ହ୍ୟାଣ୍ଡବ୍ୟାଗର ଲେଦର ଅସଲି କି ନକଲି କେମିତି ଜାଣିବେ ? ପଢ଼ି ନିଅନ୍ତୁ କିଛି ଟିପ୍‌ସ

ଆପଣ ଅନେକ ଡିଜାଇନ ଏବଂ ଷ୍ଟାଇଲର ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରୁଥିବେ। ଆଜିକାଲିର ଯୁବତୀମାନେ ନିଜକୁ ଷ୍ଟାଇଲିଶ ଲୁକ୍‌ ଦେବା ପାଇଁ ବିଭିନ୍ନ ପ୍ରକାର ହ୍ୟାଣ୍ଡବ୍ୟାଗ ବ୍ୟବହାର କରୁଛନ୍ତି। ଏହା ମଧ୍ୟରେ କେତେକ ଲେଦର ବ୍ୟାଗ୍‌ ମଧ୍ୟ ରହିଛି। ଆଉ ଆଜିକାଲି ବଜାରରେ ଅସଲି ଲେଦର କରି ବିଭିନ୍ନ ଷ୍ଟାଇଲର ହ୍ୟାଣ୍ଡବ୍ୟାଗ ବିକ୍ରି ହେଉଛି। ଯଦି ଆପଣ ଅସଲି କିମ୍ବା ନକଲି ଲେଦର ଜାଣିନଥିବେ, ତେବେ ଠକାମୀର ନିଶ୍ଚିତ ଶିକାର ହେବେ। କିନ୍ତୁ ଏହି ବ୍ୟାଗରେ ଲାଗିଥିବା ଲେଦର ଅସଲି କି ନକଲି କେମିତି ଜାଣିବେ ?

ଲେଦର ହ୍ୟାଣ୍ଡବ୍ୟାଗ୍‌ ଅନ୍ୟ ଜିନିଷ ଠାରୁ ବହୁତ ମହଙ୍ଗା ହୋଇଥାଏ। ଅଧିକ ପଇସା ଦେଇ ଯୁବତୀମାନେ ଏହାକୁ କିଣିବା ବେଳେ ମନରେ ସଂଶୟ ମଧ୍ୟ ରହିଥାଏ। ଏହା ଅସଲି କିମ୍ବା ନକଲି ତେବେ କେମିତି ଜାଣିବେ ? ଜାଣନ୍ତୁ ଏଥିପାଇଁ କ’ଣ ରହିଛି ଟିପ୍ସ

ଲେଦର ହ୍ୟାଣ୍ଡବ୍ୟାଗ୍‌:

ଅସଲି ଲେଦର ବ୍ୟାଗରୁ ଅଦ୍ଭୁତ ଗନ୍ଧ ବାହାରିଥାଏ। କିନ୍ତୁ ନକଲି ଲେଦର ବ୍ୟାଗରୁ ପ୍ଲାଷ୍ଟିକ ଭଳି ଗନ୍ଧ ଆସିଥାଏ। ଆଉ ଅନେକ ଥର ଏଥିରୁ କୌଣସି ଗନ୍ଧ ମଧ୍ୟ ଆସିନଥାଏ। ଏମିତିରେ ଏହାକୁ ଶୁଙ୍ଘି ଏହାକୁ ଚିହ୍ନିପାରିବେ ଲେଦର ଅସଲି କିମ୍ବା ନକଲି।

ଚିକ୍କଣ:

ଅନେକ ମହିଳା ଅଧିକ ଚମକ ଦେଖି ତାକୁ ଲେଦର ବୋଲି ଭାବନ୍ତି। କିନ୍ତୁ ଅସଲି ଲେଦରରେ ବହୁତ ଅଦିକ ସାଇନିଂ ନଥାଏ। ମ୍ୟାଟ୍‌ ଫିନିଶ ସହିତ ଅସଲି ଲେଦର ଆସିଥାଏ। ନକଲି ଲେଦର ଅଧିକ ଚମକ ଦେଇଥାଏ।

bag

ରଙ୍ଗ:

ଯେତେବେଳେ ମଧ୍ୟ ଲେଦର ବ୍ୟାଗ କିମ୍ବା ଅନ୍ୟ କୌଣସି ଜିନିଷ କିଣନ୍ତି, ତେବେ ଏହାକୁ ନିଶ୍ଚିତ ରଗଡନ୍ତୁ। ଅସଲି ଲେଦର ସହଜରେ ମୋଡି ହୋଇଯାଏ, ତା’ ଉପରେ ଦାଗ ସହଜରେ ଦେଖଶଯାଏ ଏବଂ ରଙ୍ଗ ହାଲକା ଭାବେ ପରିବର୍ତ୍ତନ ହୋଇଯାଏ। କିନ୍ତୁ ନକଲି ଲେଦର ରଙ୍ଗ ବଦଳେ ନାହିଁ।

ଫିନିସିଂ:

ଅସଲି ଲେଦର ଏବଂ ନକଲି ଲେଦରରେ ଫିନିସିଂରେ ବହୁତ ଫରକ ରହିଥାଏ। ଲେଦରରେ ଇଲାଷ୍ଟିସିଷ୍ଟି ହେବା କାରଣରୁ ଏଥିରେ ଭଲ ଫିନିସିଂ ଆସିଥାଏ। କିନ୍ତୁ ନକଲି ଲେଦରେ ଭଲ ଫିନିସିଂ ଆସିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.