇ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିବା ସହିତ ଆପଣଙ୍କ ସ୍ୱାସ୍ଥ୍ୟକୁ ଉନ୍ନତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।
ଡାଲଚିନି : ଯଦି ଆପଣ ମଧ୍ୟ ଭାବୁଛନ୍ତି ଯେ ଡାଲଚିନି କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଏ, ତେବେ ଆପଣ ଏହି ଭୁଲ ଧାରଣାକୁ ଦୂର କରିବା ଉଚିତ । ତେବେ ଆପଣଙ୍କ ହାଇ ବ୍ଲଡ଼ ପ୍ରେସର ନିୟନ୍ତ୍ରଣ କରିବାରେ ଡାଲଚିନି ବହୁତ ସହାୟକ ହୋଇପାରେ ।
କିସମିସ୍ : କିସମିସ୍ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଯଦି ଆପଣଙ୍କର ହାଇ ବ୍ଲଡ଼ ପ୍ରେସର ଅଛି, ତେବେ ନିୟମିତ ଭାବରେ ପୋଟାସିୟମ ଯୁକ୍ତ କିସମିସ୍ ଖାଇବା ଆରମ୍ଭ କରନ୍ତୁ ।
କିନ୍ତୁ ମନେରଖନ୍ତୁ ଏହି ଜିନିଷଗୁଡ଼ିକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ସେବନ କରିବା ବହୁତ ଜରୁରୀ । ନଚେତ ଆପଣ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହୋଇପାରନ୍ତି ।ସେଥିପାଇଁ କୌଣସି ପ୍ରତିକାର ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।