ବର୍ଷାଦିନେ ଡ୍ରେସ୍‌ରୁ ଦୁର୍ଗନ୍ଧ ବାହାରୁଥିଲେ ଆଉ ଚିନ୍ତା ନାହିଁ, ଜାଣନ୍ତୁ ଦୂର କରିବାର ସହଜ ଉପାୟ

ବର୍ଷାଦିନେ ପ୍ରାୟତଃ ଲୋକଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। ସେଥିରୁ ଗୋଟିଏ ହେଉଛି ଡ୍ରେସ୍‌ରୁ ବାହାରୁଥିବା ଦୁର୍ଗନ୍ଧ। ବର୍ଷା ଦିନେ ଡ୍ରେସ୍‌ ଠିକ୍‌ ଭାବେ ଶୁଖିପାରୁନଥିବାରୁ ସେଥିରୁ ଦୁର୍ଗନ୍ଧ ବାହାରିଥାଏ। ଫଳରେ ଡ୍ରେସ୍‌ ପିନ୍ଧିବାକୁ ଇଚ୍ଛା ହୁଏ ନାହିଁ। ଏଣୁ ବର୍ଷା ଦିନେ ଲୋକମାନେ ମାତ୍ରାଧିକ ପରଫ୍ୟୁମ୍‌ ବ୍ୟବହାର କରିଥାନ୍ତି। ତେବେ ଏହି ସମସ୍ୟାକୁ ଦୂର କରିବାକୁ ଆଜି ଆମେ ଆପଣଙ୍କୁ କେତେକ ଉପାୟ କହିବୁ। ଏହି ସହଜ ଉପାୟ ଆପଣାଇ ଆପଣ ଡ୍ରେସ୍‌ରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିପାରିବେ। ଆସନ୍ତୁ ଜାଣିବା ଡ୍ରେସ୍‌ରୁ ବାହାରୁଥିବା ଗନ୍ଧ ଦୂର କରିବା ଉପାୟ…

  • ଯଦି କମ୍‌ ଖରାପ ଯୋଗୁ ଡ୍ରେସ୍‌ ଡେରିରେ ଶୁଖୁଛି ତେବେ ତାହାକୁ ଫ୍ୟାନ୍‌ ତଳେ ଶୁଖାନ୍ତୁ। ଏମିତି କରିବା ଦ୍ୱାରା କପଦାର ଓଦା ଅଂଶ ଦୂର ହେବ। ଏଥିସହ ଗନ୍ଧ ମଧ୍ୟ ଶୀଘ୍ର ଦୂର ହେବ।
  • ଡ୍ରେସ୍‌ ଶୁଖାଇବା ପାଇଁ ଆପଣ ହ୍ୟାଙ୍ଗର ମଧ୍ୟ ବ୍ୟବହାର କରିପାରିବେ। ହ୍ୟାଙ୍ଗର ବ୍ୟବହାର କରିବା ଦ୍ୱାରା କେବଳ କପଡ଼ା ଶୁଖିନଥାଏ ବରଂ ଝରକାରୁ ଆସୁଥିବା ପବନ ଯୋଗୁ ମଧ୍ୟ ଡ୍ରେସ୍‌ ଜଲଦି ଶୁଖେ।
  • ଲେମ୍ବୁ ରସ ବ୍ୟବହାର କରିବା ଦ୍ୱାରା ମଧ୍ୟ ପୋଷାକର ଗନ୍ଧ ଦୂର କରିପାରିବେ। ଡ୍ରେସ୍‌ ଧୋଇବା ବେଳେ ଏକ ବାଲ୍ଟି ପାଣିରେ ଲେମ୍ବୁ ରସକୁ ମିଶାନ୍ତୁ ଓ ସେଥିରେ ଡ୍ରେସ୍‌କୁ ପୁଣିଥରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ଗନ୍ଧ ସହ ଡ୍ରେସ୍‌ର ବ୍ୟାକ୍ଟେରିଆ ମଧ୍ୟ ଦୂର ହେବ।
  • କପଡ଼ାର ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ଭିନେଗାର ବ୍ୟବହାର କରିପାରିବେ। ଡ୍ରେସ୍‌ ଧୋଇବା ବେଳେ ଏକ ବାଲ୍ଟିରେ ଭିନେଗାର ମିଶାନ୍ତୁ ଓ ପାଣିରେ ଡ୍ରେସ୍‌କୁ ଭିଜାଇ ରଖନ୍ତୁ। ଏମିତି କରିବା ଦ୍ୱାରା ଡ୍ରେସ୍‌ର ଗନ୍ଧ ଦୂର ହେବ।

Also Read: ଟିକେଟ୍‌ ମାଗିଲି ବୋଲି… ଟିଟିଇଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ପୋଲିସ; ଭାଇରାଲ ହେଉଛି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.