ଏସବୁ ଟିପ୍ସ ବଢ଼ାଇବ ଆପଣଙ୍କ ଜୋତାର ବୟସ, ଶୀତଦିନେ ନିଶ୍ଚୟ କରନ୍ତୁ ଟ୍ରାଏ

ଶୀତଦିନେ ଜୋତାର ଖାସ୍‌ ଯତ୍ନ ନେବାକୁ ପଡ଼ିଥାଏ। ଜୋତାକୁ ସୁରକ୍ଷିତ ରଖୁଥିବା ସ୍ପ୍ରେ କିମ୍ବା ଓ୍ଵାକ୍ସ ଆପଣଙ୍କ ଜୋତାର ବୟସ ବଢ଼ାଇପାରେ। ଏକ ନାମୀ ଜୋତା କମ୍ପାନୀର ଡେପୁଟି ଜେନେରାଲ ମ୍ୟାନେଜର ଜୋତା ଯତ୍ନ ନେବା ପାଇଁ କେତେକ ସହଜ ଟିପ୍ସ ଦେଇଛନ୍ତି। ଆସନ୍ତୁ ଜାଣିବା କ’ଣ ସେହି ଟିପ୍ସ…

  • ଶୀତଦିନେ ଜୋତାକୁ ସୁରକ୍ଷିତ ରଖିବା ପାଇଁ ବାହାରକୁ ବାହାରିବା ପୂର୍ବରୁ ଜୋତା ଉପରେ ସ୍ପ୍ରେ ଲଗାଇପାରିବେ।
  • ଘରକୁ ଫେରିବା ପରେ ଜୋତାକୁ ମଶ୍ଚରରୁ ମୁକ୍ତ ରଖିବା ପାଇଁ ବ୍ରଶ୍‌ କିମ୍ବା ପେପରରେ ସଫା କରନ୍ତୁ।
  • ଚମଡ଼ା ଜୋତା ଉପରେ ଶୁ ଓ୍ଵାକ୍ସରେ ପଲିସି କରିବାକୁ ଭୁଲନ୍ତୁ ନାହିଁ। ଏହା ଦ୍ୱାରା ଜୋତାର ଚମକ ବଜାୟ ରହିବ।
  • ଜୋତା ଉପରେ ଲାଗିଥିବା ଦାଗ ଚିହ୍ନ ଦୂର କରିବା ପାଇଁ ଭିନେଗାରକୁ ତୁଳାରେ ନେଇ ଘଷନ୍ତୁ। ଦେଖିବେ ଦାଗ ଛାଡ଼ିଯିବ।
  • ଜୋତା ପିନ୍ଧିବା ପୂର୍ବରୁ ପାଦକୁ ଭଲ ଭାବେ ସଫା କରନ୍ତୁ। ଏହା ଦ୍ୱାରା ଜୋତା ଭିତରପଟ ଓଦା ହେବ ନାହିଁ।
  • ଯଦି ଜୋତା ଓଦା ହୋଇଯାଉଛି ତେବେ ହିଟର କିମ୍ବା ରେଡିଏଟରରେ ଶୁଖାନ୍ତୁ ନାହିଁ। ଏହା ଦ୍ୱାରା ଜୋତା ଫାଟିବା ଆଶଙ୍କା ରହିଛି।
Leave A Reply

Your email address will not be published.