ଖରାଦିନେ ବି ଖରାପ ହେବନି ଖାଦ୍ୟ, ଆପଣାନ୍ତୁ ଏସବୁ ଟିପ୍ସ

ଘରେ ତିଆରି ହେଉଥିବା ଖାଦ୍ୟ ଖାସ୍‌ କରି ଖରାଦିନେ ଖରାପ ହୋଇଯାଏ। ଶୀତଦିନେ ଏହା ପୂର୍ବ ଭଳି ରହୁଥିବା ବେଳେ ଟିକେ ଗରମ ହେଲେ ଖାଦ୍ୟ ଗନ୍ଧେଇ ଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବାର ବହୁତ ସଜହ ଉପାୟ ରହିଛି, ଯାହା ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତେବେ ଆସନ୍ତୁ ଜାଣିବା ଖରାଦିନେ ଖାଦ୍ୟକୁ ସତେଜ ରଖିବାର ସହଜ ଟିପ୍‌ସ…

  • ଖାଇବା ପରେ ବି ଯଦି ଖାଦ୍ୟ ବଳକା ରହିଯାଉଛି, ତେବେ ତାହାକୁ ଫ୍ରିଜ୍‌ରେ ରଖନ୍ତୁ।
  • ଖାଦ୍ୟ ଯଦି ଗରମ ଅଛି ତେବେ ତାହାକୁ ପ୍ରଥମେ ଥଣ୍ଡା କରନ୍ତୁ ଓ ତା’ପରେ ହିଁ ଫ୍ରିଜ୍‌ରେ ରଖନ୍ତୁ।
  • ଯଦି ଘରେ ଫ୍ରିଜ୍‌ ନାହିଁ ତେବେ ଏକ ପାତ୍ରରେ ପାଣି ରଖି ତା’ଉପରେ ଖାଦ୍ୟ ପାତ୍ର ରଖନ୍ତୁ। ଏଭଳି ରଖିଲେ ଖାଦ୍ୟ ଖରାପ ହୋଇନଥାଏ।
  • ବଳକା ଖାଦ୍ୟକୁ ଆଉ ଏକ ନୂଆ ପାତ୍ରରେ ବାହାର କରି ସାଇତି ରଖନ୍ତୁ। ଯେଉଁଥିରେ ରାନ୍ଧିଛନ୍ତି ସେଥିରେ ରଖନ୍ତୁ ନାହିଁ।
  • ଫ୍ରିଜ୍‌ରୁ ବାହାର କରିଥିବା ଖାଦ୍ୟକୁ ଫ୍ରେସ୍‌ ରନ୍ଧାଯାଇଥିବା ଖାଦ୍ୟ ସହ ମିଶାଇ ଖାଆନ୍ତୁ ନାହିଁ।
  • ଖାଦ୍ୟକୁ ବାରମ୍ବାର ଗରମ କରନ୍ତୁ ନାହିଁ। ଏହା ଦ୍ୱାରା ପୋଷଣ କମିଯାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.